Advertisment

ଆତଙ୍କବାଦୀ ଆକ୍ରମଣ ଉପରେ ଆମେରିକା ନଜର ରଖିଛି: ବାଇଡେନ

ଓ୍ୱାଶିଂଟନ: ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି। ଏଯାବତ ଅଗଷ୍ଟ ୩୧ ପରେ ଅବଧି ବଢ଼ିବ କି ନାହିଁ ଚିନ୍ତା କରାଯାଇ ନାହିଁ କିନ୍ତୁ ସେ ଆଶା ରଖିଛନ୍ତି ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବେ ଆମେରିକା ସେନା। ତେବେ ଆମେରିକା ସେନା ଏବଂ ଆଫଗାନିସ୍ତାନର ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବା ପ୍ରଶ୍ନରେ […]

ଅଦ୍ୟତନ ହୋଇଛି
ମୁହଁ ଖୋଲିଲେ ବାଇଡେନ, କହିଲେ-‘ଆମ ଲକ୍ଷ୍ୟ ପୂରଣ ହୋଇଛି, ରାଷ୍ଟ୍ର ନିର୍ମାଣ ପାଇଁ ଆଫଗାନିସ୍ତାନ ଯାଇ ନ ଥିଲୁ ’

joe biden

Advertisment

ଓ୍ୱାଶିଂଟନ: ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି। ଏଯାବତ ଅଗଷ୍ଟ ୩୧ ପରେ ଅବଧି ବଢ଼ିବ କି ନାହିଁ ଚିନ୍ତା କରାଯାଇ ନାହିଁ କିନ୍ତୁ ସେ ଆଶା ରଖିଛନ୍ତି ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡ଼ିବେ ଆମେରିକା ସେନା। ତେବେ ଆମେରିକା ସେନା ଏବଂ ଆଫଗାନିସ୍ତାନର ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବା ପ୍ରଶ୍ନରେ ବାଇଡେନ କହିଛନ୍ତି ଆମେରିକା ସମସ୍ତ ଦିଗ ଉପରେ ନଜର ରଖିଛି।

Advertisment

ବାଇଡେନ କହିଛନ୍ତି, ଉଦ୍ଧାର ପ୍ରକ୍ରିୟା ଜୋରଦାର ଚାଲିଛି। ଆତଙ୍କବାଦୀ ଏହି ସମୟର ଫାଇଦା ନେଇ ପାରନ୍ତି। ଆଫଗାନ୍ ବାସୀ କିମ୍ବା ଆମେରିକା ସେନାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି ଆତଙ୍କବାଦୀ। ଆମେରିକା କିନ୍ତୁ ଏ ଦିଗରେ ସତର୍କ ରହିଛି। ଅଗଷ୍ଟ ୩୧ ପରେ ଆଉ ସମୟସୀମା ବଢ଼ାଇବା ଆବଶ୍ୟକ ପଡ଼ିବନି। ଏ ନେଇ ସେନା ସହିତ ସେ ନିରନ୍ତର ଯୋଗାଯୋଗରେ ରହିଥିବା କହିଛନ୍ତି।

ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସାରା ଦେଶରେ ଯଦିଓ ନୀରବତା ରହିଛି ହେଲେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ରହିଛି। ଉଭୟ ଆମେରିକା ସେନା ଏବଂ ତାଲିବାନୀ ଅସ୍ତ୍ରଶସ୍ତ୍ର ଧରି ରହିଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଭୟର ବାତାବାରଣ ରହିଛି। ଏହାକୁ ନେଇ ରବିବାର ବିମାନବନ୍ଦର ବାହାରେ ଦଳାଚକଟା ଉପସ୍ଥିତି ଉପୁଜିଛି। ଏଥିରେ ସାତ ଜଣ ଆଫଗାନିସ୍ତାନ ନାଗରିକଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଛନ୍ତି। ପରିସ୍ଥିତି ଯାହା ବି ରହିଛି ତାକୁ ନେଇ ସେ ଚିନ୍ତିତ ବୋଲି କହିଛନ୍ତି। ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ ବୋଲି ବାଇଡେନ କହିଛନ୍ତି।

Advertisment

ତାଲିବାନର ଜଣେ ଅଧିକାରୀ ଆମୀର ଖାନ ମୁତାକି ଖବର ସରବରାହ ସଂସ୍ଥା ଏଏଫପିକୁ କହିଛନ୍ତି, ଆମେରିକା ନିଜର ସମସ୍ତ ଶକ୍ତି ଲଗାଇଥିଲେ ସୁଦ୍ଧା ବିମାନ ବନ୍ଦରକୁ ଲୋକଙ୍କୁ ସୁରକ୍ଷିତ ଭାବରେ ଆଣିବାରେ ବିଫଳ ହୋଇଛି। ସାରା ଦେଶରେ ଶାନ୍ତି ରହିଛି କିନ୍ତୁ କେବଳ କାବୁଲ ବିମାନବନ୍ଦରରେ ବାହାରେ ବିଶୃଙ୍ଖଳା ରହିଛି।

ଏହାପୂର୍ବରୁ ଆମେରିକା କହିଥିଲା ​​ଯେ ସେଠାରେ ପ୍ରାୟ ୧୫ ହଜାର ଆମେରିକା ନାଗରିକ ଏବଂ ପ୍ରାୟ ୫୦ ହଜାର ଆଫଗାନିସ୍ତାନ ସହଯୋଗୀ ଅଛନ୍ତି ଯେଉଁମାନେ କାବୁଲରୁ ସ୍ଥାନାନ୍ତର ହେବା ଆବଶ୍ୟକ। ଅଗଷ୍ଟ ୧୪ରୁ ଏଯାବତ ଆମେରିକା ପ୍ରାୟ ୩୦ ହଜାର ୩୦୦ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୩୫,୫୦୦ ଲୋକଙ୍କୁ ଆମେରିକା ଉଦ୍ଧାର କରିଥିଲା ବୋଲି ହ୍ୱାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ଏବେ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରିବାକୁ ଯାଇ ଘରୋଇ ବିମାନକୁ ଭଡ଼ାରେ ଆଣି କାବୁଲ ବିମାନ ବନ୍ଦରରେ ଲଗାଇଛି।

Joe Biden USA Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe