Advertisment

ୟୁକ୍ରେନ୍‌ ଅଭିନେତ୍ରୀଙ୍କୁ ମାରିଦେଲା ରୁଷ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୩ତମ ଦିନରେ ବିଚଳିତ କରିବା ଭଳି ଖବର ଆସିଛି। ୟୁକ୍ରେନର ଖାରକିଭ୍‌ରେ ରହୁଥିବା ଅଭିନେତ୍ରୀ ଓକସାନା ସଭେଟ୍‌ଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ପ୍ରସିଦ୍ଧ କଳାକାର। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୂର୍ବ ୟୁକ୍ରେନର ଖାରକିଭ୍‌ ସହର ଉପକଣ୍ଠରେ ଥିବା ମେରାଫାର ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ରୁଷ ସେନାର […]

author-image
Tapas Behera
ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ଅଭିନେତ୍ରୀଙ୍କୁ ମାରିଦେଲା ରୁଷ

ukrain

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୩ତମ ଦିନରେ ବିଚଳିତ କରିବା ଭଳି ଖବର ଆସିଛି। ୟୁକ୍ରେନର ଖାରକିଭ୍‌ରେ ରହୁଥିବା ଅଭିନେତ୍ରୀ ଓକସାନା ସଭେଟ୍‌ଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ପ୍ରସିଦ୍ଧ କଳାକାର। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଗତମାସରେ ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳାପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୂର୍ବ ୟୁକ୍ରେନର ଖାରକିଭ୍‌ ସହର ଉପକଣ୍ଠରେ ଥିବା ମେରାଫାର ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ରୁଷ ସେନାର ଘନଘନ ବୋମା ମାଡ଼ ହୋଇଛି । ଏଥିରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଏହି ଆକ୍ରମଣରେ ୨୫ ଜଣ ଆହତ ହୋଇଛନ୍ତି।

Advertisment

ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ବୋମା ମାଡ଼ରେ ବହୁତଳ ବିଶିଷ୍ଟ ପ୍ରାସାଦ ଧ୍ୱଂସ ହୋଇଯାଇଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ  ନିଆଁ ଲାଗି ଯିବା ସହ ବିଲଡିଂର ଉପର ଭାଗ ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିଲଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବାର ବେଳର ଫଟୋ ସାମ୍ନାକୁ ଆସିଛି । ଅନ୍ୟପଟେ ଏକ ଭିଡିଓ ବାର୍ତ୍ତାରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ତାଙ୍କ ନାଗରିକଙ୍କୁ ହିରୋ ସମ୍ବୋଧନ କରିଛନ୍ତି।

ସେ କହିଛିନ୍ତି ଯେ, ଆମ ସହରରରେ ରହୁଥିବା ହିରୋମାନେ ବହୁ ଦୁଃଖ ଯନ୍ତ୍ରଣା ସହୁଛନ୍ତି । ଆମେ ସେମାନଙ୍କ ପାଇଁ ସବୁ ପ୍ରକାର ସହୟାତା ଯୋଗାଇ ଦେବାକୁ ଉଦ୍ୟମ କରୁଛୁ । ମୁଁ ମୋର ନାଗରିକମାନଙ୍କୁ କହିବାକୁ ଚାହେଁ ଯେ, ଆମେ ତୁମକୁ ବିପଦରେ ଛାଡ଼ିବାକୁ ଚାହୁଁନାହୁଁ । ଅମେ ସେମାନଙ୍କୁ କେବେ ଛାଡ଼ିବା ନାହିଁ କି କ୍ଷମା ଦେବା ନାହିଁ।  ତୁମେ ଖୁବ ଶୀଘ୍ର ମୁକ୍ତ ହେବ ଏହାର ମୋର ବିଶ୍ୱାସ ବୋଲି ଜେଲେନସ୍କି କହିଛନ୍ତି।

Advertisment
Russia-Ukraine War