Advertisment

କାବୁଲ ବିସ୍ଫୋରଣକାରୀଙ୍କୁ ଖୋଜି ଖୋଜି ମାରୁଛି ଆମେରିକା

କାବୁଲ: କାବୁଲ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଆମେରିକା। କାବୁଲ ଆକ୍ରମଣରେ ନିୟୋଜିତ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ମାରିବାକୁ ଲକ୍ଷ୍ୟ ରଖିଛି ଆମେରିକା। କାବୁଲ ବିମାନବନ୍ଦରରୁ ଅଳ୍ପ ଦୂରରେ ଥିବା ଜନବସତି ଉପରେ ଆଜି ହୋଇଛି ରକେଟ ମାଡ଼। ପ୍ରଥମେ ଏହା ଆତଙ୍କବାଦୀଙ୍କ କାରନାମା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଆମେରିକା ସେନା ସ୍ପଷ୍ଟ କରିଛନ୍ତି ଯେ ଆମେରିକା ହିଁ ରକେଟ ମାଡ଼ କରିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କାବୁଲ ବିସ୍ଫୋରଣକାରୀଙ୍କୁ ଖୋଜି ଖୋଜି ମାରୁଛି ଆମେରିକା

USA-Drone-Strike

କାବୁଲ: କାବୁଲ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଆମେରିକା। କାବୁଲ ଆକ୍ରମଣରେ ନିୟୋଜିତ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ମାରିବାକୁ ଲକ୍ଷ୍ୟ ରଖିଛି ଆମେରିକା। କାବୁଲ ବିମାନବନ୍ଦରରୁ ଅଳ୍ପ ଦୂରରେ ଥିବା ଜନବସତି ଉପରେ ଆଜି ହୋଇଛି ରକେଟ ମାଡ଼। ପ୍ରଥମେ ଏହା ଆତଙ୍କବାଦୀଙ୍କ କାରନାମା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଆମେରିକା ସେନା ସ୍ପଷ୍ଟ କରିଛନ୍ତି ଯେ ଆମେରିକା ହିଁ ରକେଟ ମାଡ଼ କରିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ସୂଚନା ରହିଛି।

Advertisment

ଆମେରିକାର ସେନା ଅଧିକାରୀ କହିଛନ୍ତି ଯେ ବିମାନ ବନ୍ଦର ପାଖରେ ଥିବା ଏକ ଜନବସତି ଅଞ୍ଚଳରେ ଥିବା ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟର ଖୋରାସାନ୍ ମଡ୍ୟୁଲକୁ ଆମେରିକା ଟାର୍ଗେଟ କରିଛି। ଅନ୍ୟପଟେ ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ମଧ୍ୟ କହିଛି ଯେ ଆମେରିକା ଜଣେ ବିଶ୍ୱସ୍ତ ଆକ୍ରମଣକାରୀଙ୍କୁ ଟାର୍ଗେଟ କରିଛି।

ଅନ୍ୟପଟେ ନାମ ଗୋପନ ରଖିବା ସର୍ତ୍ତରେ ଖବର ସରବରାହ ସଂସ୍ଥା ରଏଟର୍ସକୁ ଜଣେ କହିଛନ୍ତି ଯେ ଉଭୟ ପାଶ୍ଚାତ୍ୟ ଦେଶ ତଥା ତାଲିବାନର ଶତ୍ରୁ ଥିବା ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଗୋଷ୍ଠୀର ଜଣେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ରକେଟ୍ ମାଡ଼ କରାଯାଇଥିଲା।

Advertisment

ଗୁରୁବାର ବିମାନବନ୍ଦର ନିକଟରେ ହୋଇଥିବା ଆକ୍ରମଣ ପାଇଁ ଏହି ଆତଙ୍କୀ ସଂଗଠନ ନିଜକୁ ଦାୟୀ ଥିଲା। ଏହି ଆକ୍ରମଣରେ ୧୩ ଜଣ ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଏୟାର ଷ୍ଟ୍ରାଇକ କରି ଡ୍ରୋନ ଜରିଆରେ ବୋମା ପକାଇଥିଲା ଆମେରିକା। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ଯିଏକି ଆମେରିକା ଟାର୍ଗେଟରେ ଥିଲା। ଶନିବାର ଆଫଗାନର ନଙ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଏହି ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଆମେରିକା ଡ୍ରୋନ୍‌ ତା’ର ଟାର୍ଗେଟକୁ ହିଟ୍‌ କରିଛି। ଆଗକୁ ମଧ୍ୟ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେଣ୍ଟ୍ରାଲ କମାଣ୍ଡ ଦମ୍ଭୋକ୍ତି କରିଛି।