Advertisment

ଯୁଦ୍ଧ ଭିତରୁ ଶୁଭିଲା ବ୍ୟାଣ୍ଡ ବାଜା, ସେନା କହିଲା-Don’t Worry Be Happy

କିଭ୍‌: ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୧୪ ଦିନ ପୂରିଲାଣି। ଏହା ମଧ୍ୟରେ ରୁଷର ଘନ ଘନ ଆକ୍ରମଣରେ ଧ୍ୱଂସସ୍ତୁପରେ ପରିଣତ ହେଲାଣି ୟୁକ୍ରେନ ।  ଏପରିକି ରୁଷର ମିଶାଇଲ  ତଥା ବୋମା ମାଡ଼ରେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯାଉଛି। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ରୁଷ ନିଜ କବଜାକୁ ନେଉଥିବା ବେଳେ ୟୁକ୍ରେନ ଯୋଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରୁଛି। ଏତେ ସବୁ ଘାତପ୍ରତିଘାତ ସତ୍ତ୍ୱେ ଭାଙ୍ଗି ପଡ଼ିନି ୟୁକ୍ରେନ ସେନା। […]

ଯୁଦ୍ଧ ଭିତରୁ ଶୁଭିଲା ବ୍ୟାଣ୍ଡ ବାଜା, ସେନା କହିଲା-Don’t Worry Be Happy

military-force

Advertisment

କିଭ୍‌: ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୧୪ ଦିନ ପୂରିଲାଣି। ଏହା ମଧ୍ୟରେ ରୁଷର ଘନ ଘନ ଆକ୍ରମଣରେ ଧ୍ୱଂସସ୍ତୁପରେ ପରିଣତ ହେଲାଣି ୟୁକ୍ରେନ ।  ଏପରିକି ରୁଷର ମିଶାଇଲ  ତଥା ବୋମା ମାଡ଼ରେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯାଉଛି। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ରୁଷ ନିଜ କବଜାକୁ ନେଉଥିବା ବେଳେ ୟୁକ୍ରେନ ଯୋଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରୁଛି।

Advertisment

ଏତେ ସବୁ ଘାତପ୍ରତିଘାତ ସତ୍ତ୍ୱେ ଭାଙ୍ଗି ପଡ଼ିନି ୟୁକ୍ରେନ ସେନା। କାଳ ରାତି ପରେ ଏକ ଶୁଭ ସକାଳ ବି ଆସିବ । ରୁଷର ମିଶାଇଲ ମାଡ଼ରେ ୟୁକ୍ରେନର ମେରୁଦଣ୍ଡ ଭାଙ୍ଗି ଯାଇଥିଲେ ବି ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବ ଦେଶ । ଏପରି ଯୋଶ ରଖି  ଏକ ଭିଡିଓ ଶେଆର କରିଛନ୍ତି ୟୁକ୍ରେନ ମିଲିଟାରୀ ବ୍ୟାଣ୍ଡ । ଯେଉଁଥିରେ ଶୁଭିବାକୁ ମିଳୁଛି ‘Don’t Worry Be Happy’ । ଏଥିସହ ବ୍ୟାଣ୍ଡ, ବାଜାର ଶବ୍ଦ ଶୁଣି ଭୟାତୁର ହୋଇପଡ଼ିଥିବା ୟୁକ୍ରେନବାସୀଙ୍କ ମନରେ ପୁଣିଥରେ ବଞ୍ଚିବାର ଆଶା ସଞ୍ଚାର ହୋଇଛି।

ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏଥିରେ ଦେଖିବାକୁ ମିଳୁଛି ମିଲିଟାରୀ ୟୁନିଫର୍ମରେ ଥିବା  ୫ ଜଣ ବ୍ରାଶ୍‌ ପ୍ଲେୟାର ଓଡେସା ଅପେରା ଏବଂ ବାଲେଟ୍ ଥିଏଟରକୁ ଜଗି ରହିଛନ୍ତି । ଏହି ସମୟରେ ବ୍ୟାଣ୍ଡ ବାଜୁଥିବା ବେଳେ ପଛରେ  ୟୁକ୍ରେନ ପତାକା ଦେଖିବାକୁ ମିଳୁଛି |   ଦୂରରୁ ଓଡେସା ଅପେରା ଏବଂ ବାଲେଟ୍ ଥିଏଟର ମଧ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ସାଂଘାତିକ ହେବାକୁ ଲାଗିଲାଣି। ଏୟାର ଷ୍ଟ୍ରାଇକ୍‌ କରି ୟୁକ୍ରେନର ବର୍ଷ ବର୍ଷର ଐତିହ୍ୟକୁ ରୁଷ ନିମିଷେକ ମଧ୍ୟରେ ମାଟିରେ ମିଶାଉଥିବା ବେଳେ ରୁଷର ରକେଟ ମାଡ଼ରେ ପ୍ରାଣ ହରାଉଛନ୍ତି ଛୋଟ ପିଲା ସମେତ ଶତାଧିକ ନିରୀହ ଲୋକ । ଏପରିକି ଉଭୟ ପକ୍ଷ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ରୁଷର ଆକ୍ରମଣ ଆହୁରି ବଢ଼ିବାରେ ଲାଗିଛି। ଏପରିକି ରୁଷ ଉପରେ ଆମେରିକାର ଗୋଟିଏ ପରେ ଗୋଟିଏ କଟକଣା ବି କାମ ଦେଉନି।  ତେଣୁ କେବେ ଶେଷ ହେବ ଏହି ଯୁଦ୍ଧ, ଆଉ କେତେ ସାଧାରଣ ଲୋକଙ୍କୁ ଜୀବନ ହାରିବାକୁ ପଡ଼ିବ, ତାହା ସମୟ ହିଁ କହିବ ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe