Advertisment

ଆମେରିକା ସିନେଟରେ ପୁଟିନ ଯୁଦ୍ଧ ଅପରାଧୀ

ନୂଆଦିଲ୍ଲୀ: ଆମେରିକା ସିନେଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଛି-ଛାକର। ୟୁକ୍ରେନ୍‌ରେ ଦୀର୍ଘ ୨୦ ଦିନ ଧରି ଯୁଦ୍ଧ ଜାରି ରଖିଥିବା ରୁଷ ବିରୋଧରେ କଡ଼ା ନିନ୍ଦା କରାଯାଇଛି। ରୁଷ ରାଷ୍ଟ୍ରପତି ପୁଟିନ ଜଣେ ଯୁଦ୍ଧ ଅପରାଧୀ ଭାବେ ଆମେରିକା ସିନେଟରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି।  ତେବେ ଆମେରିକାର କଂଗ୍ରେସର ଦୁଇ ପରସ୍ପର ତୀବ୍ର ପ୍ରତିଦ୍ୱନ୍ଦୀ ଏକେଠି ହେବା ଏକ ବିରଳ ଘଟଣା।  ଉଭୟ ଦଳ ତରଫରୁ ଆମେରିକାର ରି-ପବ୍ଲିକ ସିନେଟର ଲିଣ୍ଡସହେ […]

author-image
Tapas Behera
ଅଦ୍ୟତନ ହୋଇଛି
ଆର୍ଥିକ କଟକଣା ପରେ ବିଳିବିଳେଇଲା ରୁଷ, କହିଲା ୩୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

Putin

ନୂଆଦିଲ୍ଲୀ: ଆମେରିକା ସିନେଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଛି-ଛାକର। ୟୁକ୍ରେନ୍‌ରେ ଦୀର୍ଘ ୨୦ ଦିନ ଧରି ଯୁଦ୍ଧ ଜାରି ରଖିଥିବା ରୁଷ ବିରୋଧରେ କଡ଼ା ନିନ୍ଦା କରାଯାଇଛି। ରୁଷ ରାଷ୍ଟ୍ରପତି ପୁଟିନ ଜଣେ ଯୁଦ୍ଧ ଅପରାଧୀ ଭାବେ ଆମେରିକା ସିନେଟରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି।  ତେବେ ଆମେରିକାର କଂଗ୍ରେସର ଦୁଇ ପରସ୍ପର ତୀବ୍ର ପ୍ରତିଦ୍ୱନ୍ଦୀ ଏକେଠି ହେବା ଏକ ବିରଳ ଘଟଣା।  ଉଭୟ ଦଳ ତରଫରୁ ଆମେରିକାର ରି-ପବ୍ଲିକ ସିନେଟର ଲିଣ୍ଡସହେ ଗ୍ରାହମ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହ ରୁଷ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରୀ ଅଦାଲତରେ ଉତ୍‌ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

Advertisment

ୟୁକ୍ରେନ୍‌ରେ ରୁଷ ଚଳାଇଥିବା ଯୁଦ୍ଧ ଅପରାଧ ବିରୋଧରେ ତଦନ୍ତ ହେବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଛି। ରୁଷର ଅମାନବୀୟ କାର୍ଯ୍ୟ ବିରୋଧରେ ଉଭୟ ଡେମୋକ୍ରାଟ୍ ଏବଂ  ରି-ବପ୍ଲିକାନ ଏକାଠି ହୋଇଥିଲେ। ୟୁକ୍ରେନ୍‌ରେ ଧ୍ୱଂଶଲୀଳା ଚଳାଇଥିବା ପୁଟିନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଯୁଦ୍ଧ ପାଇଁ ପୁଟିନଙ୍କୁ ଦାୟୀ କରାଯିବା ଉଚିତ୍ ବୋଲି ମତପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ ୟୁକ୍ରେନ ବିରୋଧରେ ଯୁଦ୍ଧ ନୁହେଁ ବରଂ ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି ରୁଷ କହି ଆସୁଛି। ଫେବୃଆରୀ ୧୨ଠାରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏଯାଏଁ ୧୨ଟି ସହରକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ରୁଷ। ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧଠାରୁ ମସ୍କୋର ଏହି କାରନାମା ଅତି ବର୍ବର ଏବଂ ଅମାନୁଷିକ ବୋଲି ଆମେରିକା ସିନେଟରେ କୁହାଯାଇଛି।

Advertisment
Russia-Ukraine War Vladimir Putin