Advertisment

ନିଜ ଲୋକଙ୍କୁ ଉଦ୍ଧାର କରିବାକୁ ଆମେରିକା ଜାରି କଲା ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିମାନବନ୍ଦରରେ ଲୋକଙ୍କ ଭିଡ ଜମିଛି। ବିଭିନ୍ନ ଦେଶର ଲୋକେ ଏବେ ରୁଣ୍ଡ ହୋଇ ଅପେକ୍ଷା କରିଛନ୍ତି ନିଜ ଦେଶର ବିମାନକୁ। ଅନ୍ୟପଟେ ତାଲିବାନୀ ଏବେ ବିଭିନ୍ନ ସ୍ଥାନରେ ହିଂସା ଘଟାଉଥିବା ବେଳେ ଘରକୁ ଘର ବୁଲି କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଖୋଜୁଛନ୍ତି। ତେଣୁ ଏବେ ଉଦ୍ଧାର ପ୍ରକ୍ରିୟା ଆହୁରି ଜଟିଳ ହୋଇପଡ଼ିଛି। ଶନିବାର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ ଜଣେ କହିଛନ୍ତି ଯେ ଆମେରିକା ଲୋକେ […]

ଅଦ୍ୟତନ ହୋଇଛି
ସାମ୍ବାଦିକଙ୍କୁ ନ ପାଇବାରୁ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କଲେ ତାଲିବାନୀ

Talibans2

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିମାନବନ୍ଦରରେ ଲୋକଙ୍କ ଭିଡ ଜମିଛି। ବିଭିନ୍ନ ଦେଶର ଲୋକେ ଏବେ ରୁଣ୍ଡ ହୋଇ ଅପେକ୍ଷା କରିଛନ୍ତି ନିଜ ଦେଶର ବିମାନକୁ। ଅନ୍ୟପଟେ ତାଲିବାନୀ ଏବେ ବିଭିନ୍ନ ସ୍ଥାନରେ ହିଂସା ଘଟାଉଥିବା ବେଳେ ଘରକୁ ଘର ବୁଲି କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଖୋଜୁଛନ୍ତି। ତେଣୁ ଏବେ ଉଦ୍ଧାର ପ୍ରକ୍ରିୟା ଆହୁରି ଜଟିଳ ହୋଇପଡ଼ିଛି। ଶନିବାର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ ଜଣେ କହିଛନ୍ତି ଯେ ଆମେରିକା ଲୋକେ ଏବେ ଅଳ୍ପ ଅଳ୍ପ ହୋଇ ଏକା ସାଙ୍ଗରେ ଆସି ସେନା ପାଖରେ ପହଞ୍ଚିବେ। ଏହାପରେ ସେନା ବିମାନ ବନ୍ଦର ପାଖରେ ସୁରକ୍ଷିତ ଭାବରେ ଏହି ଲୋକଙ୍କୁ ପହଞ୍ଚାଇବେ। ଅଧିକ ଲୋକ ଏକାଥରେ ଆସିଲେ ଉଦ୍ଧାର କରିବା ଜଟିଳ ହୋଇ ପଡ଼ିବାରୁ ଆମେରିକା ସେନା ଏପରି ନୂଆ ରଣନୀତି ତିଆରି କରୁଥିବା ସୂଚନା ରହିଛି।

Advertisment

ତେଣୁ ଶନିବାର ଆମେରିକାର ଦୂତାବାସ ନୂଆ ସୁରକ୍ଷା ଚେତାବନୀ ଜାରି କରି କହିଛି ଯେ ସୁରକ୍ଷା ପ୍ରତି ବିପଦ ରହିଥିବାରୁ ସେନାର ବିନା ପରାମର୍ଶରେ ନାଗରିକମାନେ କାବୁଲ ବିମାନବନ୍ଦରର ପ୍ରବେଶ ନକରିବା ଠିକ୍ ହେବ। ବାଇଡେନ ସରକାର ଘୋଷଣା କରି କହିଥିଲେ ଯେ ଅଗଷ୍ଟ ୩୧ ସୁଦ୍ଧା ତାର ସେନା ଆଫଗାନିସ୍ତାନ ଛାଡ଼ିବ। ହାତରେ ଅଳ୍ପ ସମୟ ରହିଥିବାରୁ ଆମେରିକା ଏବେ ନିଜ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରୁଛି।

ଅନ୍ୟପଟେ ରବିବାର କାବୁଲ୍ ଏୟାରପୋର୍ଟ ନିକଟରେ ଘଟିଛି ବଡ଼ ଅଘଟଣ। ପ୍ରବଳ ଭିଡ଼ ଭିତରେ ଦଳଚକଟା ହୋଇଛି, ଯେଉଁଥିରେ ୭ ଆଫଗାନିସ୍ତାନ ନାଗରିକଙ୍କର ମୃତ୍ୟୁ ହୋଇଛି। ବ୍ରିଟିଶ ସେନା ପକ୍ଷରୁ ଏହାର ସୂଚନା ଦିଆଯାଇଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଗ୍ରାଉଣ୍ଡରେ ସ୍ଥିତି ବହୁତ ଅଲଗା ରହିଛି। ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି।

Advertisment

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହାର ଅତ୍ୟାଚାର ଶାସନରୁ ବର୍ତ୍ତିବା ପାଇଁ ହଜାର ହଜାର ଲୋକ ବିମାନ ବନ୍ଦରରେ ଏକାଠି ହୋଇଛନ୍ତି। ଯଦିଓ ତାଲିବାନ କାବୁଲ ଦଖଲ କରିଛି କିନ୍ତୁ ବିମାନ ବନ୍ଦର ଏବେ ବି ଆମେରିକା ସେନା ହାତରେ ରହିଛି। ଏବେ ଆଫଗାନିସ୍ତାନରେ ଆମେରିକା ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାରି ଭିତରେ ଆମେରିକାର ସେନା ନିଜ ଦେଶବାସୀଙ୍କୁ କାବୁଲ ବିମାନବନ୍ଦରକୁ ଆଣିବା ପାଇଁ ନୂଆ ଉପାୟ ଖୋଜୁଛି। କାବୁଲ ବିମାନ ବନ୍ଦର ପାଖରେ ତାଲିବାନୀ ତାଙ୍କର ଅସ୍ତ୍ର ଶସ୍ତ୍ର ଧରି ରହିଥିବା ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe