ରୁଷ ଟ୍ୟାଙ୍କକୁ ରୋକିବା ପାଇଁ ବ୍ରିଜ୍‌ ସହ ନିଜକୁ ଉଡ଼ାଇ ଦେଲେ ଯୁକ୍ରେନ ଯବାନ

କିଭ: ଶତ୍ରୁପକ୍ଷ କବଳରୁ ଦେଶକୁ ରକ୍ଷା କରିବା ପାଇଁ ପ୍ରାଣ ବଳି ଦେଇଛନ୍ତି ଜଣେ ୟୁକ୍ରେନ ଯବାନ। ରୁଷ ଟ୍ୟାଙ୍କକୁ ଅଟକାଇବା ପାଇଁ ସେ ଗୋଟିଏ ବ୍ରିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଏହି ବିସ୍ଫୋରଣରେ ସେ ନିଜେ ମଧ୍ୟ ପ୍ରାଣ ହରାଇଛନ୍ତି। ରୁଷ ଦଖଲରେ ଥିବେ କ୍ରିମେଆରୁ ଟ୍ୟାଙ୍କଗୁଡ଼ିକ ୟୁକ୍ରେନର ମେନଲ୍ୟାଣ୍ତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଏଗୁଡ଼ିକୁ ଅଟକାଇବା ପାଇଁ ଯବାନ ଜଣଙ୍କ ଏହି ଦୁଇ ସ୍ଥାନକୁ ସଂଯୋଗ କରୁଥିବା ବ୍ରିଜ୍‌କୁ ଉଡ଼ାଇବାକୁ ନିଷ୍ପତ୍ତି […]

Ukraine.jpg1

Ukraine.jpg1

Hemant Lenka
  • Published: Saturday, 26 February 2022
  • Updated: 26 February 2022, 02:08 PM IST

Sports

Latest News

କିଭ: ଶତ୍ରୁପକ୍ଷ କବଳରୁ ଦେଶକୁ ରକ୍ଷା କରିବା ପାଇଁ ପ୍ରାଣ ବଳି ଦେଇଛନ୍ତି ଜଣେ ୟୁକ୍ରେନ ଯବାନ। ରୁଷ ଟ୍ୟାଙ୍କକୁ ଅଟକାଇବା ପାଇଁ ସେ ଗୋଟିଏ ବ୍ରିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଏହି ବିସ୍ଫୋରଣରେ ସେ ନିଜେ ମଧ୍ୟ ପ୍ରାଣ ହରାଇଛନ୍ତି। ରୁଷ ଦଖଲରେ ଥିବେ କ୍ରିମେଆରୁ ଟ୍ୟାଙ୍କଗୁଡ଼ିକ ୟୁକ୍ରେନର ମେନଲ୍ୟାଣ୍ତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା।

ଏଗୁଡ଼ିକୁ ଅଟକାଇବା ପାଇଁ ଯବାନ ଜଣଙ୍କ ଏହି ଦୁଇ ସ୍ଥାନକୁ ସଂଯୋଗ କରୁଥିବା ବ୍ରିଜ୍‌କୁ ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ତାଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମାରିନ ବାଟାଲିୟନ ଇଞ୍ଜିନିୟର ଭିଟାଲୟ ସାକାକୁନ ଭି ୟୁକ୍ରେନର ଦକ୍ଷିଣ ପ୍ରାନ୍ତରେ ଥିବା ଖେରସନ ପ୍ରଦେଶ ଅନ୍ତର୍ଗତ ହେନିଚେସ୍କ ବ୍ରିଜ ଉପରେ ମୁତୟନ ହୋଇଥିଲେ। ଏହି ସମୟରେ ରୁଷର ଏକାଧିକ ଟ୍ୟାଙ୍କ ବ୍ରିଜ୍‌ ଦେଇ ୟୁକ୍ରେନରେ ପଶିବାକୁ ଚେଷ୍ଟା କରିଥିଲେ।

ସେମାନଙ୍କୁ ରୋକିବା ପାଇଁ ଭିଟାଲୟ ନିଜ ସହ ବ୍ରିଜ୍‌କୁ ଉଡ଼ାଇ ଦେଇଥିଲେ। ଯାହା ଫଳରେ ଟ୍ୟାଙ୍କଗୁଡ଼ିକ ଆଗକୁ ଆସି ପାରି ନଥିଲା ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜେନେରାଲ ଷ୍ଟଫ ଅଫ ଦି ଆର୍ମଡ ଫୋର୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରୁଷ ଟ୍ୟାଙ୍କଗୁଡ଼ିକୁ ରୋକିବା ପାଇଁ କୌଣସି ଉପାୟନ ଥିବାରୁ ସେନା ବାହିନୀ ବ୍ରିଜ୍ ଉଡ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭିଟାଲୟ ନିଜ ଆଡ଼ୁ ବ୍ରିଜକୁ ବିସ୍ଫୋରଣରେ ଉଡ଼ାଇବାକୁ ଆଗ୍ରହ ପ୍ରକାଶ କରିଥିଲେ।

ସେ ଭଲ ଭାବେ ଜାଣିଥିଲେ ଯେ ବ୍ରିଜ୍‌କୁ ଉଡ଼ାଇବା ବେଳେ କିଛି ବି ଘଟିପାରେ। ତଥାପି ସେ ବୀରତାର ସହ ବ୍ରିଜ୍‌ ଉଡ଼ାଇବା କାମ କରିଥିଲେ। ଯେଉଁଥିରେ ତାଙ୍କ ଜୀବନ ମଧ୍ୟ ଯାଇଛି। ତାଙ୍କ ବଳିଦାନକୁ ସବୁବେଳେ ଦେଶ ମନେ ରଖିବ। ତାଙ୍କ ବଳିଦାନ ପାଇଁ ୟୁକ୍ରେନ ଆର୍ମି ରୁଷର ମୁକାବିଲା ପାଇଁ ଅଧିକ ସମୟ ପାଇବାକୁ ସକ୍ଷମ ହୋଇଥିଲା ବୋଲି ଏଥିରେ କୁହାଯାଇଛି।

ବିବୃତିରେ ଆହୁରି କୁହାଯାଇଛି ଯେ ଶେଷ ମୁହୂର୍ତ୍ତ ଯାଏ ଆମେ ରୁଷ ସହ ଲଢ଼େଇ କରିବୁ। ଯେଉଁ ପର୍ଯ୍ୟନ୍ତ ଆମ ଶରୀରରେ ଜୀବନ ଅଛି, ସେ ଯାଏ ଲଢ଼େଇ ହେବ। ଭିଟାଲୟଙ୍କୁ ତାଙ୍କ ବଳଦିନ ପାଇଁ ଦେଶ ପକ୍ଷରୁ ମରଣୋତ୍ତର ବୀରତା ସମ୍ମାନ ଦିଆଯିବ ବୋଲି ଆର୍ମଡ ଫୋର୍ସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ଠାରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଏଥିଯୋଗୁ ଉଭୟ ଦେଶର ବ୍ୟାପକ କ୍ଷୟକ୍ଷତି ଘଟିଛି। କିଭ୍ ଦଖଲ କରିବାକୁ ରୁଷ ଚାହୁଁଥିବା ବେଳେ ୟୁକ୍ରେନ ଏହାର କଡ଼ା ମୁକାବିଲା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story