Advertisment

ଜେଲେନସ୍କି ପୋଲାଣ୍ଡ ଚାଲି ଯାଇଥିବା କଥା ଦୋହରାଇଲା ରୁଷ, ଜବାବ ରଖିଲା ୟୁକ୍ରେନ

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଭୟରେ ପୋଲାଣ୍ଡ ଚାଲି ଯାଇଥିବା କଥା ପୁଣିଥରେ ଦୋହରାଇଛି ରୁଷ। ହେଲେ ଏହାକୁ ୟୁକ୍ରେନ ସଂସଦ ଖଣ୍ଡନ କରିଛି। ଜେଲେନସ୍କି ଏବେ ବି କିଭରେ ଅଛନ୍ତି ଓ ରୁଷ ସହ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି ୟୁକ୍ରେନ ସଂସଦ ସ୍ପଷ୍ଟ କରିଛି। ଏହାପୂର୍ବରୁ ରୁଷ ସଂସଦ ବା ଡୁମାର ବାଚସ୍ପତି କହିଥିଲେ ଯେ ଜେଲେନସ୍କି ଏବେ କିଭ୍‌ ଛାଡ଼ି ପୋଲାଣ୍ଡ ଚାଲି ଯାଇଛନ୍ତି। ପ୍ରଥମେ ସେ ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ […]

ଅଦ୍ୟତନ ହୋଇଛି
ଜେଲେନସ୍କି ପୋଲାଣ୍ଡ ଚାଲି ଯାଇଥିବା କଥା ଦୋହରାଇଲା ରୁଷ, ଜବାବ ରଖିଲା ୟୁକ୍ରେନ

Ukraine

Advertisment

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଭୟରେ ପୋଲାଣ୍ଡ ଚାଲି ଯାଇଥିବା କଥା ପୁଣିଥରେ ଦୋହରାଇଛି ରୁଷ। ହେଲେ ଏହାକୁ ୟୁକ୍ରେନ ସଂସଦ ଖଣ୍ଡନ କରିଛି। ଜେଲେନସ୍କି ଏବେ ବି କିଭରେ ଅଛନ୍ତି ଓ ରୁଷ ସହ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି ୟୁକ୍ରେନ ସଂସଦ ସ୍ପଷ୍ଟ କରିଛି।

Advertisment

ଏହାପୂର୍ବରୁ ରୁଷ ସଂସଦ ବା ଡୁମାର ବାଚସ୍ପତି କହିଥିଲେ ଯେ ଜେଲେନସ୍କି ଏବେ କିଭ୍‌ ଛାଡ଼ି ପୋଲାଣ୍ଡ ଚାଲି ଯାଇଛନ୍ତି। ପ୍ରଥମେ ସେ ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭ ଯିବାର ଥିଲା। ହେଲେ ସେଠାକୁ ୟୁକ୍ରେନ ସଂସଦ ତାଙ୍କୁ ନେଇ ପାରି ନଥିଲା। ଏଥିପାଇଁ ସେ ପୋଲାଣ୍ଡକୁ ପଳାୟନ କରିଛନ୍ତି ବୋଲି ରୁଷ ସଂସଦର ବାଚସ୍ପତି ଦାବି କରିଥିଲେ।

ଏହାର ଜବାରେ ୟୁକ୍ରେନ ସଂସଦ ଗୋଟିଏ ବିବୃତି ଜାରି କରିଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଜେଲେନସ୍କି କୁଆଡ଼େ ବି ଯାଇ ନାହାନ୍ତି। ସେ ପୂର୍ବଭଳି ୟୁକ୍ରେନର ରାଜଧାନୀ କିଭରେ ରହିଛନ୍ତି। ଏଠାରେ ରହି ସେ ରୁଷ ଆକ୍ରମଣର ଜବାବ ଦେଉଛନ୍ତି।

Advertisment

ଏହାପୂର୍ବରୁ ମଧ୍ୟ ଅନେକ ଥର ରୁଷ ମିଡିଆ ପକ୍ଷରୁ ଜେଲେନସ୍କିଙ୍କ ପଳାୟନକୁ ନେଇ ଖବର ପ୍ରକାଶ ପାଇଛି। ହେଲେ ସବୁଥର ଏହି ଖବରକୁ ନିଜେ ଜେଲେନସ୍କି କ୍ୟାମେରା ସାମ୍ନାକୁ ଆସି ଖଣ୍ଡନ କରିଛନ୍ତି। ସେ ରୁଷ ଆଗରେ ଆତ୍ମସମର୍ପଣ କରିବା ଅପକ୍ଷା ମରିବାକୁ ବେଶୀ ପସନ୍ଦ କରିବେ ବୋଲି କହିଥିଲେ। ଏଥିସହ ଜେଲେନସ୍କି କୌଣସି ବି ପରିସ୍ଥିତିରେ କିଭ୍‌ ଛାଡ଼ିବେ ନାହିଁ ବୋଲି ମଧ୍ୟ ଭିଡିଓ ଜାରି କରି କହିଥିଲେ।

ସୂଚନାଯୋଗ୍ୟ, ରୁଷ ସେନା କିଭ୍‌କୁ ଦଖଲ କରିବା ପାଇଁ ଚାରିପଟୁ ହମଲା ଜାରି ରଖିଛି। ହେଲେ ଏଯାଏ ସେମାନେ ଏହି ଯୋଜନାରେ ସଫଳ ହୋଇ ପାରିନାହାନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe