Advertisment

ୟୁକ୍ରେନର ଶିଶୁ ହସ୍ପିଟାଲକୁ ଉଡାଇଦେଲା ରୁଷ, ନିନ୍ଦା କଲା ଜାତିସଂଘ

କିଭ୍‌: ଦିନକୁ ଦିନ ଭୟଙ୍କର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଚରମସୀମାରେ ପହଞ୍ଚିଛି ରୁଷର ଯୁଦ୍ଧନୀତି। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ସବୁ ସୀମା ଟପିଛି ରୁଷ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହରକୁ ଧ୍ୱସଂ କରୁଥିବା ବେଳେ ରୁଷ ଏବେ ଏକ ଶିଶୁ ହସ୍ପିଟାଲ ଓ ପ୍ରସୂତି ବିଭାଗକୁ ଟାର୍ଗେଟ କରିଛି। ୟୁକ୍ରେନ୍‌ର ଶିଶୁ ହସ୍ପିଟାଲ ଉପରେ ରୁଷ ରକେଟ୍‌ ମାଡ କରି ଉଡାଇ ଦେଇଛି। ଏନେଇ ୟୁକ୍ରେନ୍‌ ଅଧିକାରୀମାନେ ସୂଚନା ଦେଇଛନ୍ତି। ରୁଷର ଆକ୍ରମଣରେ ଦକ୍ଷିଣ-ପୂର୍ବତଟିୟ […]

ଅଦ୍ୟତନ ହୋଇଛି
ୟୁକ୍ରେନର ଶିଶୁ ହସ୍ପିଟାଲକୁ ଉଡାଇଦେଲା ରୁଷ, ନିନ୍ଦା କଲା ଜାତିସଂଘ

attack on hospital

Advertisment

କିଭ୍‌: ଦିନକୁ ଦିନ ଭୟଙ୍କର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଚରମସୀମାରେ ପହଞ୍ଚିଛି ରୁଷର ଯୁଦ୍ଧନୀତି। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ସବୁ ସୀମା ଟପିଛି ରୁଷ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହରକୁ ଧ୍ୱସଂ କରୁଥିବା ବେଳେ ରୁଷ ଏବେ ଏକ ଶିଶୁ ହସ୍ପିଟାଲ ଓ ପ୍ରସୂତି ବିଭାଗକୁ ଟାର୍ଗେଟ କରିଛି। ୟୁକ୍ରେନ୍‌ର ଶିଶୁ ହସ୍ପିଟାଲ ଉପରେ ରୁଷ ରକେଟ୍‌ ମାଡ କରି ଉଡାଇ ଦେଇଛି। ଏନେଇ ୟୁକ୍ରେନ୍‌ ଅଧିକାରୀମାନେ ସୂଚନା ଦେଇଛନ୍ତି।

Advertisment

ରୁଷର ଆକ୍ରମଣରେ ଦକ୍ଷିଣ-ପୂର୍ବତଟିୟ ଅଞ୍ଚଳ ମାରିୟୁପୋଲରେ ଥିବା ଏକ ପିଲାଙ୍କ ହସ୍ପିଟାଲ ଓ ପ୍ରସୂତି କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ସେପଟେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ମଧ୍ୟ ଟ୍ୱିଟ୍‌ କରି କହିଛନ୍ତି, 'ମାରିୟୁପୋଲରେ ଥିବା ମେଟରନିଟି ହସ୍ପିଟାଲ ଉପରେ ରୁଷ ସୈନିକମାନେ ସିଧାସଳଖ ଆକ୍ରମଣ କରିଛନ୍ତି। ଫଳରେ ଅଧିକାଂଶ ଲୋକ ଏବଂ ଛୋଟ ଛୁଆ ବିଲ୍ଡିଂର ଭଗ୍ନାବଶେଷ ତଳେ ଦବି ରହିଛନ୍ତି। ଏହା ଅତ୍ୟନ୍ତ ଅତ୍ୟାଚାର। ଆଉ କେତେ ଦିନ ଯାଏଁ ବିଶ୍ୱ ଏଭଳି ଆତଙ୍କବାଦକୁ ଅଣଦେଖା କରିବ? ତୁରନ୍ତ ଆକଶମାର୍ଗକୁ ବନ୍ଦ କରାଯାଉ। ହତ୍ୟା ବନ୍ଦ କରାଯାଉଛି। ଆପଣଙ୍କ ପାଖରେ ଶକ୍ତି ଅଛି କିନ୍ତୁ ଲାଗୁଛି ଯେ, ଆପଣ ମାନବତା ହରାଇ ଦେଇଛନ୍ତି।'

UN chief condemns Russia's 'horrific' attacks on maternity, children's hospital in Ukraine

ସେପଟେ ୟୁକ୍ରେନ୍‌ର ମାରିୟୁପୋଲରେ ଠାରେ ଥିବା ଶିଶୁ ହସ୍ପିଟାଲ୍‌ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ। ଏହା ଏକ ଅତ୍ୟନ୍ତ ଅମାନୁଷିକ ଓ ବର୍ବରତା କାର୍ଯ୍ୟ ବୋଲି କହିଛି ଜାତିସଂଘ। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍‌ ଆଣ୍ଟୋନିଓ ଗୁଟେରସ୍‌ ଏ ନେଇ ଏକ ଟ୍ୱିଟ୍‌ କରି ରୁଷକୁ ସମାଲୋଚନା କରିଛନ୍ତି।

Advertisment

ଏପରି ହିଂସା ବନ୍ଦ କରିବାକୁ ରୁଷକୁ କହିଥିବା ଟ୍ୱିଟର୍‌ରେ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ରାଷ୍ଟ୍ର ଗୋଷ୍ଠୀ ମଧ୍ୟ ରୁଷର ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛି। ଆଣ୍ଟୋନିଓ ଗୁଟେରସ୍‌ ଆହୁରି କହିଛନ୍ତି, ଏହି ଯୁଦ୍ଧ ପାଇଁ ସାଧାରଣ ନାଗରିକଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ଏହି ଅଜ୍ଞାନ ହିଂସା ଓ ରକ୍ତପାତର ଅନ୍ତଃ ଘଟାନ୍ତୁ।

Photos: Russian bombing destroys hospital in Ukraine's Mariupol | Gallery News | Al Jazeera

ସୂଚନା ମୁତାବକ ‌ଯେ ଗତକାଲି ହୋଇଥିବା ରୁଷର ଏହି ଆକ୍ରମଣରେ ପ୍ରାୟ ୧୭ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଓ ମହିଳା ଅଛନ୍ତି। ଶିଶୁ ଓ ମାତୃ ୱାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

https://twitter.com/MFA_Ukraine/status/1501579191485186048?s=20&t=C4Iq-kApdF_MkGpeBAzN5Q

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe