ଏଣିକି ୧୨ରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବ ଟିକା

ୱାଶିଂଟନ୍‌: ଛୋଟ ପିଲାମାନଙ୍କୁ କରୋନା ଟିକା ଦେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏବେ ଏହାକୁ ନେଇ ଆଶ୍ୱସ୍ତିକର ଖବର ଆସିଛି। ଅର୍ଥାତ୍ ଏଣିତି ଛୋଟ ପିଲାମାନଙ୍କୁ ମଧ୍ୟ କରୋନା ଭ୍ୟାକସିନ୍ ଦିଆଯିବ । ଏହି ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଆମେରିକା ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ଦେଶରେ ୧୨ରୁ ୧୫ ବର୍ଷର ପିଲାମାନଙ୍କ ପାଇଁ ଫାଇଜର୍‌-ବାୟୋଟେକର କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି । ଏହି ଭ୍ୟାକସିନ୍ ବର୍ତ୍ତମାନ ଦେଶର […]

vaccine

vaccine

Ranjit Kumar Jena
  • Published: Tuesday, 11 May 2021
  • Updated: 11 May 2021, 03:11 PM IST

Sports

Latest News

ୱାଶିଂଟନ୍‌: ଛୋଟ ପିଲାମାନଙ୍କୁ କରୋନା ଟିକା ଦେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏବେ ଏହାକୁ ନେଇ ଆଶ୍ୱସ୍ତିକର ଖବର ଆସିଛି। ଅର୍ଥାତ୍ ଏଣିତି ଛୋଟ ପିଲାମାନଙ୍କୁ ମଧ୍ୟ କରୋନା ଭ୍ୟାକସିନ୍ ଦିଆଯିବ । ଏହି ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଆମେରିକା ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ଦେଶରେ ୧୨ରୁ ୧୫ ବର୍ଷର ପିଲାମାନଙ୍କ ପାଇଁ ଫାଇଜର୍‌-ବାୟୋଟେକର କୋଭିଡ୍‌-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ।

ଏହି ଭ୍ୟାକସିନ୍ ବର୍ତ୍ତମାନ ଦେଶର ୧୬ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯାଉଛି । ତେବେ ଫେଡେରାଲ୍ ଭ୍ୟାକସିନ୍ ପରାମର୍ଶଦାତା କମିଟିର ସୁପାରିସ୍ ପରେ ଏବେ ୧୨ରୁ ୧୫ ବର୍ଷ ପିଲାଙ୍କୁ ଏହି ଟିକା ପ୍ରିମିୟର ଓ ବ୍ରୁଷ୍ଟର୍ ଭାବେ ଦୁଇଥର ଦିଆଯିବ । ଏହି ଟିକାକରଣ ଗୁରୁବାରଠାରୁ ଆରମ୍ଭ ହୋଇପାରେ । ତେବେ ବୁଧବାର ଏ ନେଇ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି ।

ସାରା ବିଶ୍ୱରେ କୋଭିଡ୍‌-୧୯ ଟିକା ବୟସ୍କଙ୍କୁ ଦେବା ପାଇଁ ଅନୁମତି ମିଳିସାରିଛି । ହେଲେ ଫାଇଜର୍ ଟିକା ଦେଶର ୧୬ ବର୍ଷର ତରୁଣ ବୟସ୍କଙ୍କୁ ଦିଆଯାଉଛି । ନିକଟରେ କାନାଡା ୧୨ ବର୍ଷ ଓ ଏହାଠାରୁ ଅଧିକ ବର୍ଷର ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିଥିଲା । ଏଭଳି କରିବାରେ କାନାଡା ଦୁନିଆର ପ୍ରଥମ ଦେଶ ଥିଲା । ଆମେରିକାରେ ୧୬ ବର୍ଷରୁ ଅଧିକ ବୟସର ୧୫ କୋଟି ଲୋକଙ୍କୁ କରୋନା ଟିକାର ଗୋଟିଏ ଡୋଜ୍ ଦିଆ ସରିଛି । ସେହିପରି ଭାରତରେ ୧୭ କୋଟିରୁ ଅଧିକ ଲୋକଙ୍କର ଟିକାକରଣ ହୋଇସାରିଛି । ଫାଇଜରର ବରିଷ୍ଠ ଉପାଧ୍ୟକ୍ଷ ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଲ୍ ଗ୍ରୁବର କହିଛନ୍ତି, ମହାମାରୀ କରୋନା ବିରୋଧରେ ଲଢ଼େଇ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ କ୍ଷଣ ।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଭାଇରସ୍ ବିରୋଧରେ ଲଢ଼େଇରେ ଏହା ଭଲ ପଦକ୍ଷେପ । ଆମେ ଚାହୁଁଛୁ ଅଭିଭାବକ ସହ ସେମାନଙ୍କ ପିଲାମାନେ ମଧ୍ୟ ସୁରକ୍ଷିତ ରୁହନ୍ତୁ । ଏହି କ୍ରମରେ ଆଜିର ଏହି ନିଷ୍ପତ୍ତି ଲୋକଙ୍କ ଲକ୍ଷ୍ୟ ପୂରଣ କରିବ ।

ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ କହିଥିଲେ ଯେ ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନରେ ୨୦,୦୦୦ ଫାର୍ମାସୀକୁ ସାମିଲ୍ କରାଯିବ । ସେ କହିଛନ୍ତି, ଆମେରିକାକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ପିଲାମାନଙ୍କୁ ଟିକାକରଣ ଆମର ପ୍ରମୁଖ ଅଂଶ । ଆମେରିକାର ଦ୍ୱିତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ମଡର୍ଣ୍ଣା ମଧ୍ୟ ପିଲାମାନଙ୍କ ପାଇଁ ତା’ର ଭ୍ୟାକସିନର ମଞ୍ଜୁରୀ ଉପରେ କାମ ଜାରି ରଖିଛି । ଫାଇଜର୍ ଓ ବାୟୋଟେକର ଏହି ଭ୍ୟାକସିନକୁ ୟୁରୋପୀୟ ଦେଶ ଗୁଡ଼ିକରେ ମଧ୍ୟ ମଞ୍ଜୁରୀ ମିଳିବା ନେଇ ଆଶା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos