Advertisment

ଯୁଦ୍ଧରେ ସାମିଲ ହେବ ବେଲାରୁଷ, ରୁଷ ସହ ମିଶି କରିବେ ଆକ୍ରମଣ

ନୂଆଦିଲ୍ଲୀ: ଆଗରୁ ରୁଷ ଏକା ଆକ୍ରମଣ କରୁଥିଲା। ଏବେ ସାଥ୍‌ ଦେବ ସହଯୋଗୀ ବେଲାରୁଷ। ଯୁଦ୍ଧକୁ ୨୫ ଦିନ ବିତିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରୁ ନଥିବା ବେଳେ ରୁଷ ଅଧିକ ରୁକ୍ଷ ହୋଇଛି। ଏବେ କେବଳ ସେ ଏକା ନୁହଁ ବରଂ ବେଲାରୁଷ ସହ ମିଳିତ ହୋଇ ୟୁକ୍ରେନ୍‌  ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ୟୁକ୍ରେନ୍‌ ଗୋଇନ୍ଦା ସଂସ୍ଥା ଏହି ଖବର ପାଇଛି। ଆଗାମୀ ୭ ଦିନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର […]

ଯୁଦ୍ଧ ସଂକଟ: ରୁଷ-ୟୁକ୍ରେନ ଆଲୋଚନା ବିଫଳ

ukraine-war

Advertisment

ନୂଆଦିଲ୍ଲୀ: ଆଗରୁ ରୁଷ ଏକା ଆକ୍ରମଣ କରୁଥିଲା। ଏବେ ସାଥ୍‌ ଦେବ ସହଯୋଗୀ ବେଲାରୁଷ। ଯୁଦ୍ଧକୁ ୨୫ ଦିନ ବିତିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରୁ ନଥିବା ବେଳେ ରୁଷ ଅଧିକ ରୁକ୍ଷ ହୋଇଛି। ଏବେ କେବଳ ସେ ଏକା ନୁହଁ ବରଂ ବେଲାରୁଷ ସହ ମିଳିତ ହୋଇ ୟୁକ୍ରେନ୍‌  ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ୟୁକ୍ରେନ୍‌ ଗୋଇନ୍ଦା ସଂସ୍ଥା ଏହି ଖବର ପାଇଛି। ଆଗାମୀ ୭ ଦିନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି  ୟୁକ୍ରେନ୍‌ ସେନା ଆକଳନ କରିଛି। ଅନ୍ୟପଟେ  ୟୁକ୍ରେନ ସେନା ରୁଷର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ।  ତେଣୁ ଦିନକୁ ଦିନ କଠୋରରୁ ଅତି କଠୋର ପଦକ୍ଷେପ ନେବାରେ ଲାଗିଛନ୍ତି ଋଷ ସେନା । ପୁଣି ଥରେ ବିଧ୍ୱଂସକାରୀ ହାଇପରସୋନିକ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଛି।

Advertisment

ତାସହିତ ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି । ରାଜଧାନୀ କିଭ୍ ଓ ବ୍ୟାବସାୟିକ ନଗରୀ ଖାରକିଭ୍, ମୋରିୟୁପୁଲ, ଜାପୋରଜିଆ, ଲିଭିବ୍, ସୁମି ଓ ଓଡେଶା ସମେତ ସମଗ୍ର ୟୁକ୍ରେନରେ ଆକାଶମାର୍ଗରୁ ଆକ୍ରମଣ ନେଇ ସତର୍କ ସାଇରନ ଜାରି ହୋଇଛି।  ଅଘନ ଘନ କ୍ଷେପଣାସ୍ତ୍ର ଓ ବୋମାମାଡ଼ରେ ଏହି ସହରଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ବେଳେ ରୁଷ ସୈନ୍ୟ ବେସାମିରକ ଅଞ୍ଚଳକୁ ଟାର୍ଗେଟ କରିବା ଜାରି ରଖିଥିବା କହିଛି ୟୁକ୍ରେନ ।

ଗତକାଲି ଖାରକିଭ୍‌ରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଋଷ ସୈନ୍ୟ  ୪ ଶହରୁ ଅଧିକ ଲୋକ ଆଶ୍ରୟ ନେଇଥିବା ମାରିଓପୁଲର ଏକ ଆର୍ଟ ସ୍କୁଲକୁ ନିଶାନା କରିଥିବା ୟୁକ୍ରେନ ଅଭିଯୋଗ କରିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe