Advertisment

ଭାରତ ଗସ୍ତରେ ଆସିବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ

ଓ୍ୱାଶିଂଟନ: ଭାରତ ଗସ୍ତରେ ଆସିବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ। ଚଳିତ ମାସରେ ଲୟଡ ଅଷ୍ଟିନ୍ ଆସିବେ ବୋଲି ସୂଚନା ରହିଛି। ଆମେରିକାରେ ବାଇଡେନ ସରକାର ଆସିବା ପରେ ଭାରତ ଗସ୍ତରେ ପ୍ରଥମ ଥର ପାଇଁ ଆସୁଛନ୍ତି ବାଇଡେନ ସରକାରର ମନ୍ତ୍ରୀ। ଅଷ୍ଟିନ ଭାରତ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ବୁଧବାର ଆମେରିକାର ପ୍ରତିରକ୍ଷା ବିଭାଗର ଅଫିସ ପେଣ୍ଟାଗନ ଏହି ସୂଚନା ଦେଇଛି। ଭାରତ ଗସ୍ତ ବେଳେ […]

ଅଦ୍ୟତନ ହୋଇଛି
ଭାରତ ଗସ୍ତରେ ଆସିବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ

austin

Advertisment

ଓ୍ୱାଶିଂଟନ: ଭାରତ ଗସ୍ତରେ ଆସିବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ। ଚଳିତ ମାସରେ ଲୟଡ ଅଷ୍ଟିନ୍ ଆସିବେ ବୋଲି ସୂଚନା ରହିଛି। ଆମେରିକାରେ ବାଇଡେନ ସରକାର ଆସିବା ପରେ ଭାରତ ଗସ୍ତରେ ପ୍ରଥମ ଥର ପାଇଁ ଆସୁଛନ୍ତି ବାଇଡେନ ସରକାରର ମନ୍ତ୍ରୀ। ଅଷ୍ଟିନ ଭାରତ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ବୁଧବାର ଆମେରିକାର ପ୍ରତିରକ୍ଷା ବିଭାଗର ଅଫିସ ପେଣ୍ଟାଗନ ଏହି ସୂଚନା ଦେଇଛି।

Advertisment

ଭାରତ ଗସ୍ତ ବେଳେ ଅଷ୍ଟିନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ଏହି ସମୟରେ ହିନ୍ଦ- ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଆମେରିକା ନିଜର ପ୍ରତିବଦ୍ଧତା ବାବଦରେ ବୈଠକରେ ଭାରତକୁ ଅବଗତ କରାଇବ। ମାର୍ଚ୍ଚ ୧୩ରେ ଅଷ୍ଟିନ ପ୍ରଥମ ବିଦେଶ ଯାତ୍ରା ଆରମ୍ଭ କରିବେ। ବିମାନରେ ଆସି ସେ ଆମେରିକାର ଇଣ୍ଡୋ-ପାସିଫିକ୍ କମାଣ୍ଡ ମୁଖ୍ୟାଳୟ ପରିଦର୍ଶନ କରିବେ। ଏହାପରେ ଜାପାନର ସରକାରର ପ୍ରତିପକ୍ଷ ନେତା, କୋରିଆ ଓ ଭାରତର ବରିଷ୍ଠ ସରକାରୀ ନେତାଙ୍କୁ ଭେଟିବେ ବୋଲି ପେଣ୍ଟାଗନ ଏକ ପ୍ରେସ ରିଲିଜ ଜାରି କରି କହିଛି। ତେବେ ସୂଚନା ଅନୁଯାୟୀ ଅଷ୍ଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ମାର୍ଚ୍ଚ ୧୯ରେ ସେ ଦିଲ୍ଲୀ ପହଞ୍ଚିବେ ଏବଂ ୨୧ରେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅଷ୍ଟିନଙ୍କ ଗସ୍ତ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

https://twitter.com/rajnathsingh/status/1369626979398426624?s=20

ଅଷ୍ଟିନ ତାଙ୍କର ବିଦେଶ ଗସ୍ତ ଆରମ୍ଭ କରିବା ପୂର୍ବରୁ ଆମେରିକାର ଏବିସି ନ୍ୟୁଜକୁ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ବାଇଡେନ ସରକାରର ଚାଇନା ଆଭିମୁଖ୍ୟ ବାବଦରେ ପରୋକ୍ଷରେ ସୂଚନା ଦେଇଛନ୍ତି। ହିନ୍ଦ ପ୍ରଶାନ୍ତ ମହାସାଗରରେ ଚାଇନା ଅଧିକ ଆକ୍ରାତ୍ମକ ହୋଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏମିତିକି ଯୁଦ୍ଧ କ୍ଷେତ୍ରରେ ଚାଇନା ନିଜର ଅସ୍ତ୍ରଶସ୍ତ୍ରକୁ ଅଧିକ ଆଧୁନିକୀକରଣ କରିଛି। ଏଥିସହ ସେନାବାହିନୀକୁ ବିସ୍ତାର କରୁଛି। ଚାଇନା ଏଭଳି କରି ଆମେରିକାକୁ ଆଗେଇବାକୁ ପ୍ରୟାସ କରୁଛି। ଯେଉଁଥିରେ ଆମେରିକା ସବୁବେଳେ ଆଗରେ ରହିଥାଏ ବୋଲି ଅଷ୍ଟିନ୍ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe