Advertisment

ୟୁକ୍ରେନ ପାଇଁ ଅତିରିକ୍ତ ସହାୟତା ଘୋଷଣା କଲା ଆମେରିକା

କିଭ୍‌: ୟୁକ୍ରେନର ପ୍ରମୁଖ ବନ୍ଦର ସହର ମାରିୟୁପୋଲକୁ ରୁଷ ଦଖଲ କରିବା ସହ ଏହା ସ୍ୱାଧୀନ ହୋଇଛି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବା ପରେ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଟିନଙ୍କ ଏପରି ବୟାନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପାଇଁ ତୁରନ୍ତ ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି। ଆମେରିକା ପକ୍ଷରୁ ୟୁକ୍ରେନକୁ ଅତରିକ୍ତ ୮୦୦ ମିଲିୟନ ଡଲାରର ସାମାରିକ ସହାୟତା ଯୋଗାଇ ଦିଆଯିବ। ଏହା ମଧ୍ୟରେ ହୋଇଟିଜର୍ସ ଓ […]

ଅଦ୍ୟତନ ହୋଇଛି
ୟୁକ୍ରେନ ପାଇଁ ଅତିରିକ୍ତ ସହାୟତା ଘୋଷଣା କଲା ଆମେରିକା

Russia

Advertisment

କିଭ୍‌: ୟୁକ୍ରେନର ପ୍ରମୁଖ ବନ୍ଦର ସହର ମାରିୟୁପୋଲକୁ ରୁଷ ଦଖଲ କରିବା ସହ ଏହା ସ୍ୱାଧୀନ ହୋଇଛି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବା ପରେ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଟିନଙ୍କ ଏପରି ବୟାନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପାଇଁ ତୁରନ୍ତ ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି। ଆମେରିକା ପକ୍ଷରୁ ୟୁକ୍ରେନକୁ ଅତରିକ୍ତ ୮୦୦ ମିଲିୟନ ଡଲାରର ସାମାରିକ ସହାୟତା ଯୋଗାଇ ଦିଆଯିବ। ଏହା ମଧ୍ୟରେ ହୋଇଟିଜର୍ସ ଓ ଟାଟିକାଲ ଡ୍ରୋନ୍‌ ମଧ୍ୟ ରହିଛି।

Advertisment

ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, “ଆମେ ସବୁବେଳେ ଆମ ସହଯୋଗୀ ଓ ପାର୍ଟନଙ୍କ ସହ ଏକାଠି ରହିଛୁ। ଆମେ ୟୁକ୍ରେନବାସୀଙ୍କ ସହ ଅଛୁ। ପୁଟିନ କରିଥିବା ଅକ୍ଷମଣୀୟ ଭୁଲକୁ ଆମେ କେବେ ହେଲେ ଗ୍ରହଣ କରିବୁ ନାହିଁ। ପୁଟିନ କେବେ ହେଲେ ୟୁକ୍ରେନକୁ ସଂପୂର୍ଣ୍ଣ ଭାବେ ଦଖଲ କରିବାରେ ସଫଳ ହେବେନାହିଁ। ଆମେରିକା ପ୍ରଶାସନ ଏବେ ୟୁକ୍ରେନ ପାଇଁ ଅତରିକ୍ତ ସମାରିକ ସହାୟତା ଘୋଷଣା କରୁଛି।”

ଅନ୍ୟପକ୍ଷରେ ରୁଷ ମାରିୟୁପୋଲକୁ ଦଖଲ କରିଥିବାରୁ ୟୁକ୍ରେନ ମାନବୀୟ କରିଡରର ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି କରିଛି। ମାରିୟୁପୋଲର ସ୍ପ୍ରାୱଲିଙ୍ଗ ଅଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରୁ ସାଧାରଣ ଲୋକ ଓ ଆହତ ଯବାନମାନଙ୍କୁ ଉଦ୍ଧାର କରିବାକୁ ୟୁକ୍ରେନ ଅନୁରୋଧ କରିଛି। ଲୋକକଙ୍କ ପାଖରେ ଖାଦ୍ୟ, ପାଣି ଓ ଜରୁରୀ ମେଡିସିନ ନଥିବା ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କହିଛି।

Advertisment

୩ଟି ସ୍କୁଲ ବସରେ ମହିଳା ଓ ଛୋଟ ପିଲାଙ୍କୁ ମାରିୟୁପୋଲରୁ ରୁଷ ଦଖଲରେ ଥିବାରୁ ଅଞ୍ଚଳ ଦେଇ ଜାପୋରଜିଆକୁ ଅଣାଯାଇଛି। ଏବେ ବି ମାରିୟୁପୋଲରେ ଅନେକ ସାଧାରଣ ଲୋକ ରୁଷ ସେନାର ବନ୍ଧୁକ ମୁନରେ ରହିଛନ୍ତି। ସମସ୍ତଙ୍କୁ ରୁଷ ପକ୍ଷର ଧଳା ରଙ୍ଗର ବ୍ୟାଣ୍ଡ ପିନ୍ଧିବାକୁ କୁହାଯାଇଛି। ଯଦି କେହି ଏହାକୁ ପିନ୍ଧିବ ନାହିଁ, ତା’ହେଲେ ସେମାନଙ୍କୁ ଗୁଳି କରାଯିବ ବୋଲି ମଧ୍ୟ ଚେତାବାନୀ ଦିଆଯାଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe