Advertisment

ତାଲିବାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ

କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଦେଖି ଆଫଗାନିସ୍ତାନରେ ତାଲିବାନ ପୁଣିଥରେ ସକ୍ରିୟ ହୋଇଯାଇଛି। ଅନେକ ସହରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଲିବାନ ଚେଷ୍ଟା କରୁଛି। ଏହାରି ଭିତରେ ଆମେରିକା ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ଯାଉଥିବା ବେଳେ ଆମେରିକା ହଠାତ୍ ୟୁଟର୍ଣ୍ଣ ନେଇ ତାଲିବାନ ଉପରେ ବଡ଼ ପ୍ରହାର କରିଛି। ଏଥିରେ ଅନେକ ତାଲିବାନ କ୍ୟାମ୍ପ ନଷ୍ଟ କରି ହୋଇଛି। ଏହି ଆକ୍ରମଣରେ ତାଲିବାନର […]

ଅଦ୍ୟତନ ହୋଇଛି
ତାଲିବାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ

usa-launches-air-strike

Advertisment

କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଦେଖି ଆଫଗାନିସ୍ତାନରେ ତାଲିବାନ ପୁଣିଥରେ ସକ୍ରିୟ ହୋଇଯାଇଛି। ଅନେକ ସହରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଲିବାନ ଚେଷ୍ଟା କରୁଛି। ଏହାରି ଭିତରେ ଆମେରିକା ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ଯାଉଥିବା ବେଳେ ଆମେରିକା ହଠାତ୍ ୟୁଟର୍ଣ୍ଣ ନେଇ ତାଲିବାନ ଉପରେ ବଡ଼ ପ୍ରହାର କରିଛି। ଏଥିରେ ଅନେକ ତାଲିବାନ କ୍ୟାମ୍ପ ନଷ୍ଟ କରି ହୋଇଛି। ଏହି ଆକ୍ରମଣରେ ତାଲିବାନର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ପେଣ୍ଟାଗନର ମୁଖପାତ୍ର ଜନ କିର୍ବି ଅଫ୍ ଦ ରେକର୍ଡ ମିଡିଆ ପ୍ରତିନିଧିଙ୍କ ସହ କଥା ହେବା ବେଳେ କହିଛନ୍ତି ଯେ ଆଫଗାନ ସୁରକ୍ଷା କର୍ମୀ ଏବଂ ସେନାର ମୁଖ୍ୟ ଅଧିକାରୀ (ଏଏନଡିଏସଏଫ) ଆମେରିକା ସହିତ ତାଲିବାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଆମେରିକା ଆଫଗାନିସ୍ତାନର ସହଯୋଗରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଏନଡିଏସଏଏଫର ସହଯୋଗ ରହିଲେ ଆମେରିକା ଆଗାମୀ ଦିନରେ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିବ ବୋଲି ସେ କହିଥିବା ସୂଚନା ରହିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗତ ତିନି ଦିନ ମଧ୍ୟରେ ଆଫଗାନିସ୍ତାନର ଅନେକ ପ୍ରାନ୍ତରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି ଏବଂ ଏହି ଏୟାର ଷ୍ଟ୍ରାଇକ୍‌ରେ ଅତି କମରେ ପାଞ୍ଚଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ଆମେରିକାର ଏୟାର ଷ୍ଟ୍ରାଇକର ରିପୋର୍ଟ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକାର ପ୍ରମୁଖ ଅଧିକାରୀ ମାର୍କ ମିଲି କହିଛନ୍ତି ଯେ ତାଲିବାନ ନିଜକୁ ଏପରି ଉପସ୍ଥାପନା କରୁଛି ଯେ ସତେ ସେମିତି ବିଜୟୀ ହୋଇଯାଇଛି। କିନ୍ତୁ ଏହି ଯୁଦ୍ଧରେ ଅନ୍ତିମ ଫଳାଫଳ କ’ଣ ହେବ, ତାହା ଏପର୍ଯ୍ୟନ୍ତ ଜଣାପଡିନି। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଲିବାନ ଦେଶର ୪୧୯ଟି ଜିଲ୍ଲାର ପ୍ରାୟ ୨୧୦ଟି ସ୍ଥାନକୁ ନିୟନ୍ତ୍ରଣକୁ ନେଇଛି

ଆମେରିକାର ଯୁଗ୍ମ ସେନାଧ୍ୟକ୍ଷ ଜେନେରାଲ ମାର୍କ ମିଲ କହିଛନ୍ତି ଯେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନ ବିଭିନ୍ନ ରଣନୀତି ତିଆରି କରିଛି। ବୁଧବାର ମିଲ ପେଣ୍ଟାଗନକୁ କହିଛନ୍ତି ଯେ ଏହା ଆଫଗାନିସ୍ତାନର ସୁରକ୍ଷା, ସରକାର ଏବଂ ଆଫଗାନିସ୍ତାନର ଲୋକଙ୍କ ଇଚ୍ଛା ଏବଂ ନେତୃତ୍ୱ ବିରୋଧରେ ରହିଛି।

Afganistan Attack On Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe