Advertisment

ବିଡେନ୍ ଭାରତ ପାଇଁ ବିପଦ ନା ବନ୍ଧୁ?

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଶେଷ ହେବାକୁ ଆସୁଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ଆଗରେ ରହିଛନ୍ତି। ଜୋର୍ଜିଆରେ ପୁନଃ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ବିଡେନ୍ ରାଷ୍ଟ୍ରପତି ହେବା ଏକ ପ୍ରକାର ଥୟ ବୋଲି ଜଣାପଡ଼ିଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନଥିଲେ ମଧ୍ୟ ବିଡେନ୍ ଟ୍ରମ୍ପଙ୍କ ପାଖରୁ ଆଗରେ ରହିଥିବା ଜଣାପଡ଼ିଛି। ଆମେରିକାର ନିର୍ବାଚନ ହୋଇଥିଲେ ବି ପ୍ରତି ଭାରତୀୟଙ୍କ […]

ଅଦ୍ୟତନ ହୋଇଛି
ବିଡେନ୍ ଭାରତ ପାଇଁ ବିପଦ ନା ବନ୍ଧୁ?

joe biden

Advertisment

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଶେଷ ହେବାକୁ ଆସୁଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ଆଗରେ ରହିଛନ୍ତି। ଜୋର୍ଜିଆରେ ପୁନଃ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ବିଡେନ୍ ରାଷ୍ଟ୍ରପତି ହେବା ଏକ ପ୍ରକାର ଥୟ ବୋଲି ଜଣାପଡ଼ିଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନଥିଲେ ମଧ୍ୟ ବିଡେନ୍ ଟ୍ରମ୍ପଙ୍କ ପାଖରୁ ଆଗରେ ରହିଥିବା ଜଣାପଡ଼ିଛି। ଆମେରିକାର ନିର୍ବାଚନ ହୋଇଥିଲେ ବି ପ୍ରତି ଭାରତୀୟଙ୍କ ନଜର ଏବେ ୱାଶିଂଟନ୍ ଉପରେ। କାରଣ ଆମେରିକାରେ ସର୍ବାଧିକ ଆଇଟି ଚାକିରିଆ ଏବଂ ଗବେଷକ ହେଉଛନ୍ତି ଭାରତର। ବିଡେନ ଆମେରିକାର ରାଷ୍ଟ୍ରପତି ହେଲେ ଭାରତ-ଆମେରିକା ସମ୍ପର୍କ ବଦଳିଯିବ କି? ଚୀନ୍, ପାକିସ୍ଥାନ ଏବଂ କଶ୍ମୀର ଉପରେ କ’ଣ ରହିବ ୱାଶିଂଟନର ଆଭିମୁଖ୍ୟ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା।

Advertisment

ବିଡେନ୍ - ଇମ୍ରାନ୍

ଡେମୋକ୍ରାଟିକ ପାର୍ଟିର ନୀତି ଅନୁଯାୟୀ ଜୋ ବିଡେନ ପାକିସ୍ତାନ ଉପରେ ସେତେଟା କଠୋର ହେବେ ନାହିଁ। ଏହା ପୂର୍ବରୁ ଡେମୋକ୍ରାଟିକ୍ ର ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିବାବେଳେ ମୋଦିଙ୍କ ସହ ଭଲ ସମ୍ପର୍କ ଥିଲା। ତେବେ ଓବାମା ପାକିସ୍ତାନ ଉପରେ ଆର୍ଥିକ ପ୍ରତିବନ୍ଧକକୁ କଡାକଡି କରି ନଥିଲେ। କିନ୍ତୁ ସେହି  ଡେମୋକ୍ରାଟିକ ପ୍ରେସିଡ଼େଣ୍ଟଙ୍କ ନେତୃତ୍ୱରେ ପାକିସ୍ତାନରେ ଧସେଇ ପଶି ଆମେରିକୀୟ ସେନା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିଲେ। ଏହି ଦୃଷ୍ଟିରୁ ଅନୁମାନ କଲେ, ପାକିସ୍ତାନ ପ୍ରତି ବିଡେନଙ୍କ ମନୋଭାବ ସେତେଟା କଠୋର ହୋଇ ନପାରେ।

ବିଡେନ୍ - ମୋଦି

ବିଡେନ ମୋଦି ସରକାରଙ୍କ ଅନେକ ନୀତି ଉପରେ ପୂର୍ବରୁ ପ୍ରଶ୍ନ ଉଠାଇଛନ୍ତି। ବିଡେନ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏତିକି ନୁହେଁ, ବିଡେନ ଧାରା 370 ରଦ୍ଦ କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେଣୁ ଅନ୍ତର୍ଜାତୀୟ ଫୋରମରେ କଶ୍ମୀର ପ୍ରସଙ୍ଗରେ ବିଡେନଙ୍କ ମନୋଭାବ ଭାରତ ପାଇଁ ଲାଭଦାୟକ ହେବନି ବୋଲି ଅନୁମାନ କରାଯାଉଛି।

Advertisment

ବିଡେନ୍-ବ୍ୟବସାୟ

ସେହିଭଳି ବ୍ୟବସାୟ ପ୍ରସଙ୍ଗରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ନୀତି ହେଉଛି ‘ଆମେରିକା ପ୍ରଥମ’। ଏଭଳି ପରିସ୍ଥିତିରେ ବିଡେନଙ୍କ ନୀତିରୁ ଭାରତ କମ୍ ଲାଭ ପାଇବ ବୋଲି ଆଶା କରାଯାଉଛି। ତେବେ ଆମେରିକା ଏବଂ ଭାରତର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସୁରକ୍ଷା ପାଇଁ ବ୍ୟବସାୟ ଉପରେ ବିଡେନ ଗୁରୁତ୍ୱ ଦେବେ ବୋଲି ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିରେ କହିଛନ୍ତି । ଏଥି ସହିତ ବିଡେନ ଟ୍ରମ୍ପଙ୍କ H-1B ଭିସା ବାତିଲ ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଥିଲେ। ଭାରତୀୟ ଆଇଟି ପ୍ରଫେସନାଲମାନେ H-1B ଭିସା ବାତିଲ ହେତୁ କ୍ଷତି ସହିଛନ୍ତି।

ଚୀନ୍ ପ୍ରସଙ୍ଗରେ ଭାରତ ସହିତ ବିଡେନ

ଟ୍ରମ୍ପଙ୍କ ପରି ବିଡେନ ମଧ୍ୟ ଚୀନ୍‌କୁ ବିରୋଧ କରୁଛନ୍ତି। ବିଡେନ ଚୀନ୍ ମାମଲାର ରଣନୀତିକ ସମାଧାନ ପାଇଁ ଗୁରୁତ୍ୱ ଦେଉଛନ୍ତି। ବିଡେନ ବେଳେ ବେଳେ ଭାରତକୁ ସମର୍ଥନ କରି ମଧ୍ୟ ମତ ରଖିଛନ୍ତି। ନିକଟରେ ବିଡେନ କହିଥିଲେ ଆମେ ଭାରତ ସହ ବନ୍ଧୁତାକୁ ଗୁରୁତ୍ୱ ଦେଉଛୁ। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହିତ ଅଛି।

ବିଡେନକୁ ନେଇ ଦ୍ୱନ୍ଦ୍ୱ

ବିଡେନ ଯେଉଁ ଦଳରୁ ଆସିଛନ୍ତି, ସେହି ଦଳ ଅର୍ଥାତ୍ ଡେମୋକ୍ରାଟିକ୍ ଦଳର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ 1998ରେ ଭାରତ ଉପରେ କଟକଣା ଲଗାଇଥିଲେ। ସେତେବେଳେ ଭାରତରେ ଏନଡିଏ ସରକାର ଥିଲା। ପରମାଣୁ ପରୀକ୍ଷଣ କରିବାକୁ ନେଇ ବାଜପେୟୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆମେରିକା ପ୍ରତିବନ୍ଧକ ଲାଗୁ କରିଥିଲା। ଏଭଳି ପରିସ୍ଥିତିରେ ବିଡେନ ରାଷ୍ଟ୍ରପତି ହେବା ପରେ ଭାରତ ସହ ସଂପର୍କ ଉତଥାନ-ପତନ ରହିବ। ଅନେକ କ୍ଷେତ୍ରରେ ବିଡେନଙ୍କ ନୀତି ଭାରତକୁ ସୁହାଇବ, ସେହିପରି ଅନେକ କ୍ଷେତ୍ରରେ ଭାରତ ପାଇଁ ଏହା ପ୍ରତିକୂଳ ଫଳ ଦେଇପାରେ।

ବୈଦେଶିକ ବ୍ୟାପାର ବିଶେଷଜ୍ଞ ସଞ୍ଜୀବ ଶ୍ରୀବାସ୍ତବ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ସର୍ବଦା ଆମେରିକା ପ୍ରଥମ। ଟ୍ରମ୍ପ ପ୍ରଥମ ଥର ପାଇଁ ରାଜନୀତିରେ ପ୍ରବେଶ କରି ରାଷ୍ଟ୍ରପତି ହୋଇଥିଲେ। ଯଦି ବିଡେନ ରାଷ୍ଟ୍ରପତି ହୁଅନ୍ତି, ତେବେ ଭାରତ-ଆମେରିକା ସମ୍ପର୍କ ଗତିଶୀଳ ହୋଇପାରେ। ଭାରତ-ଆମେରିକା ସମ୍ପର୍କ ସହଭାଗୀ ମୂଲ୍ୟବୋଧ, ଅଂଶୀଦାରିତ ଚ୍ୟାଲେଞ୍ଜ ଉପରେ ଆଧାରିତ। ଏଗୁଡିକ ହେଉଛି ଦୁଇଟି ବୃହତ ଗଣତାନ୍ତ୍ରିକ ଦେଶର ସମ୍ପର୍କ ଏବଂ ବିଡେନ ମଧ୍ୟ ଏହାକୁ ଗୁରୁତ୍ୱ ଦିଅନ୍ତି।

href="https://odishareporter.in/nation-world/otv-again-praised-by-national-level-588637">ଆଗକୁ ପଢ଼ନ୍ତୁ : ପୁଣି ଓଟିଭିକୁ ଜାତୀୟ ସ୍ତରରେ ସଫଳତା

USA Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe