Advertisment

ଯୁଦ୍ଧ ବନ୍ଦ ହେବନି କହିଲେ ପୁଟିନ, ପାଣି ଓ ବିଜୁଳି ବିନା ବିଗୁଡ଼ୁଛି ସ୍ଥିତି

କିଭ୍: ଯୁଦ୍ଧ ଏବେ ବନ୍ଦ ହେବନି। ପୂର୍ବ ଯୋଜନା ଅନୁସାରେ ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୯ ଦିନ ଧରି ରୁଷ ସେନା ୟୁକ୍ରେନରେ ତାଣ୍ଡବଲୀଳା କରୁଛନ୍ତି। ରୁଷର ବୋମା ମାଡ଼ରେ ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ସରକାରୀ ପ୍ରତିଷ୍ଠାନ, ସ୍କୁଲ ଓ ହସ୍ପିଟାଲରେ ମାଟିରେ ମିଶି ଯାଇଛି। ତଥାପି ୟୁକ୍ରେନ ସେନା ରୁଷ ସହ ଲଢ଼େଇ କରୁଛନ୍ତି। ଆଲୋଚନା ଦ୍ୱାରା ଯୁଦ୍ଧ ଶେଷ ହେବ ବୋଲି ଆଶା […]

ରୁଷ ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇଲା ୟୁକ୍ରେନ୍‌

Russia1

Advertisment

କିଭ୍: ଯୁଦ୍ଧ ଏବେ ବନ୍ଦ ହେବନି। ପୂର୍ବ ଯୋଜନା ଅନୁସାରେ ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୯ ଦିନ ଧରି ରୁଷ ସେନା ୟୁକ୍ରେନରେ ତାଣ୍ଡବଲୀଳା କରୁଛନ୍ତି। ରୁଷର ବୋମା ମାଡ଼ରେ ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ସରକାରୀ ପ୍ରତିଷ୍ଠାନ, ସ୍କୁଲ ଓ ହସ୍ପିଟାଲରେ ମାଟିରେ ମିଶି ଯାଇଛି।

Advertisment

ତଥାପି ୟୁକ୍ରେନ ସେନା ରୁଷ ସହ ଲଢ଼େଇ କରୁଛନ୍ତି। ଆଲୋଚନା ଦ୍ୱାରା ଯୁଦ୍ଧ ଶେଷ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ପୁଟିନ ସମସ୍ତଙ୍କୁ ନିରାଶ କରିଛନ୍ତି। ଦେଶର ସୁରକ୍ଷା ପରିଷଦର ସଦସ୍ୟଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି, “ଯୋଜନା ଅନୁସାରେ ୟୁକ୍ରେନରେ ସ୍ପେଶାଲ ମିଲିଟାରୀ ଅପରେସନ ଜାରି ରହିବ। ଧାର୍ଯ୍ୟ ସୂଚୀକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

ସବୁ କାମ ଏଯାଏ ସଫଳତାର ସହ ଶେଷ କରାଯାଇଛି। ରୁଷ ଯବାନମାନେ ବେଶ ସାହାସିକତାର ସହ ଲଢ଼େଇ କରୁଛନ୍ତି। ରୁଷ ଓ ୟୁକ୍ରେନବାସୀ ଏକ। ରୁଷ କେବେ ହେଲେ ସେଠାକାର ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ଚାହେଁ ନାହିଁ। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। କେବଳ ୟୁକ୍ରେନରେ ଥିବା ଜନ ବିରୋଧୀ ଓ ନାଜି ସରକାରର ପତ୍ତନ ଚାହୁଁଛି ରୁଷ।”

Advertisment

ଅନ୍ୟପକ୍ଷରେ ରୁଷ ଯୁଦ୍ଧ ଆରମ୍ଭ ହେବାର ୮ ଦିନରେ ୟୁକ୍ରେନର ୪ଟି ସହରକୁ ସଂପୂର୍ଣ୍ଣ ରୂପେ ଦଖଲ କରି ନେଇଛି। ସେହିପରି ଖାରକିଭ ଖୁବଶୀଘ୍ର ରୁଷ ହାତକୁ ଯିବ ବୋଲି କୁହାଯାଉଛି। ଏଠାକାର ଅଧିକାଂଶ ଅଞ୍ଚଳକୁ ରୁଷ ସୈନ୍ୟମାନେ ନିଜ ନିୟନ୍ତ୍ରଣକୁ ନେଇଥିଲେ ମଧ୍ୟ କିଛି ସ୍ଥାନରେ ଲଢ଼େଇ ଜାରି ରହିଛି।

ରାଜଧାନୀ କିଭକୁ ମଧ୍ୟ ରୁଷ୍‌ ସେନା ସବୁ ଦିଗରୁ ଘେରି ରହିଛନ୍ତି। ବୁଧବାର ସନ୍ଧ୍ୟାରେ ରୁଷ ସେନା ୟୁକ୍ରେନ୍‌ର ଅନ୍ୟତମ ବନ୍ଦର ସହର ଖେରସନକୁ କବ୍‌ଜା କରିଥିଲେ। ଏବେ ଖେରସନରେ ଥିବା କମାଣ୍ଡ ସେଣ୍ଟର ଓ ମୁଖ୍ୟ ସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ରୁଷର ଯବାନମାନେ ପ୍ରବେଶ କରିଛନ୍ତି।

ଏହାବାଦ ଚେର୍ଣ୍ଣିହିବ ଓ ମାରିଉପୋଲ ମଧ୍ୟ ରୁଷ ନିୟନ୍ତ୍ରକୁ ଯାଇଛି। ମାରିଉପୋଲରେ ପାଣି, ବିଜୁଳି ଓ ହିଟିଂ ସପ୍ଲାଏ ବନ୍ଦ ହୋଇଯାଇଛି। ଏହା ମଧ୍ୟ ଗୋଟିଏ ପୋର୍ଟ ସହର। ଏଠାରେ ବୋମା ବର୍ଷଣ ଜାରି ରହିଥିବାରୁ ଲୋକମାନେ ଅନ୍ୟ ସହରକୁ ମଧ୍ୟ ଯାଇ ପାରୁନାହାନ୍ତି।

ବୋମା ଓ ଗୁଳି ମାଡ଼ ଯୋଗୁ ମାରିଉପୋଲ ଏବେ ଅଶାନ୍ତ ହୋଇ ଉଠିଛି। ଛୋଟ ପିଲା, ମହିଳା ଓ ବରିଷ୍ଠ ନାଗରିକମାନେ ପାଣି ଏବଂ ବିଜୁଳି ଅଭାବରୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସହରର କର୍ତ୍ତୃପକ୍ଷ ପକ୍ଷ କହିଛନ୍ତି, “ରୁଷ ଯୋଗୁ ଆମେ ବରବାଦ ହୋଇ ଗଲୁଣି। ଆମେ ଧ୍ୱଂସ ପାଇଯିବୁ। ରୁଷ ଏବେ ୟୁକ୍ରେନରେ ନରସଂହାର କରୁଛି। ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହୋଇ ଯାଇଥିବାରୁ ଲୋକମାନେ ସେମାନଙ୍କ ପ୍ରିୟଜନକ ସହ କଥାବାର୍ତ୍ତା କରିପାରୁନାହାନ୍ତି।” ୟୁକ୍ରେନର ମେଲ୍‌ଟିପୋଲକୁ ବି ୪ ଦିନ ତଳୁ ରୁଷ୍‌ ସଂପୂର୍ଣ୍ଣ ଦଖଲକୁ ନେଇ ସାରିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe