Advertisment

୭୦% ଟିକାକରଣ ସତ୍ତ୍ୱେ ଦୈନିକ ଚିହ୍ନଟ ହେଉଛନ୍ତି ଲକ୍ଷେ ଆକ୍ରାନ୍ତ

ୱାଶିଂଟନ: ମହାମାରୀ କରୋନା ବିରୋଧରେ ଆମେରିକାରେ ଟିକାକରଣ ଜୋରଦାର କରାଯାଇଛି। ଏଯାଏ ଦେଶର ୭୦% ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। କିନ୍ତୁ ଏବେ ବି ଦେଶରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷରେ ପହଞ୍ଚି ଯାଇଛି। କରୋନାର ଡେଲ୍ଟା ଭାରିଏଣ୍ଟ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। କାରଣ ଏହି ଭାରିଏଣ୍ଟ ବେଶ କ୍ଷୀପ୍ର ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି। ଜୁନ୍‌ ମାସରେ ଆମେରିକାରେ ଦୈନିକ ହାରାହାରି ୧୧ […]

ଅଦ୍ୟତନ ହୋଇଛି
୭୦% ଟିକାକରଣ ସତ୍ତ୍ୱେ ଦୈନିକ ଚିହ୍ନଟ ହେଉଛନ୍ତି ଲକ୍ଷେ ଆକ୍ରାନ୍ତ

Delta

Advertisment

ୱାଶିଂଟନ: ମହାମାରୀ କରୋନା ବିରୋଧରେ ଆମେରିକାରେ ଟିକାକରଣ ଜୋରଦାର କରାଯାଇଛି। ଏଯାଏ ଦେଶର ୭୦% ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। କିନ୍ତୁ ଏବେ ବି ଦେଶରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷରେ ପହଞ୍ଚି ଯାଇଛି। କରୋନାର ଡେଲ୍ଟା ଭାରିଏଣ୍ଟ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।

Advertisment

କାରଣ ଏହି ଭାରିଏଣ୍ଟ ବେଶ କ୍ଷୀପ୍ର ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି। ଜୁନ୍‌ ମାସରେ ଆମେରିକାରେ ଦୈନିକ ହାରାହାରି ୧୧ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ଦୈନିକ ସଂକ୍ରମଣ ୧,୦୭,୧୪୩ରେ ପହଞ୍ଚି ଯାଇଛି।

ଆମେରିକାରେ ୨୦୨୦ ନଭେମ୍ବର ମାସରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷ ଥିଲା। କରୋନା ଚିହ୍ନଟ ହେବାର ୯ ମାସ ପରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ଜାନୁଆରୀ ମାସରେ କରୋନାର ପିକ୍ ଦେଖିବାକୁ ମିଳିଥିଲା ଓ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିଲା। ଜୁନ୍‌ ମାସରେ କରୋନା ନିୟନ୍ତ୍ରଣକୁ ଆସିଥିଲା। ହେଲେ ୬ ସପ୍ତାହ ପରେ ପୁଣି ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିଯାଇଛି।

Advertisment

କେବଳ ସଂକ୍ରମଣ ନୁହେଁ, ମୃତ୍ୟୁହାର ମଧ୍ୟ ଆମେରିକାରେ ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ତଳେ ଦୈନିକ ମୃତ୍ୟୁହାର ୨୫୦ ରହୁଥିବା ବେଳେ ଏବେ ଏହା ୫୦୦ରେ ପହଞ୍ଚି ଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଭାଗରେ ସଂକ୍ରମଣ ଅଧିକ ରହିଥିବାରୁ ହସ୍ପିଟାଲ ଗୁଡ଼ିକରେ ବେଡ୍‌ର ଅଭାବ ଦେଖିବାକୁ ମିଳିଲାଣି।

ସିଡିଏସ୍ ନିର୍ଦ୍ଦେଶକ ରୋଚେଲ୍ଲେ ୱାଲେନସ୍କେ କହିଛନ୍ତି, ଆମ ମଡେଲ କହୁଛି ଯଦି ଆପଣ ଟିକା ନ ଦେବେ, ତା’ହେଲେ ଦୈନିକ ଲକ୍ଷଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବେ। ଜାନୁଆରୀରେ ଯେଉଁଭଳି ଭାବେ ସଂକ୍ରମିତ ଚିହ୍ନଟ ହୋଇଥିଲେ ଠିକ୍‌ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe