Advertisment

ଆପାର୍ଟମେଣ୍ଟ ଧ୍ୱଂସ, ମିଳିଲା ୨୬ ମୃତଦେହ

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାର ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଗୁରୁବାର ୟୁକ୍ରେନ ସରକାର କିଭ ନିକଟସ୍ଥ ବୋରୋଡିଆଙ୍କା ସହରର ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଇଟି ଯାକ ଆପାର୍ଟମେଣ୍ଟ ରୁଷର ବୋମା ମାଡ଼ରେ ସଂପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ସର୍ଚ୍ଚ ଅପରେସନ ବେଳେ ସ୍ଥାନୀୟ ଅଧିକାରୀମାନେ ଧ୍ୱଂସସ୍ତୂପ ତଳକୁ ମୃତଦେହଗୁଡ଼ିକୁ ଠାବ କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ […]

ଆପାର୍ଟମେଣ୍ଟ ଧ୍ୱଂସ, ମିଳିଲା ୨୬ ମୃତଦେହ

Building

Advertisment

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାର ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଗୁରୁବାର ୟୁକ୍ରେନ ସରକାର କିଭ ନିକଟସ୍ଥ ବୋରୋଡିଆଙ୍କା ସହରର ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଇଟି ଯାକ ଆପାର୍ଟମେଣ୍ଟ ରୁଷର ବୋମା ମାଡ଼ରେ ସଂପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

Advertisment

ସର୍ଚ୍ଚ ଅପରେସନ ବେଳେ ସ୍ଥାନୀୟ ଅଧିକାରୀମାନେ ଧ୍ୱଂସସ୍ତୂପ ତଳକୁ ମୃତଦେହଗୁଡ଼ିକୁ ଠାବ କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ରହିଛି। ସେହିପରି ମାରିୟୁପୋଲରେ ମଧ୍ୟ ରୁଷର ହମଲାରେ ୫୦୦୦ରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି। ରୁଷ ଜାଣିଶୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଏପରି ସଂହାର କରିଥିବା ୟୁକ୍ରେନ ଅଭିଯୋଗ କରିଛି।

ୟୁକ୍ରେନର ସରକାରୀ ଓକିଲ ଜେନେରାଲ ଇରୟନା ଭେନେଡିକଟୋଭା କହିଛନ୍ତି, ମାଟିରେ ମିଶି ଯାଇଥିବା ୨ଟି ଆପାର୍ଟମେଣ୍ଟ ବ୍ଲକରୁ ୨୬ଟି ମୃତଦେହ ଠାବ ହୋଇଛି। କେବଳ ସାଧାରଣ ଲୋକଙ୍କୁ ରୁଷ ଟାର୍ଗେଟ କରିଛି। କାରଣ ଯେଉଁଠାରେ ଆକ୍ରମଣ କରାଯାଇଛି ଏହାର ଆଖପାଖରେ କୌଣସି ପ୍ରକାରର ପ୍ରତିରକ୍ଷା ପ୍ରତିଷ୍ଠାନ ନାହିଁ।

Advertisment

ଉକ୍ତ ଅଞ୍ଚଳରେ ଆଉ ଯେ କେତେ ଲୋକଙ୍କ ଜୀବନ ଯାଉଛି, ତା’ର ଆକଳନ କରିବା ଅସମ୍ଭବ। କାରଣ ସବୁ କିଛି ରୁଷର ବୋମା ମାଡ଼ରେ ମାଟିରେ ମିଶି ଯାଇଛି। ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରି କ୍ଲଷ୍ଟର ବୋମା ଓ ଶକ୍ତିଶାଳୀ ମଲ୍ଟିପୁଲ ରେକଟ ଲଞ୍ଚର ମାଡ଼ କରିଛି। ଫଳରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି ଓ ପୂରା ଆବାସିକ ଅଞ୍ଚଳ ଧ୍ୱଂସ ପାଇଯାଇଛି।

ରୁଷ ସେନା କରିଥିବା ଯୁଦ୍ଧ ଅପରାଧର ଜ୍ୱଳନ୍ତ ପ୍ରମାଣ ୟୁକ୍ରେନର ସବୁ ସହରରେ ରହିଛି। ଶତ୍ରୁପକ୍ଷ ଜାଣିଶୁଣି ସନ୍ଧ୍ୟା ବେଳେ ହିଁ ଆବାସିକ ଅଞ୍ଚଳ ଉପରେ ହମଲା କରିଥିଲା। କାରଣ ଏହି ସମୟରେ ଅଧିକାଂଶ ଲୋକ ଘର ଭିତରେ ରହିଥାଆନ୍ତି। ତେଣୁ ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରିବା ପାଇଁ ରୁଷର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ଇରୟନା ଆହୁରି କହିଛନ୍ତି, କିଭ୍‌ ଠାରୁ ଆରମ୍ଭ କରି ମାରିୟୁପୋଲ ଯାଏ ରୁଷ ସେନାର ବର୍ବରତା ଦେଖିବାକୁ ମିଳିଛି। ରୁଷ ସେନା ଲୋକଙ୍କୁ ହତ୍ୟା କରୁଛି, ନିର୍ଯାତନା ଦେଉଛି ଓ ମାଡ଼ ମଧ୍ୟ ମାରୁଛି। ଏପରି କି ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବାକୁ ରୁଷ ସେନା ପଛାଉ ନାହାନ୍ତି। ବର୍ତ୍ତମାନ ବୋରୋଡିଆଙ୍କାରୁ ସ୍ଥାନୀୟ ଅଧିକାରୀମାନେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛନ୍ତି। ସ୍ଥାନୀୟ ଓ ଅନ୍ତର୍ଜାତୀୟ କୋର୍ଟରେ ଏହାକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe