Advertisment

ପୁଣି ଆତଙ୍କ ଖେଳାଇଛି ଏକ ରୋଗ , ‘ମଙ୍କିପକ୍ସ’ ଜାଲରେ ପ୍ରଥମ ଆମେରିକୀୟ

ନୂଆଦିଲ୍ଲୀ: ଦିନକୁ ଦିନ ମାନବ ସମାଜ ପାଇଁ ଘନଉଛି ବିପଦ। ସୁସ୍ଥ ଓ ନିରୋଗ ଜୀବନ ବଞ୍ଚିବା ଚାଲେଞ୍ଜ ହୋଇପିଡ଼ିଛି। ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି। ଆମେରିକାର ପ୍ରଥମ ଥର ପାଇଁ ଜଣେ  ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି।  ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ। କାରଣ ଗତ ସପ୍ତାହରେ ଇୟୋରୋପ୍‌ର ଏକାଧିକ ‘ମଙ୍କିପକ୍ସ’ କେସ୍‌ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରକ […]

ଅଦ୍ୟତନ ହୋଇଛି
ପୁଣି ଆତଙ୍କ ଖେଳାଇଛି ଏକ ରୋଗ , ‘ମଙ୍କିପକ୍ସ’ ଜାଲରେ ପ୍ରଥମ ଆମେରିକୀୟ    

780

Advertisment

ନୂଆଦିଲ୍ଲୀ: ଦିନକୁ ଦିନ ମାନବ ସମାଜ ପାଇଁ ଘନଉଛି ବିପଦ। ସୁସ୍ଥ ଓ ନିରୋଗ ଜୀବନ ବଞ୍ଚିବା ଚାଲେଞ୍ଜ ହୋଇପିଡ଼ିଛି। ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି। ଆମେରିକାର ପ୍ରଥମ ଥର ପାଇଁ ଜଣେ  ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି।  ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ। କାରଣ ଗତ ସପ୍ତାହରେ ଇୟୋରୋପ୍‌ର ଏକାଧିକ ‘ମଙ୍କିପକ୍ସ’ କେସ୍‌ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରକ ସେଣ୍ଡର ପକ୍ଷରୁ ଏହି ବିରଳ ରୋଗକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। ଏହି ରୋଗ ଯେପରି ଅନ୍ୟମାନଙ୍କୁ ନ ବ୍ୟାପେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

Advertisment

ଏବେ ସମ୍ପୃକ୍ତ ରୋଗୀ ଜଣକର କଣ୍ଟାକ୍ଟ ହିଷ୍ଟ୍ରୀ ଯାଞ୍ଚ କରାଯାଉଛି।  ହେଲେଏହି ଭାଇରସ ଅଧିକ ବିପଜନ୍ନକ ନଥିବା ଆମେରିକା ସ୍ୱାସ୍ଥ୍ୟ ବିବାଗ ପକ୍ଷରୁ କୁହାଯାଇଛି। ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ଚିହ୍ନଟ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ। କାନାଡ଼ାରେ  ୧୩ଟି  ମଙ୍କିପକ୍ସ କେସ୍‌ ଚିହ୍ନଟ ହୋଇଛି ।

ତେବେ ଆମେରିକାର ଚିହ୍ନଟ ହୋଥିବା ରୋଗୀ ହିପିଟଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି। କିନ୍ତୁ ଏହି ରୋଗ କୋଭିଡ୍‌ ଭଳି ମାରାତ୍ମକ ନୁହଁ ବୋଲି ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।  କିନ୍ତୁ ଦେହର ସଂସ୍ପର୍ଷରେ ଏହି ରୋଗ ବ୍ୟାପିପାରେ ବୋଲି କୁହାଯାଇଛି। ଅନ୍ୟପଟେ ପର୍ତ୍ତୁଗାଲ, ସ୍ପେନ୍‌ ଏବଂ ବ୍ରିଟେନ୍‌ର ଏକାଧିକ ମଙ୍କିପକ୍ସ ରୋଗ ଚିହ୍ନଟ ହୋଇଛି। ୟୁରୋପରେ ଏକ ଗବେଷଣାରୁ  ପୁରୁଷ-ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନରୁ ଏହି ରୋଗର ବିପଦ ଥିବା ଜଣାପଡ଼ିଛି।  ୟୁକେରେ ମେ’ ୬ ସୁଦ୍ଧା ୯ଟି ମଙ୍କିପକ୍ସ ରୋଗ ଚିହ୍ଟଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତଥ୍ୟ ଜାରି କରାଯାଇଚଛି। ଅନ୍ୟପଟେ ସ୍ପେନ୍ ଓ ପର୍ତ୍ତୁଗାଲରେ ବୁଧବାର ୪୦ଟି ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇଛି।

Advertisment
Monkeypox Viral Disease
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe