Advertisment

ଯୁଦ୍ଧ ଭିତରେ ଦୁଷ୍କର୍ମ ଭୟ, ଚୁଟି କାଟି ଦେଉଛନ୍ତି ୟୁକ୍ରେନ ଯୁବତୀ

କିଭ୍‌: ପାଖାପାଖି ଦେଢ଼ ମାସ ହେବ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷ ମିସାଇଲ ଉପରେ ମିସାଇଲ ମାଡ କରି ଚାଲିଛି। ଗୋଟିଏ ପରେ ଗୋଟିଏ ସହର କରି ଚାଲିଛି ଧ୍ୱଂସ। ଏବେ ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଛାଡି ଅନ୍ୟ ସହରକୁ ଟାର୍ଗେଟ କରୁଛନ୍ତି। ଏହି ଯୁଦ୍ଧ ଭିତରେ ୟୁକ୍ରେନ୍ ଯୁବତୀଙ୍କୁ ଏବେ ଘାରିଛି ଦୁଷ୍କର୍ମ ଭୟ। ରୁଷ ସୈନିକମାନେ ୟୁକ୍ରେନର ମହିଳା ଓ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଯୁଦ୍ଧ ଭିତରେ ଦୁଷ୍କର୍ମ ଭୟ, ଚୁଟି କାଟି ଦେଉଛନ୍ତି ୟୁକ୍ରେନ ଯୁବତୀ

Ukrainian girls

କିଭ୍‌: ପାଖାପାଖି ଦେଢ଼ ମାସ ହେବ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷ ମିସାଇଲ ଉପରେ ମିସାଇଲ ମାଡ କରି ଚାଲିଛି। ଗୋଟିଏ ପରେ ଗୋଟିଏ ସହର କରି ଚାଲିଛି ଧ୍ୱଂସ। ଏବେ ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଛାଡି ଅନ୍ୟ ସହରକୁ ଟାର୍ଗେଟ କରୁଛନ୍ତି। ଏହି ଯୁଦ୍ଧ ଭିତରେ ୟୁକ୍ରେନ୍ ଯୁବତୀଙ୍କୁ ଏବେ ଘାରିଛି ଦୁଷ୍କର୍ମ ଭୟ।

Advertisment

ରୁଷ ସୈନିକମାନେ ୟୁକ୍ରେନର ମହିଳା ଓ ଯୁବତୀଙ୍କୁ ଦୁଷ୍କର୍ମ କରୁଛନ୍ତି। ଏହି ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ସେଠାକାର ଯୁବତୀମାନେ ଏବେ ଧାରଣ କରୁଛନ୍ତି ନୂଆ ରୂପ। ଆକର୍ଷଣ ଦେଖାଯିବା ପାଇଁ ରଖିଥିବା ଲମ୍ବା ଚୁଟିକୁ କାଟି ସେମାନେ ଏବେ ଛୋଟ କରିଦେଉଛନ୍ତି। କମ୍‌ ଆକର୍ଷଣୀୟ ଦିଶିବାକୁ ରାଜଧାନୀ କିଭରୁ ପ୍ରାୟ ୫୦ ମାଇଲ୍‌ ଦୂରରେ ଥିବା ଇଭାନ୍‌କିଭ୍‌ରେ ଯୁବତୀମାନେ ନିଜ ନିଜର କେଶକୁ କାଟି ଛୋଟ ଛୋଟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଡେପୁଟି ମେୟର୍‌ ମାରିନା ବେଶାସ୍ତନା କହିଛନ୍ତି।

A woman holds a small girl at a border crossing in Medyka, Poland. (Photo: AP)

ପ୍ରାୟ ମାସେ ପରେ ମାର୍ଚ ୩୦ ତାରିଖ ଦିନ ଇଭାନ୍‌କିଭ୍‌ ନଗରୀ ରୁଷ ସେନା ଦଖଲରୁ ମୁକ୍ତ ହୋଇଥିଲା। ଇଭାନ୍‌କିଭ୍‌ ନଗରୀ ରୁଷ୍‌ ସେନା ନିୟନ୍ତ୍ରଣରେ ଥିବା ବେଳେ ସୈନିକମାମେ ସେଠାକାର ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ। ସେଠାକାର ଘରର ‘ବେସ୍‌ମେଣ୍ଟ୍‌’ରୁ ଯୁବତୀ ଓ ମହିଳାମାନଙ୍କୁ ତାଙ୍କ କେଶକୁ ଟାଣି ବାହାରକୁ ଅଣାଯାଉଥିଲା ବୋଲି ଡେପୁଟି ମେୟର୍‌ କହିଛନ୍ତି।

Advertisment

ଏଥିପାଇଁ କମ୍‌ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ନିଜ ନିଜ କେଶ କାଟୁଛନ୍ତି। ଫଳରେ କେହି ଆଉ ତାଙ୍କ ଆଡକୁ ଚାହିଁବେ ନାହିଁ ବୋଲି ସେ କହିଛନ୍ତି। ନିକଟବର୍ତ୍ତୀ ଗାଁରେ ଦୁଷ୍କର୍ମର ଶିକାର ହୋଇଥିବା ୧୫ ଓ ୧୬ ବର୍ଷୀୟ ୨ ଭଉଣୀଙ୍କ କଥା ମଧ୍ୟ ବଖାଣିଛନ୍ତି ଡେପୁଟି ମେୟର୍‌।

ଦୁଷ୍କର୍ମ ରିପୋର୍ଟ କେବଳ ୟୁକ୍ରେନ୍‌ର ଇଭାନ୍‌କିଭ୍‌ରୁ ଆସୁନାହିଁ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଆସୁଛି। ଜଣେ ୟୁକ୍ରେନୀୟ ମହିଳା କହିଛନ୍ତି, ରୁଷ ସୈନିକମାନେ ତାଙ୍କ ସ୍ୱାମୀଙ୍କୁ ଗୁଳି ମାରି ହତ୍ୟା କରିବାର ପରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଘରେ ଥିବା ତାଙ୍କ ୪ ବର୍ଷର ପୁଅ ଏସବୁ ଦେଖି ଭୟରେ କାନ୍ଦୁଥିଲେ।

ଏହା ବ୍ୟତୀତ ୟୁକ୍ରେନ ସାଂସଦ ଲେସିଆ ଭାସିଲେଙ୍କା ଅଭିଯୋଗ କରିଥିଲେ ଯେ, ରୁଷ ସୈନିକମାନେ ୧୦ ବର୍ଷୀୟ ଝିଅମାନଙ୍କ ସହିତ ଦୁଷ୍କର୍ମ କରିଛନ୍ତି ଓ ମହିଳାମାନଙ୍କ ଶବରେ ଗରମ ଲୁହା ରଡ୍‌ରେ ଚେଙ୍କ ଦେଇ ସ୍ୱସ୍ତିକ ଚିହ୍ନ ତିଆରି କରିଛନ୍ତି। ଯାହାର ଫଟୋକୁ ମଧ୍ୟ ସେ ଟ୍ୱିଟ୍‌ କରି ଶେଆର କରିଥିଲେ।

Russia-Ukraine War