Advertisment

ୟୁକ୍ରେନର ଭବିଷ୍ୟତ ନିଷ୍ପତ୍ତି ପୂର୍ବ ଓ ଦକ୍ଷିଣରେ ହେବ: ଜେଲେନସ୍କି

କିଭ୍‌: ପ୍ରାୟ ୨ ମାସ ହେଲା ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ ଏବେ ତା’ର ରଣନୀତି ପରବର୍ତ୍ତନ କରିବା ଆରମ୍ଭ କରିଛି। ଯୁଦ୍ଧ ଲମ୍ବା ସମୟ ଧରି ଚାଲୁଥିବାରୁ ରୁଷ ଅଲଆଉଟ ଆକ୍ରମଣ ପାଇଁ ଯୋଜନା କରୁଛି। ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନର ଭବିଷ୍ୟତ ନିଷ୍ପତ୍ତି ଦେଶର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ହିଁ ହେବ। ରୁଷ ଏବେ ୟୁକ୍ରେନର ପୂର୍ବ ଓ ଦକ୍ଷିଣ […]

ଅଦ୍ୟତନ ହୋଇଛି
ୟୁକ୍ରେନର ଭବିଷ୍ୟତ ନିଷ୍ପତ୍ତି ପୂର୍ବ ଓ ଦକ୍ଷିଣରେ ହେବ: ଜେଲେନସ୍କି

Ukraine

Advertisment

କିଭ୍‌: ପ୍ରାୟ ୨ ମାସ ହେଲା ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ ଏବେ ତା’ର ରଣନୀତି ପରବର୍ତ୍ତନ କରିବା ଆରମ୍ଭ କରିଛି। ଯୁଦ୍ଧ ଲମ୍ବା ସମୟ ଧରି ଚାଲୁଥିବାରୁ ରୁଷ ଅଲଆଉଟ ଆକ୍ରମଣ ପାଇଁ ଯୋଜନା କରୁଛି। ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ବଡ଼ ବୟାନ ଦେଇଛନ୍ତି।

Advertisment

ସେ କହିଛନ୍ତି, ୟୁକ୍ରେନର ଭବିଷ୍ୟତ ନିଷ୍ପତ୍ତି ଦେଶର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ହିଁ ହେବ। ରୁଷ ଏବେ ୟୁକ୍ରେନର ପୂର୍ବ ଓ ଦକ୍ଷିଣ ପ୍ରାନ୍ତକୁ ଦଖଲ କରିବା ପାଇଁ ଉଦ୍ୟମ କରୁଥିବାରୁ ଜେଲେନସ୍କି ଏପରି କହିଛନ୍ତି।

ଜେଲେନସ୍କି କହିଛନ୍ତି, “ଇଜୟୁମ, ଡୋନବାସ, ଅଜୋଭ ଉପକୂଳ, ମାରିୟୁପୋଲ, ଖେରସନ ଓବଲାଷ୍ଟ ଭଳି ଅଞ୍ଚଳରେ ଏହି ଯୁଦ୍ଧର ଭବିଷ୍ୟତ ରହିଛି। ଏବେ ଏହି ସବୁ ଅଞ୍ଚଳରେ ଆମ ଦେଶର ଭବିଷ୍ୟତ ନିଷ୍ପତ୍ତି ହେବ। ୟୁକ୍ରେନ ଉପରେ ରୁଷର ଆକ୍ରମଣ କେବଳ ଆରମ୍ଭ ମାତ୍ର। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ସେନାକୁ ପଶ୍ଚିମକୁ ଅଧିକ ପ୍ରବେଶ କରି ଅନ୍ୟ ଦେଶଗୁଡ଼ିକୁ ଦଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସବୁ ଦେଶଗୁଡ଼ିକ ଆମ ଭଳି ଚିନ୍ତା ରଖିଛନ୍ତି, ସେମାନେ ମିଳିତ ଭାବେ ଆମ ସହ ଲଢ଼େଇ କରନ୍ତୁ।

Advertisment

ସେମାନେ ଆମକୁ ଯେମିତି ହେଲେ ବି ସହଯୋଗ କରିବା ଦରକାର। କାରଣ ଆମେ ଆକ୍ରମଣର ସମ୍ମୁଖ ଭାଗରେ ରହିଛୁ। ଆଗାମୀ ଟାର୍ଗେଟ କିଏ ହେବ, ସେକଥା କେହି ବି ଜାଣି ନାହାନ୍ତି। ରୁଷ କେବଳ ନିଜ ଦେଶରେ ହିଁ ରୁଷୀୟ ଭାଷା କହୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷାକୁ ନିଶ୍ଚିତ କରୁ। ରୁଷ ଏମିତି ଏକ ଦେଶ ଯେଉଁଠାରେ ବାକ ସ୍ୱାଧୀନତା, ସ୍ୱାଧୀନ ପସନ୍ଦ ଓ ମତଭେଦ ପ୍ରକାଶ କରିବାର ସୁଯୋଗ ନାହିଁ। ରୁଷରେ ଗରିବୀ ବଢ଼ୁଥିବା ବେଳେ ମାନବ ଜୀବନ ମୂଲ୍ୟହୀନ।”

ଏହାପୂର୍ବରୁ ରୁଷର ଜେନେରାଲ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ କ୍ରେମଲିନ କେବଳ ପୂର୍ବ ୟୁକ୍ରେନକୁ ସଂପୂର୍ଣ୍ଣ ଭାବେ ଦଖଲ କରିବାକୁ ଲକ୍ଷ୍ୟ ରଖିନି। ଦକ୍ଷିଣ ପ୍ରାନ୍ତରେ ମଧ୍ୟ ଲଢ଼େଇ ହେଉଛି। ଏହା ଦ୍ୱାରା ଟ୍ରାନ୍ସନିଷ୍ଟ୍ରିଆ ସହ ଯୋଗାଯୋଗ ହୋଇପାରିବ। ଏହି ଅଞ୍ଚଳଟି ମୋଲଡୋଭାର ପଶ୍ଚିମ ପ୍ରାନ୍ତରେ ରହିଛି। ପୂର୍ବରୁ ଏହା ମୋଲଡୋଭାରେ ଥିଲା। କିନ୍ତୁ ରୁଷ ଏହାକୁ ଦଖଲ କରିନେଇଛି। ଉକ୍ତ ସ୍ଥାନ ସହ ଯୋଗାଯୋଗ କରିବାକୁ ୟୁକ୍ରେନର ଦକ୍ଷିଣ ପ୍ରାନ୍ତ ଉପରେ ରୁଷ ନଜର ପକାଇଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜେଲେନସ୍କି ଏମିତି ବୟାନ ଦେଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe