ଆଫଗାନିସ୍ତାନ ଛାଡ଼ିଲା ଆମେରିକା, କରିଗଲା ବଡ଼ କାମ

କାବୁଲ: ସୋମବାର ରାତିରେ ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଛନ୍ତି। ତେବେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ଏକ ବଡ଼ କାମ କରିଦେଇଯାଇଛି। ଶେଷ ଉଡ଼ାଣ ଭରିବା ପୂର୍ବରୁ ଆମେରିକା ସେନା ସେଠାରେ ଥିବେ କିଛି ବିମାନ, ସଶସ୍ତ୍ର ଯାନ ଓ ହାଇଟେକ୍ ରକେଟ୍ ଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରିଦେଇଛନ୍ତି। ଆମେରିକା ସେନାର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଆମେରିକା ସେନା ସେଣ୍ଟ୍ରାଲ୍ କମାଣ୍ଡ ଜେନେରାଲ୍ କେନେଥ ମ୍ୟାକକେଞ୍ଜି କହିଛନ୍ତି, ଆମେରିକା ସୈନିକ ଯିବା ଆଗରୁ […]

america

america

Ranjit Kumar Jena
  • Published: Tuesday, 31 August 2021
  • Updated: 31 August 2021, 03:42 PM IST

Sports

Latest News

କାବୁଲ: ସୋମବାର ରାତିରେ ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଛନ୍ତି। ତେବେ ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକା ଏକ ବଡ଼ କାମ କରିଦେଇଯାଇଛି। ଶେଷ ଉଡ଼ାଣ ଭରିବା ପୂର୍ବରୁ ଆମେରିକା ସେନା ସେଠାରେ ଥିବେ କିଛି ବିମାନ, ସଶସ୍ତ୍ର ଯାନ ଓ ହାଇଟେକ୍ ରକେଟ୍ ଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରିଦେଇଛନ୍ତି। ଆମେରିକା ସେନାର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି।

ଆମେରିକା ସେନା ସେଣ୍ଟ୍ରାଲ୍ କମାଣ୍ଡ ଜେନେରାଲ୍ କେନେଥ ମ୍ୟାକକେଞ୍ଜି କହିଛନ୍ତି, ଆମେରିକା ସୈନିକ ଯିବା ଆଗରୁ ହମିଦ୍ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବରୁ ମହଜୁଦ୍ ଥିବା ୭୩ ବିମାନକୁ ବୈଷୟିକ ଭାବେ ଅକାମୀ କରିଦେଇଛନ୍ତି। ଏହାର ଅର୍ଥ ବିମାନ ଆଉ ଉଡ଼ିପାରିବ ନାହିଁ ଏବଂ କେହିବି ଏହି ବିମାନର ଅପରେଟ୍ ମଧ୍ୟ କରିପାରିବେ ନାହିଁ।

ସେ କହିଛନ୍ତି, ଅଗଷ୍ଟ ୧୪ ତାରିଖରେ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପେଣ୍ଟାଗନ୍ କାବୁଲ ବିମାନବନ୍ଦରରେ ୬ହଜାର ସୈନିକର ଏକ ଗ୍ରୁପ୍ ଏବଂ ୭୦ଟି ସଶସ୍ତ୍ର ଯାନ ନିୟୋଜିତ କରିଥିଲା। କାବୁଲ ଛାଡିବା ପୂର୍ବରୁ ଏହି ସଶସ୍ତ୍ର ଯାନଗୁଡିକ ନଷ୍ଟ କରିଦିଆଯାଇଛି। ଏହିସବୁ ଯାନଗୁଡିକର ମୂଲ୍ୟ ଏକ ମିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି। ମ୍ୟାକକେଞ୍ଜି କହିଛନ୍ତି ଯେ ଏହି ଯାନ ଗୁଡ଼ିକର ବ୍ୟବହାର ଆଉ କେବେବି ଓ କାହା ଦ୍ୱାରା ହୋଇପାରିବ ନାହିଁ।

https://twitter.com/nabihbulos/status/1432457587576950788?s=20

ସୂଚନାଯୋଗ୍ୟ, ପାଖାପାଖି ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ ଆମେରିକା ଆଫଗାନିସ୍ତାନରେ ତା’ର ସେନା ଅଭିଯାନ ଶେଷ କରିଛି। ଆଫଗାନିସ୍ତାନରୁ ଆମେରିକା ସେନା ଛାଡ଼ିବା ପାଇଁ ଅଗଷ୍ଟ ୩୧ ତାରିଖ ଡେଡଲାଇନ୍ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୩୦ ତାରିଖରେ ଆମେରିକାର ଶେଷ ଗ୍ରୁପ୍ କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲେ। ଏହା ପରେ କାବୁଲ ଏୟାରପୋର୍ଟ ଏବେ ତାଲିବାନ କବଜାକୁ ଚାଲିଆସିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆଫଗାନିସ୍ତାନରେ ୨୦ ବର୍ଷ ଧରି ମୁତୟନ ଥିବା ଆମ ସେନାଙ୍କ ଉପସ୍ଥିତି ଶେଷ ହୋଇଛି।

ଅନ୍ୟପକ୍ଷରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଯୋଗୁ ଆଫଗାନିସ୍ତାନରେ ଦେଖାଦେଇଥିବା ଅସ୍ଥିରତା ଯୋଗୁ ବହୁ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରଣନୀତିକୁ ସମାଲୋଚନା କରୁଛନ୍ତି। କିନ୍ତୁ ବାଇଡେନ୍ କହିଛନ୍ତି ଯେ ଆଫଗାନିସ୍ତାନରେ ଆଉ ଆମେରିକୀୟଙ୍କ ଜୀବନହାନି ହେବାକୁ ଦିଆଯିବନି। ଆମ ସେନା କାହିଁକି ଆଫଗାନିସ୍ତାନ ଛାଡ଼ିଲେ, ତାହା ଦେଶବାସୀଙ୍କୁ ଅବଗତ କରାଇବୁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story