ଇମ୍ରାନ ମିଛ କହୁଛନ୍ତି, ତାଙ୍କୁ ଗାଦିରୁ ହଟେଇବା ଉଦ୍ୟମ ପଛରେ ଆମର ହାତ ନାହିଁ: ଆମେରିକା

ନୂଆଦିଲ୍ଲୀ: ମୋତେ ଗାଦିରୁ ହଟାଇବା ପାଇଁ ଆମେରିକା ଷଡ଼ଯନ୍ତ୍ର କରିଛି। ପାକିସ୍ତାନ ସଂସଦରେ ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପଛରେ ଆମେରିକାର ହାତ ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଏହି ବୟାନ ପରେ ଆମେରିକା ପ୍ରତିକ୍ରିୟାଶୀଳ ହୋଇଛି। ଇମ୍ରାନଙ୍କ ମନ୍ତ୍ୟବ୍ୟକୁ କଡ଼ା ନିନ୍ଦା କରିଛି ଆମେରିକା। ଇମ୍ରାନଙ୍କ କଥାରେ ସତ୍ୟତା ନାହିଁ ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ୍‌ ଡିପାର୍ଟମେଣ୍ଟ ମୁଖପାତ୍ର ନେଡ୍‌ ପ୍ରାଇସ୍‌ ଇମ୍ରାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି […]

Imran-Khan

Tapas Behera
  • Published: Friday, 01 April 2022
  • , Updated: 01 April 2022, 12:10 PM IST

ନୂଆଦିଲ୍ଲୀ: ମୋତେ ଗାଦିରୁ ହଟାଇବା ପାଇଁ ଆମେରିକା ଷଡ଼ଯନ୍ତ୍ର କରିଛି। ପାକିସ୍ତାନ ସଂସଦରେ ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପଛରେ ଆମେରିକାର ହାତ ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଏହି ବୟାନ ପରେ ଆମେରିକା ପ୍ରତିକ୍ରିୟାଶୀଳ ହୋଇଛି। ଇମ୍ରାନଙ୍କ ମନ୍ତ୍ୟବ୍ୟକୁ କଡ଼ା ନିନ୍ଦା କରିଛି ଆମେରିକା। ଇମ୍ରାନଙ୍କ କଥାରେ ସତ୍ୟତା ନାହିଁ ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ୍‌ ଡିପାର୍ଟମେଣ୍ଟ ମୁଖପାତ୍ର ନେଡ୍‌ ପ୍ରାଇସ୍‌ ଇମ୍ରାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି ଯେ, ପାକିସ୍ତାନର ସାମ୍ବିଧନିକ ପ୍ରକ୍ରିୟା ଏବଂ ରୁଲ ଅଫ ଲକୁ ଆମେରିକା ସମର୍ଥନ ଓ ସମ୍ମାନ କରେ। ପ୍ରାଇସ୍‌ କହିଛନ୍ତି ଯେ, ତାଙ୍କୁ କ୍ଷମତାରୁ ହଟାଇଦେବା ପାଇଁ ଇମ୍ରାନ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ।

ପାକିସ୍ତାନର ବିରୋଧୀ ଦଳ ସହ ଆମେରିକା ହାତ ମିଳାଇ ନାହିଁ। ସେହିପରି ବିଦେଶରୁ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଏକ ଅପପ୍ରଚାର। ସେ କହିଛନ୍ତି ଯେ, ଆମେ ପାକିସ୍ତାନର ବିକାଶକୁ ଅତି ପାଖରୁ ଅନୁସରଣ କରୁଛୁ। ଆମେ ପାକିସ୍ତାନର ସାମ୍ବିଧାନିକ ବିଧ ବ୍ୟବସ୍ଥା ଏବଂ ରୁଲ ଅଫ ଲକୁ ସମ୍ମାନ ଜଣାଉଛୁ ବୋଲି ପ୍ରାଇସ କହିଛନ୍ତି। ସେପଟେ ସଂସଦରେ ସଂଖ୍ୟାର ଗରିଷ୍ଠତା ହରାଇ ଅଡ଼ୁଆରେ ପଡ଼ିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦମ୍ଭ ଏଯାଏ ଭାଙ୍ଗିନି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଶେଷ ଯାଏ ଲଢ଼େଇ କରିବେ ଓ କେବେ ହେଲେ ଇସ୍ତଫା ଦେବେ ନାହିଁ ବୋଲି ଗତକାଲି ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। ଗତକାଲି ସଂସଦରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବାର ଥିଲା। କିନ୍ତୁ ସଂସଦକୁ ଉପ ବାଚସ୍ପତି କ୍ୱାସୀମ ସୁରୀ ଏପ୍ରିଲ ୩ ତାରିଖ ଯାଏ ମୁଲବତୀ ଘୋଷଣା କରିଛନ୍ତି। ଏହାପରେ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରି ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ଏଥିସହ ପାକିସ୍ତାନର ପୂର୍ବତନ ୩ ପ୍ରଧାନମନ୍ତ୍ରୀମାନେ କେମିତି ବିଦେଶୀ ଶକ୍ତିଙ୍କ ହାତ ବାରିସ ସାଜିଥିଲେ, ସେକଥା କହିଛନ୍ତି। ଭାରତ ସହ ସେ ବନ୍ଧୁତ କରିବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇପାରି ନଥିଲା। ପାକିସ୍ତାନ କେବେ ହେଲେ ଭାରତ କିମ୍ବା ଆମେରିକାକୁ ତା’ର ଶତ୍ରୁ ଭାବେ ବିବେଚନା କରେନାହିଁ ବୋଲି ଇମ୍ରାନ ଖାନ ତାଙ୍କ ସମ୍ବୋଧନ ବେଳେ କହିଛନ୍ତି।

Related story