Advertisment

ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଲେ ଆମେରିକା ସାଂସଦ

ୱାଶିଂଟନ: ୟୁକ୍ରେନକୁ ଦଖଲ କରିବା ଜିଦରେ ଆକ୍ରମଣ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଇଛନ୍ତି ଆମେରିକାର ଜଣେ ସାଂସଦ। ରୁଷର କେହି ଜଣେ ଆଗକୁ ଆସି ପୁଟିନଙ୍କୁ ହତ୍ୟା କଲେ ଯୁଦ୍ଧ ବନ୍ଦ ହୋଇଯିବ ବୋଲି ସାଂସଦ ଲିଣ୍ଡସେୟ ଗ୍ରାହାମ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରୁଷର ଆକ୍ରମଣ ଯୋଗୁ ୟୁକ୍ରେନ ଛିନଛତ୍ର ହେବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱର ଚିନ୍ତା ବଢ଼ିଛି। ଏସବୁ ଭିତରେ […]

author-image
Hemant Lenka
ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଲେ ଆମେରିକା ସାଂସଦ

Putin

ୱାଶିଂଟନ: ୟୁକ୍ରେନକୁ ଦଖଲ କରିବା ଜିଦରେ ଆକ୍ରମଣ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଇଛନ୍ତି ଆମେରିକାର ଜଣେ ସାଂସଦ। ରୁଷର କେହି ଜଣେ ଆଗକୁ ଆସି ପୁଟିନଙ୍କୁ ହତ୍ୟା କଲେ ଯୁଦ୍ଧ ବନ୍ଦ ହୋଇଯିବ ବୋଲି ସାଂସଦ ଲିଣ୍ଡସେୟ ଗ୍ରାହାମ କହିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ରୁଷର ଆକ୍ରମଣ ଯୋଗୁ ୟୁକ୍ରେନ ଛିନଛତ୍ର ହେବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱର ଚିନ୍ତା ବଢ଼ିଛି। ଏସବୁ ଭିତରେ ଗ୍ରାହାମ ଗୋଟିଏ ଟିଭି ଚ୍ୟାନେଲକୁ ଚାଞ୍ଚଲ୍ୟକର କଥା କହି ଚର୍ଚ୍ଚାକୁ ଆସିଛନ୍ତି।

ସେ କହିଛନ୍ତି, “ଏହି ଯୁଦ୍ଧ କେମିତି ସରିବ? ରୁଷରେ ଥିବା କେହି ଜଣେ ବ୍ୟକ୍ତି ଆଗକୁ ଆସିବା ଦରକାର। ବ୍ୟକ୍ତି ଜଣଙ୍କ ପୁଟିନଙ୍କୁ ଖତମ କରିଦେଲେ ସବୁ ଶେଷ ହୋଇଯିବ।” ପରବର୍ତ୍ତୀ ଅବସ୍ଥାରେ ସେ ପୁଟିନଙ୍କ ହତ୍ୟା କରିବା ପାଇଁ ଆହ୍ୱାନ ଟ୍ୱିଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, “ଏହାକୁ ଯଦି କେହି ବନ୍ଦ କରିବାକୁ ସକ୍ଷମ, ତା’ହେଲେ ସେମାନେ ହେଲେ ରୁଷ ଲୋକ। ରୁଷରେ କେହି ବ୍ରୁଟୁସ ନାହାନ୍ତି?” ବ୍ରୁଟୁସ ହେଉଛନ୍ତି ରୋମାନ ଶାସକ ଜୁଲିୟସ ସିଜରଙ୍କ ହତ୍ୟାକାରୀ। ସେ ଜୁଲିୟସଙ୍କ ସହ ବିଶ୍ୱାସଘାତ କରି ତାଙ୍କୁ ହତ୍ୟା କରିଥିଲେ।

Advertisment

ଏକଦା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିବା ସାଂସଦ ଗ୍ରାହାମ ରୁଷ ସେନା ବାହିନୀରେ କର୍ଣ୍ଣେଲ ଷ୍ଟଫେନ୍‌ବର୍ଗଙ୍କ ଠାରୁ ଆହୁରି ଦକ୍ଷ ଲୋକ ଅଛନ୍ତି କି ନାହିଁ ମଧ୍ୟ ଜାଣିବାକୁ ଚାହିଁଛନ୍ତି। କର୍ଣ୍ଣେଲ ଷ୍ଟଫେନ୍‌ବର୍ଗ ଜର୍ମାନୀର ଜଣେ ଆର୍ମି ଅଫିସର। ସେ ୧୯୪୪ରେ ଆଡୋଲଫ ହିଟଲରଙ୍କୁ ହତ୍ୟା କରିବା ପାଇଁ ବୋମା ମାଡ଼ କରିଥିଲେ।

ହେଲେ ହିଟଲର ଏଥିରୁ ବର୍ତ୍ତି ଯାଇଥିଲେ। ତେଣୁ ସାଂସଦ ଗ୍ରାହାମ କର୍ଣ୍ଣେଲ ଷ୍ଟଫେନ୍‌ବର୍ଗଙ୍କ ଠାରୁ ଦକ୍ଷ ଅଫିସର ରୁଷ ସେନାର ଅଛନ୍ତି କି ନାହିଁ ପଚାରିଛନ୍ତି। ଏଥିସହ ସେପରି ଅଫିସରଙ୍କୁ ସେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସାଂସଦ ଗ୍ରାହାମ କହିଛନ୍ତି, “ଯଦି କର୍ଣ୍ଣେଲ ଜଣଙ୍କ ପୁଟିନଙ୍କୁ ହତ୍ୟା କରିପାରିଲେ, ତେବେ ସେ ନିଜ ଦେଶ ଓ ବିଶ୍ୱର ଉପଯୁକ୍ତ ସେବା କରିଛନ୍ତି ବୋଲି କୁହାଯିବ।”

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ସାଂସଦ ଗ୍ରାହାମ କାମ କରିଥିଲେ। ସେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେବା ସହ ରୁଷ ବିରୋଧରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ କରିଛନ୍ତି। ପୁଟିନ ୟୁକ୍ରେନ ଉପରେ ହମଲା କରି ୱାର କ୍ରାଇମ କରିଛନ୍ତି ବୋଲି ସେ କହିଛନ୍ତି।

Russia-Ukraine War