Advertisment

ପୁଣି ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

ୱାଶିଂଟନ: ରୁଷ ଆକ୍ରମଣର ଜବାବ ଦେଉଥିବା ୟୁକ୍ରେନକୁ ପୁଣିଥରେ ସାମାରିକ ସହାୟତା ଯୋଗାଇଦେବ ଆମେରିକା। ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରୁଷ ବିରୋଧରେ ଯୁଦ୍ଧ କରିବାକୁ ଏପରି ସହାୟତା ଦିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରେସିଡେଣ୍ଟାଲ ଡ୍ରଡାଉନ ଅଥୋରିଟି ବା ପିଡିଏ ବଳରେ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ। ପିଡିଏ ବଳରେ ଯୁଦ୍ଧାସ୍ତ୍ର ଦିଆଯିବାର ଅର୍ଥ ରାଷ୍ଟ୍ରପତି ନିଜ କ୍ଷମତା ବଳରେ ଏହି ସହାୟତା କରିବେ। […]

ପୁଣି ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

Ukraine

Advertisment

ୱାଶିଂଟନ: ରୁଷ ଆକ୍ରମଣର ଜବାବ ଦେଉଥିବା ୟୁକ୍ରେନକୁ ପୁଣିଥରେ ସାମାରିକ ସହାୟତା ଯୋଗାଇଦେବ ଆମେରିକା। ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରୁଷ ବିରୋଧରେ ଯୁଦ୍ଧ କରିବାକୁ ଏପରି ସହାୟତା ଦିଆଯାଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ପ୍ରେସିଡେଣ୍ଟାଲ ଡ୍ରଡାଉନ ଅଥୋରିଟି ବା ପିଡିଏ ବଳରେ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ। ପିଡିଏ ବଳରେ ଯୁଦ୍ଧାସ୍ତ୍ର ଦିଆଯିବାର ଅର୍ଥ ରାଷ୍ଟ୍ରପତି ନିଜ କ୍ଷମତା ବଳରେ ଏହି ସହାୟତା କରିବେ। ଏଥିପାଇଁ କାହାର ଅନୁମତି ଆବଶ୍ୟକ ନାହିଁ। ସାଧାରଣତଃ ଜରୁରୀ ପରିସ୍ଥିତି ସମୟରେ ଏପରି କ୍ଷମତାର ପ୍ରୟୋଗ କରାଯାଏ।

ଆମେରିକା ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛି ସତ। ହେଲେ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ଦିଆଯିବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ହୋଇନି। ତଥାପି ବିଭିନ୍ନ ପ୍ରକାରର ତୋପ ସହ ହୋୱିଟଜର୍ସ ଭଳି ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ୟୁକ୍ରେନକୁ ଦିଆଯିବ ବୋଲି କୁହାଯାଉଛି। ତେବେ ହ୍ୱାଇଟହାଉସ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଗତ ସପ୍ତାହରେ ଆମେରିକା କହିଥିଲା ଯେ ରୁଷର ଆକ୍ରମଣ ପରଠାରୁ ଏଯାଏ ୟୁକ୍ରେନକୁ ୧.୭ ବିଲିୟନ ଡଲାରର ସୁରକ୍ଷା ସହାୟତା ଯୋଗାଇ ଦିଆଯାଇଛି। ଏବେ ପୁଣି ୭୫୦ ମିଲିୟନ ଡଲାରର ସାମରିକ ସହାୟତା ଦିଆଯିବ। ଖୁବଶୀଘ୍ର ଏ ସମ୍ପର୍କରେ ଆମେରିକା ସଂସଦକୁ ଅବଗତ କରାଯିବ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ହିଁ ନୂଆ ଘୋଷଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରାଯିବ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe