Advertisment

ପୁଣି କାବୁଲ ବିମାନବନ୍ଦରରେ ହୋଇପାରେ ଆତଙ୍କୀ ହମ୍‌ଲା

କାବୁଲ: ପୁଣି ହୋଇପାରେ କାବୁଲ ବିମାନବନ୍ଦରରେ ଆତଙ୍କୀ ହମଲା। ସେଠାରେ ପୁଣି ବିସ୍ଫୋରଣ ଘଟିବା ସମ୍ଭାବନା ରହିଛି। ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନ ବନ୍ଦରରେ ପୁନଶ୍ଚ ଆକ୍ରମଣ ହେବା ସମ୍ଭାବନା ଥିବା ନେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ସୂଚନା ମିଳିବା ପରେ ହାଇଆଲର୍ଟରେ ରହିଛି ଆମେରିକା। ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆତଙ୍କବାଦୀଙ୍କୁ ଆଉଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କାବୁଲ ବିମାନବନ୍ଦରରେ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ […]

ପୁଣି କାବୁଲ ବିମାନବନ୍ଦରରେ ହୋଇପାରେ ଆତଙ୍କୀ ହମ୍‌ଲା

Kabul airport

Advertisment

କାବୁଲ: ପୁଣି ହୋଇପାରେ କାବୁଲ ବିମାନବନ୍ଦରରେ ଆତଙ୍କୀ ହମଲା। ସେଠାରେ ପୁଣି ବିସ୍ଫୋରଣ ଘଟିବା ସମ୍ଭାବନା ରହିଛି। ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନ ବନ୍ଦରରେ ପୁନଶ୍ଚ ଆକ୍ରମଣ ହେବା ସମ୍ଭାବନା ଥିବା ନେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ସୂଚନା ମିଳିବା ପରେ ହାଇଆଲର୍ଟରେ ରହିଛି ଆମେରିକା।

Advertisment

ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆତଙ୍କବାଦୀଙ୍କୁ ଆଉଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କାବୁଲ ବିମାନବନ୍ଦରରେ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଥରେ ଆକ୍ରମଣ ହୋଇପାରେ। ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି। ଯବାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ବାଇଡେନ ଆହୁରି କହିଛନ୍ତି,  ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଏବେ ଅଟକିବ ନାହିଁ। ଆମେ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ।

Advertisment

ଶନିବାର ଆମେରିକୀୟ ସେନା ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌-କେ ଶିବିର ଉପରେ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମୁଖ୍ୟ ନିହତ ହୋଇଥିବା ଆମେରିକା ଦାବି କରିଛି। ଆଫଗାନିସ୍ତାନ ଉଗ୍ରବାଦୀ ଶାଖାର ଦୁଇଜଣ ସଦସ୍ୟ ଆମେରିକାର ‌ଡ୍ରୋନ୍‌ ଆକ୍ରମଣରେ ନିହତ ହୋଇଥିବା କଥା ପେଣ୍ଟାଗନ୍‌ କହିଛି।

ସମ୍ପ୍ରତି କାବୁଲ୍ ବିମାନ ବନ୍ଦରରେ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷାରେ ଥିବା ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୪୦୦୦ରୁ କମ୍। ମଙ୍ଗଳବାର ଦିନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ବାଇଡେନ୍‌ ଧାର୍ଯ୍ୟ କରିଥିବା ସମୟସୀମା ପୂର୍ବରୁ ସେମାନେ ଫେରି ଆସିଥିବେ ବୋଲି ପେଣ୍ଟାଗନ୍‌ କହିଛି।

ସୂଚନା ମୁତାବକ ଗୁରୁବାର କାବୁଲ ବିମାନବନ୍ଦର ହୋଇଥିବା ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା। ଏହି ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟ ସହିଦ ହୋଇଥିଲେ। ଏଥିସହ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ।

Kabul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe