Advertisment

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ!

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ରୁଷ ଘନଘନ ଆକ୍ରମଣ କରୁଥିଲେ ହେଁ ୟୁକ୍ରେନ ମଧ୍ୟ ଜବାବ ଦେବାରେ କୌଣସି ଅବହେଳା କରୁନାହିଁ। ୧୨ ଦିନର ଯୁଦ୍ଧ ମଧ୍ୟରେ ରୁଷ ୧୨ ହଜାରରୁ ଅଧିକ ସୈନ୍ୟଙ୍କୁ ହରାଇ ସାରିଥିବା ଆଜି ୟୁକ୍ରେନ ସରକାର ଦାବି କରିଛନ୍ତି। ସେହିପରି ୟୁକ୍ରେନ ସେନା ୩୦୦ରୁ ଅଧିକ ରୁଷୀୟ ଟ୍ୟାଙ୍କ ଓ ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଧ୍ୱଂସ କରି ଦେଇଥିବା କିଭ୍‌ […]

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ!

war

Advertisment

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ରୁଷ ଘନଘନ ଆକ୍ରମଣ କରୁଥିଲେ ହେଁ ୟୁକ୍ରେନ ମଧ୍ୟ ଜବାବ ଦେବାରେ କୌଣସି ଅବହେଳା କରୁନାହିଁ। ୧୨ ଦିନର ଯୁଦ୍ଧ ମଧ୍ୟରେ ରୁଷ ୧୨ ହଜାରରୁ ଅଧିକ ସୈନ୍ୟଙ୍କୁ ହରାଇ ସାରିଥିବା ଆଜି ୟୁକ୍ରେନ ସରକାର ଦାବି କରିଛନ୍ତି। ସେହିପରି ୟୁକ୍ରେନ ସେନା ୩୦୦ରୁ ଅଧିକ ରୁଷୀୟ ଟ୍ୟାଙ୍କ ଓ ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଧ୍ୱଂସ କରି ଦେଇଥିବା କିଭ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଯୁଦ୍ଧରେ ରୁଷ ସହିଥିବା କ୍ଷୟକ୍ଷତିର ହିସାବ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ରୁଷ ସେନା ଗୋଟିଏ ପରେ ଗୋଟିଏ ସହର ଉପରେ ବୋମା ମାଡ଼ କରି ଶତାଧିକ ସ୍କୁଲ, ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ କ୍ଷୟକ୍ଷତି କରୁଛନ୍ତି। ରୁଷର ହମଲାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳମାନଙ୍କ ଜୀବନ ମଧ୍ୟ ଯାଉଛି। ମାନବୀୟ କରିଡର ପାଇଁ ସହମତି ହୋଇଥିଲେ ମଧ୍ୟ ରୁଷ ଏହାକୁ ମାନୁନାହିଁ। ଅନେକ ସହରରେ ଲୋକଙ୍କୁ ରୁଷ ସେନା ପଣବନ୍ଦୀ କରି ରଖିଛନ୍ତି।

Advertisment


ସାଧାରଣ ଲୋକଙ୍କୁ ନେଇ ଯାଉଥିବା ବସ ଉପରେ ମଧ୍ୟ ହମଲା କରାଯାଉଛି। ତଥାପି ୟୁକ୍ରେନ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଉଛି। ୟୁକ୍ରେନର ପାଲଟା ଆକ୍ରମଣରେ ଏଯାଏ ରୁଷର ୧୨ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇଛନ୍ତି। ସେହିପରି ରୁଷର ୪୮ଟି ଯୁଦ୍ଧ ବିମାନ, ୮୦ଟି ହେଲିକପ୍ଟର, ୩୦୩ ଟ୍ୟାଙ୍କ, ୬୦ଟି ସିଷ୍ଟେନର୍ସ, ୭ଟି ଡ୍ରୋନ, ୧୦୩୬ ଆର୍ମଡ ଭେଇକିଲ, ୧୨୦ ତୋପ, ୫୬ ଏମଏଲଆରଏସ, ୪୭୪ ସେନା ଗାଡ଼ି, ୩ଟି ଜାହାଜ ଓ ୨୭ଟି ଆଣ୍ଟି ଏୟାର କ୍ରାଫ୍ଟ ସିଷ୍ଟମକୁ ଧ୍ୱଂସ କରି ଦିଆଯାଇଛି। ଏହାବାଦ ରୁଷର ୬୦ଟି ତୈଳ ଟ୍ୟାଙ୍କ ମଧ୍ୟ ୟୁକ୍ରେନର ଗୁଳିମାଡ଼ରେ ନଷ୍ଟ ହୋଇଯାଇଛି।

ଅନ୍ୟପକ୍ଷରେ ରୁଷ ପକ୍ଷରୁ ୟୁକ୍ରେନର ଏପରି ଦାବି ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି। ତେବେ ଗତ ସପ୍ତାହରେ ଯୁଦ୍ଧରେ ରୁଷ ୫୦୦ ଜଣ ସୈନ୍ୟଙ୍କୁ ହରାଇଥିବା ସ୍ୱୀକାର କରିଥିଲା। ହେଲେ ସେବେଠାରୁ ସୈନ୍ୟଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମସ୍କୋ ପକ୍ଷରୁ ପ୍ରକାଶ ପାଇନି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe