Advertisment

କରୋନାର ଉତ୍ପତ୍ତିକୁ ନେଇ ଆମେରିକାର ଗୁଇନ୍ଦା ରିପୋର୍ଟ, ଚାଇନା ଖୁସ୍!

ନୂଆଦିଲ୍ଲୀ: ନିକଟରେ ଆମେରିକା ଗୁଇନ୍ଦା କହିଥିଲା କୋଭିଡ୍ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଜୈବିକ ଅସ୍ତ୍ର। ଏବେ କିନ୍ତୁ ସେହି ଗୁଇନ୍ଦା ସଂସ୍ଥା କହିଛି କୋଭିଡ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଜୈବିକ ଅସ୍ତ୍ର ବୋଲି କୌଣସି ପ୍ରମାଣ ନାହିଁ ବା ଏହି ଭାଇରସକୁ ଚାଇନା ବିକଶିତ କରିଛି ବୋଲି ପ୍ରମାଣ ସଂଗୃହୀତ ହୋଇପାରି ନାହିଁ। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିନ୍ତୁ କହିଛନ୍ତି ଚାଇନା କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ସୂଚନା […]

ଅଦ୍ୟତନ ହୋଇଛି
ଉହାନ କରୋନା ଡାଟାବେସ୍‌କୁ ହଟାଇ ଦେଲା ଚାଇନା

wuhan lab

Advertisment

ନୂଆଦିଲ୍ଲୀ: ନିକଟରେ ଆମେରିକା ଗୁଇନ୍ଦା କହିଥିଲା କୋଭିଡ୍ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଜୈବିକ ଅସ୍ତ୍ର। ଏବେ କିନ୍ତୁ ସେହି ଗୁଇନ୍ଦା ସଂସ୍ଥା କହିଛି କୋଭିଡ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଜୈବିକ ଅସ୍ତ୍ର ବୋଲି କୌଣସି ପ୍ରମାଣ ନାହିଁ ବା ଏହି ଭାଇରସକୁ ଚାଇନା ବିକଶିତ କରିଛି ବୋଲି ପ୍ରମାଣ ସଂଗୃହୀତ ହୋଇପାରି ନାହିଁ। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିନ୍ତୁ କହିଛନ୍ତି ଚାଇନା କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ସୂଚନା ଦେଉ ନାହିଁ। ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରୁଛି।

Advertisment

ଆମେରିକାର ମିଷ୍ଟର ପ୍ରେସିଡେଣ୍ଟଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଶୁକ୍ରବାର କହିଛନ୍ତି ଯେ SARS-CoV-2 ବୋଧ ହୁଏ ପ୍ରଥମେ ନଭେମ୍ବର ୨୦୧୯ରେ ଏକ ଛୋଟ ଆକାରରେ ବ୍ୟାପିଥିଲା ଏବଂ ଡିସେମ୍ବର ୨୦୧୯ରେ ଉହାନରେ ପ୍ରଥମ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା। ହେଲେ କରୋନା ଭାଇରସର ଉତ୍ପତ୍ତିକୁ ନେଇ କୌଣସି ଏକ ନିର୍ଦ୍ଦିଷ୍ଟ ନିର୍ଯାସ ମିଳିପାରି ନାହିଁ। ଏ ନେଇ ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ କୌଣସି ସହମତି ହୋଇ ପାରିନାହିଁ।

ରିପୋର୍ଟରେ ଦର୍ଶାଯାଇଛି, ଏହି କରୋନା ଭାଇରସ ଜୈବିକ ଅସ୍ତ୍ର ଭାବରେ ବିକଶିତ ହୋଇନଥିଲା। ଅଧିକାଂଶ ତଦନ୍ତ ଅଧିକାରୀ ମଧ୍ୟ ଆକଳନ କରିଛନ୍ତି ଯେ SARS-CoV-2 ଜେନେଟିକ୍ ଉତ୍ପନ୍ନ ହୋଇନଥାଇପାରେ, ଯଦିଓ ଦୁଇଟି ତଦନ୍ତ କାରୀ ଟିମ୍ ବିଶ୍ୱାସ କରନ୍ତି ଯେ ଏହି କଥାକୁ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ତେବେ ଗୁଇନ୍ଦା ବିଶ୍ୱାସ କରେ ଯେ କୋଭିଡ ସଂକ୍ରମଣ ବିଷୟରେ ଚାଇନା ଅଧିକାରୀଙ୍କ ନିକଟରେ କୌଣସି ଜ୍ଞାନ ନଥିଲା।

Advertisment

ଏଥିରେ କୁହାଯାଇଛି, ବିଭିନ୍ନ ତଥ୍ୟର ଆକଳନ କରିବା ପରେ, କୋଭିଡ୧୯ର ଉତ୍ପତ୍ତି ବିଷୟରେ ଗୁଇନ୍ଦା ବିଭାଗର ମତ ଏବେ ଦୁଇ ଭାଗ ହୋଇଯାଇଛି। ସମସ୍ତ ତଦନ୍ତକାରୀ ସଂସ୍ଥା କରୋନାର ଉତ୍ପତ୍ତିକୁ ନେଇ ଦୁଇ ପ୍ରକାର ଆକଳନ କରିଛନ୍ତି। ଦୁଇଟି କାରଣ ଉପରେ ଗୁଇନ୍ଦା ସନ୍ଦେହ କରୁଛି। ପ୍ରଥମଟି ହେଲା ସଂକ୍ରମିତ ପ୍ରାଣୀରୁ ସଂକ୍ରମିତ ହୋଇଛି ନହେଲେ ଲାବୋରେଟୋରୀ ଘଟଣାରୁ ଏହି ଭାଇରସ ସଂକ୍ରମିତ ହୋଇଛି।

କିଛି ଗୁଇନ୍ଦା କିନ୍ତୁ ଆକଳନ କରିଛନ୍ତି ଯେ SARS-CoV-2 ସହିତ ସଂକ୍ରମଣ ଲାବୋରେଟୋରୀରୁ ଆସିଥାଇପାରେ। ଯାହାକି ଉହାନ୍ ଭାଇରୋଲୋଜି ପ୍ରତିଷ୍ଠାନ ଦ୍ୱାରା ପରୀକ୍ଷଣ, ପଶୁଙ୍କ ଯତ୍ନ ନେବା ବେଳେ କିମ୍ବା ନମୁନା ନେଲା ବେଳେ ହୋଇପାରେ।

ବାଇଡେନ କହିଛନ୍ତି ଯେ ଏହି ସଂକ୍ରମଣର ମୂଳ କାରଣ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଙ୍କ ପ୍ରଶାସନ ଯଥାସମ୍ଭବ ଉଦ୍ୟମ କରିବ। ଯାହା ଦ୍ୱାରା ଭବିଷ୍ୟତରେ ଏପରି ଯେପରି ନହୁଏ ସେଥିପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଇପାରିବ। ସେ କହିଛନ୍ତି ଯେ ଏହି ମହାମାରୀର ଉତ୍ପତ୍ତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଇନାରେ ଅଛି, କିନ୍ତୁ ଆରମ୍ଭରୁ ଚାଇନାର ସରକାରୀ କର୍ମଚାରୀମାନେ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କୁ ତଦନ୍ତ କରିବାରେ ରୋକୁଛନ୍ତି। ବାଇଡେନ ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ଚାଇନା ତଦନ୍ତରେ ଟ୍ରାନସପେରେନ୍ସି ଏବଂ ଏହା ସହିତ ଜଡ଼ିତ ତଥ୍ୟକୁ ଅଟକାଇ ରଖିଛି।

ଆମେରିକା ରାଷ୍ଟ୍ରପତି କହିଛନ୍ତି, ବିଶ୍ୱ କରୋନାର ଉତ୍ପତ୍ତି ନେଇ ଉତ୍ତର ଜାଣିବା ଉଚିତ ଏବଂ ମୁଁ ଉତ୍ତର ନ ପାଇବା ପର୍ଯ୍ୟନ୍ତ ଚୁପ୍ ବସିବି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe