Advertisment

ଆଫଗାନରେ ପାଠପଢ଼ା ଆରମ୍ଭ, କିନ୍ତୁ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଟଣାଗଲା ପରଦା

କାବୁଲ: ଯାହା ଆଶା କରାଯାଉଥିଲା, ସେଇଆ ହେଲା। ତାଲିବାନ ପଞ୍ଝାରେ ଥିବା ଆଫଗାନିସ୍ତାନରେ ଏବେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବା ସହ କ୍ଲାସ ଆରମ୍ଭ ହୋଇଛି। କିନ୍ତୁ ତାଲିବାନୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଦୂରତା ରଖିବାକୁ କଟକଣା ଲାଗୁ କରାଯାଇଛି। କ୍ଲାସରୁମରେ ପରାଦ ଟଙ୍ଗା ଯାଇଛି। ପରାଦର ଗୋଟିଏ ପାର୍ଶ୍ୱରେ ଛାତ୍ରମାନେ ଓ ଅନ୍ୟପଟେ ଛାତ୍ରୀମାନେ ବସି ପାଠ ପଢ଼ୁଛନ୍ତି। କେହି କାହାକୁ ଯେମିତି ଦେଖିପାରିବେ ନାହିଁ, ସେଥିପାଇଁ ପରାଦ ଲଗାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ […]

ସାଥିରେ ପୁରୁଷ ଏସକଟ୍‌ ନଥିଲେ ମହିଳାଙ୍କୁ ଯାତ୍ରା ମନା

Taliban1

Advertisment

କାବୁଲ: ଯାହା ଆଶା କରାଯାଉଥିଲା, ସେଇଆ ହେଲା। ତାଲିବାନ ପଞ୍ଝାରେ ଥିବା ଆଫଗାନିସ୍ତାନରେ ଏବେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବା ସହ କ୍ଲାସ ଆରମ୍ଭ ହୋଇଛି। କିନ୍ତୁ ତାଲିବାନୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଦୂରତା ରଖିବାକୁ କଟକଣା ଲାଗୁ କରାଯାଇଛି।

Advertisment

କ୍ଲାସରୁମରେ ପରାଦ ଟଙ୍ଗା ଯାଇଛି। ପରାଦର ଗୋଟିଏ ପାର୍ଶ୍ୱରେ ଛାତ୍ରମାନେ ଓ ଅନ୍ୟପଟେ ଛାତ୍ରୀମାନେ ବସି ପାଠ ପଢ଼ୁଛନ୍ତି। କେହି କାହାକୁ ଯେମିତି ଦେଖିପାରିବେ ନାହିଁ, ସେଥିପାଇଁ ପରାଦ ଲଗାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ହିଜାବ ପରିଧାନ କରିଛନ୍ତି। ଏହାର ‍ଫଟୋ ଏବେ ସ୍ଥାନୀୟ ଗଣମାଧ୍ୟମକ ପକ୍ଷରୁ ଟ୍ୱିଟ କରାଯାଇଛି।

ତାଲିବାନ ପକ୍ଷରୁ ନିକଟରେ ଜାରି ନିର୍ଦ୍ଦେଶରେ କୁହାଯାଇଥିଲା ଯେ ଆଫଗାନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟକୁ ଯାଉଥିବା ଛାତ୍ରୀମାନେ ହିଜାବ ପିନ୍ଧିବେ। ସେମାନଙ୍କ ମୁହଁ ଯଥା ସମ୍ଭବ ଘୋଡ଼ାଇ ହୋଇ ରହିବ। ସେହିପରି ଲିଙ୍ଗ ଅନୁସାରେ କ୍ଲାସ ରୁମରେ ବସିବାକୁ ବ୍ୟବସ୍ଥା କରାଯିବ।

Advertisment

ଛାତ୍ରଛାତ୍ରୀଙ୍କ ବେଞ୍ଚ ମଧ୍ୟରେ ପରାଦ ରହିବ। ଏହାବାଦ୍‌ ଛାତ୍ରୀମାନଙ୍କୁ କେବଳ ମହିଳାମାନେ ପାଠପଢ଼ାଇ ପାରିବେ। ଯଦି ମହିଳା ଶିକ୍ଷକ ନାହାନ୍ତି, ତା’ହେଲେ ବୟସ୍କ କିମ୍ବା ଭଲ ଚରିତ୍ରର ଲୋକମାନେ ହିଁ ଛାତ୍ରୀଙ୍କୁ ପାଠପଢ଼ାଇ ପାରିବେ। କ୍ଲାସ ରୁମକୁ ପ୍ରବେଶ କରିବା ପାଇଁ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଦ୍ୱାର ରଖିବାକୁ ମଧ୍ୟ ତାଲିବାନ କହିଛି। ଏହି ନିର୍ଦ୍ଦେଶ ଅନୁସାରେ ଏବେ ଆଫଗାନର ବିଭିନ୍ନ ସ୍ଥାନର ଥିବା ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି।


୧୯୯୬ରୁ ୨୦୦୧ ଯାଏ ତାଲିବାନ ଆଫଗାନକୁ ଦଖଲ କରିଥିବା ବେଳେ ମହିଳାମାନଙ୍କୁ ଚାକିରି କିମ୍ବା ପାଠପଢ଼ିବାକୁ ଅନୁମତି ଦେଉ ନଥିଲା। ହେଲେ ଏବେ କଡ଼ା କଟକଣା ମଧ୍ୟରେ ସଂଗଠନ ମହିଳାଙ୍କୁ ପାଠପଢ଼ିବାକୁ ଅନୁମତି ଦେଇଛି। ସେହିପରି ଆଗକୁ ମହିଳାମାନଙ୍କୁ ଚାକିରି କରିବାକୁ ଅନୁମତି ମିଳିବ ବୋଲି ସଂଗଠନ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe