Advertisment

ସମସ୍ତ ଚିନୁକ୍ ଲଢ଼ୁଆ ହେଲିକପ୍ଟରକୁ ବସେଇ ଦେଲା ଆମେରିକା

ନୂଆଦିଲ୍ଲୀ: ସବୁ ଚିନୁକ୍ ଲଢ଼ୁଆ ହେଲିକପ୍ଟରକୁ ସାମୟିକ ଅବ୍ୟାହତି ଦେଲା ଆମେରିକା ସେନା । ଇଂଜିନରେ ନିଆଁ ସମସ୍ୟା ଯୋଗୁ ସମସ୍ତ ୪୦୦ ଚିନୁକ୍ ହେଲିକପ୍ଟରକୁ ଆମେରିକା ସେନା ଓହ୍ଲାଇ ଦେଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁୟାୟୀ ୭୦ଟି ହେଲିକପ୍ଟରର ଇଂଜିନ୍ ଯାଂଚ କରାଯାଇଥିଲା।  ତେବେ ଇଂଜିନରେ ଏକ ଯନ୍ତ୍ରାଂଶରେ ସମସ୍ୟା ଥିବା ବିଶେଷଜ୍ଞ ଦଳ ଦେଖିବାକୁ ପାଇଛନ୍ତି । ଏହାପରେ ସବୁ ଚିନୁକ୍ ହେଲିକପ୍ଟକୁ ସାମୟିକ ଭାବେ ସେବା ନିବୃତ କରାଯାଇଛି।  […]

ସମସ୍ତ ଚିନୁକ୍ ଲଢ଼ୁଆ ହେଲିକପ୍ଟରକୁ ବସେଇ ଦେଲା ଆମେରିକା

chinuk

Advertisment

ନୂଆଦିଲ୍ଲୀ: ସବୁ ଚିନୁକ୍ ଲଢ଼ୁଆ ହେଲିକପ୍ଟରକୁ ସାମୟିକ ଅବ୍ୟାହତି ଦେଲା ଆମେରିକା ସେନା । ଇଂଜିନରେ ନିଆଁ ସମସ୍ୟା ଯୋଗୁ ସମସ୍ତ ୪୦୦ ଚିନୁକ୍ ହେଲିକପ୍ଟରକୁ ଆମେରିକା ସେନା ଓହ୍ଲାଇ ଦେଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁୟାୟୀ ୭୦ଟି ହେଲିକପ୍ଟରର ଇଂଜିନ୍ ଯାଂଚ କରାଯାଇଥିଲା।  ତେବେ ଇଂଜିନରେ ଏକ ଯନ୍ତ୍ରାଂଶରେ ସମସ୍ୟା ଥିବା ବିଶେଷଜ୍ଞ ଦଳ ଦେଖିବାକୁ ପାଇଛନ୍ତି । ଏହାପରେ ସବୁ ଚିନୁକ୍ ହେଲିକପ୍ଟକୁ ସାମୟିକ ଭାବେ ସେବା ନିବୃତ କରାଯାଇଛି।  ତେବେ ଚିନୁକ୍ ହେଲିକପ୍ଟର ବର୍ତ୍ତମାନ ସୁଦ୍ଧା କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇନାହିଁ, କି ଏଥିରେ କେହି ଆହତ ହୋଇନାହାନ୍ତି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Advertisment

ସମସ୍ୟା ଜଣା ପଡ଼ିବା ପରେ ସେନାର ସୁରକ୍ଷା ଦୃଷ୍ଟିରୁ ଚିନୁକ୍ ହେଲିକପ୍ଟର ସାମୟିକ ସେବା ନିବୃତ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଭାରତୀୟ ବାୟୁସେନା ମଧ୍ୟ ଚିନୁକ୍ ହେଲିକପ୍ଟର ବ୍ୟବହାର କରୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି । କାହିଁକି ଆମେରିକା ସମସ୍ତ ଚିନୁକ୍ ହେଲିକପ୍ଟର ସାମୟିକ ସେବା ନିବୃତ କଲା ସେନେଇ ଆମେରିକାକୁ ରିପୋର୍ଟ ମାଗିଛି ଭାରତୀୟ ଆକାଶବାହିନୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe