Advertisment

ଶ୍ମଶାନ ପାଲଟିଲାଣି କିଭ୍‌, ସଡକ ଉପରେ ମାଳ ମାଳ ମୃତଦେହ

କିଭ୍‌: ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ। ଦୀର୍ଘ ୩୯ ଦିନ ବିତିଯାଇଥିଲେ ସୁଦ୍ଧ ଶାନ୍ତ ପଡୁନି ରୁଷ। ଲଗାତର ୟୁକ୍ରେନ୍‌ ଉପରେ ମାଡ କରି ଚାଲିଛି ମିସାଇଲ। ଏହାରି ଭିତରେ ୟୁକ୍ରେନ୍‌ର ସବୁଠୁ ସୁନ୍ଦର ରାଜଧାନୀ ଏବେ ପାଲଟିଛି ଶ୍ମଶାନ। ଯୁଆଡେ ଦେଖିବ ସିଆଡେ କେବଳ ମୃତଦେହ। ରାସ୍ତା ଉପରେ ପଡିଛି ମାଳ ମାଳ ଶବ। ଯୁଆଡେ ଆଖି ବୁଲାଇବ ସିଆଡେ କେବଳ ଭଗ୍ନାବଶେଷ। କିଭ୍‌ ସହରକୁ ପୁରା ଛାରଖାର କରିଦେଇଛନ୍ତି ରୁଷ ସେନା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, […]

ଅଦ୍ୟତନ ହୋଇଛି
ଶ୍ମଶାନ ପାଲଟିଲାଣି କିଭ୍‌, ସଡକ ଉପରେ ମାଳ ମାଳ ମୃତଦେହ

Russia War

Advertisment

କିଭ୍‌: ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ। ଦୀର୍ଘ ୩୯ ଦିନ ବିତିଯାଇଥିଲେ ସୁଦ୍ଧ ଶାନ୍ତ ପଡୁନି ରୁଷ। ଲଗାତର ୟୁକ୍ରେନ୍‌ ଉପରେ ମାଡ କରି ଚାଲିଛି ମିସାଇଲ। ଏହାରି ଭିତରେ ୟୁକ୍ରେନ୍‌ର ସବୁଠୁ ସୁନ୍ଦର ରାଜଧାନୀ ଏବେ ପାଲଟିଛି ଶ୍ମଶାନ। ଯୁଆଡେ ଦେଖିବ ସିଆଡେ କେବଳ ମୃତଦେହ। ରାସ୍ତା ଉପରେ ପଡିଛି ମାଳ ମାଳ ଶବ। ଯୁଆଡେ ଆଖି ବୁଲାଇବ ସିଆଡେ କେବଳ ଭଗ୍ନାବଶେଷ। କିଭ୍‌ ସହରକୁ ପୁରା ଛାରଖାର କରିଦେଇଛନ୍ତି ରୁଷ ସେନା।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କିଭ୍‌କୁ ପୁଣି ଥରେ ୟୁକ୍ରେନ ଦଖଲ କରିଛି। ରୁଷ ସେନା କିଭ୍‌ରୁ ଚାଲିଯିବା ପରେ ୟୁକ୍ରେନ୍‌ ସେନା କିଭରେ ପ୍ରବେଶ କରିଛନ୍ତି। ତେବେ କିଭ୍‌ରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇପଡିଛନ୍ତି ସୈନିକ। କିଭ୍‌ ରାସ୍ତାରେ ମାଳ ମାଳ ମୃତଦେହ ପଡିଛି। ଏହା ବର୍ଣ୍ଣନା କରୁଛି ଯେ ରୁଷ ସେନା କିଭଳି ନରସଂହାର କରିଛନ୍ତି। କିଭଳି ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କିଭ୍‌ର କେବଳ ଗୋଟିଏ ଗଳିରୁ ୨୦ଜଣଙ୍କ ମୃତଦେହ ମିଳିଛି। ନ୍ୟୁଜ୍ ଏଜେନ୍ସି AFP ବୁକା ସହରର ମେୟରଙ୍କ ଉଦ୍ଦେଶ୍ୟରେ କହିଛି ଯେ ଏଠାରେ ଏକ ଜନ ସମାଧି ମିଳିଛି, ଯେଉଁଠି ୨୮୦ ଜଣଙ୍କ ମୃତଦେହ ମିଳିଛି। କିଭ୍‌ ଓ ବୁକାରୁ ଆସୁଥିବା ଏହି ହୃଦୟବିଦାରକ ଚିତ୍ର ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।

Advertisment

ୟୁକ୍ରେନ ସେନା ସାବଧାନତାର ସହ କିଭ୍‌ରେ ପ୍ରବେଶ କରୁଛନ୍ତି। ଲାଗୁଛି ହସୁଥିବା ଖେଳୁଥିବା କିଭ୍‌ ଏବେ ଧ୍ୱଂସାବଶେଷରେ ପରିଣତ ହୋଇଛି। ସହରର ରାସ୍ତାରେ ପଡିଥିବା ମୃତଦେହକୁ ୟୁକ୍ରେନ ସୈନ୍ୟମାନେ ବାହାର କରିବାକୁ ଭୟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ମୃତଦେହଗୁଡିକରେ କାଳେ ରୁଷ ସେନା ବିସ୍ଫୋରକ ସାମଗ୍ରୀ ଖଞ୍ଜି ଥିବ ସେନେଇ ସନ୍ଦେହ କରାଯାଉଛି। ବିନା କାରଣରେ ସାଧାରଣ ନାଗରିକଙ୍କୁ ରୁଷ ସେନା ଏଠି ହତ୍ୟା କରିଥିବା ୟୁକ୍ରେନ ଅଭିଯୋଗ କରିଛି। ୟୁକ୍ରେନ୍‌ ସୈନିକମାନେ କିଭ୍‌ ଓ ବୁକା ସହରରେ ସୁରକ୍ଷା ପାଇଁ ଅନେକ ସ୍ଥାନରେ ବ୍ୟାରିକେଡ୍‌ ଲଗାଇଛନ୍ତି।

ସେପଟେ ମାରିୟୁପୋଲରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି। ଏଭଳି ସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବାପାଇଁ ସଂଘର୍ଷ ଜାରି ରଖିଛନ୍ତି। ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ। ତେବେ ମାରିୟୁପୋଲ୍‌ରେ ସହାୟତା ପହଞ୍ଚାଇବାକୁ ରେଡ୍ କ୍ରସର ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି।

ରୁଷ୍ -ୟୁକ୍ରେନ୍ ଯୁଦ୍ଧକୁ ୩୮ ଦିନ ପୂରିଥିବା ବେଳେ ରୁଷ୍ ଏବେ କିଭ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରି ପୂର୍ବ ଏବଂ ଦକ୍ଷିଣ ଉପରେ ଅଧିକ ଫୋକସ୍ କରିଛି। ଏହାସହ ୟୁକ୍ରେନର ସବୁଠାରୁ ବଡ ତୈଳ ରିଫାଇନାରୀ ଉପରେ ଆକ୍ରମଣ କରି ଧ୍ୱଂସ କରିପକାଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe