Advertisment

ଆକ୍ରମଣ ମୁଦ୍ରାରେ ରୁଷ ସୈନ୍ୟ, ୟୁକ୍ରେନ ସୀମାନ୍ତ ଲଞ୍ଚ ପ୍ୟାଡ୍‌ରେ ପହଞ୍ଚିଲେ

ମସ୍କୋ: ଯୁଦ୍ଧ ବିପଦ ଟାଳିବାକୁ ରୁଷ ଓ ୟୁକ୍ରେନ କୂଟନୀତିକ ଆଲୋଚନା ସପକ୍ଷରେ ମତ ଦେଉଥିବା ବେଳେ ସୀମାରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ରୁଷ ସୈନ୍ୟମାନେ ରାତି ସମୟରେ ୟୁକ୍ରେନ ସୀମାକୁ ଲାଗିଥିବା ଥିବା ଲଞ୍ଚ ପ୍ୟାଡ୍‌ ନିକଟରେ ପହଞ୍ଚି ଯାଇଥିବା ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି। ଏଥିସହ ସୀମାନ୍ତରେ ରୁଷ ସୈନ୍ୟଙ୍କ ଯୁଦ୍ଧାଭ୍ୟାସ ପୂର୍ବଭଳି ଜାରି ରହିଛି। ଆଜି ମାକ୍ସର ପକ୍ଷରୁ ଜାରି କରାଯାଇଥିବା ହାଇ ରିଜୋଲେସନ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆକ୍ରମଣ ମୁଦ୍ରାରେ ରୁଷ ସୈନ୍ୟ, ୟୁକ୍ରେନ ସୀମାନ୍ତ ଲଞ୍ଚ ପ୍ୟାଡ୍‌ରେ ପହଞ୍ଚିଲେ

Russia

ମସ୍କୋ: ଯୁଦ୍ଧ ବିପଦ ଟାଳିବାକୁ ରୁଷ ଓ ୟୁକ୍ରେନ କୂଟନୀତିକ ଆଲୋଚନା ସପକ୍ଷରେ ମତ ଦେଉଥିବା ବେଳେ ସୀମାରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ରୁଷ ସୈନ୍ୟମାନେ ରାତି ସମୟରେ ୟୁକ୍ରେନ ସୀମାକୁ ଲାଗିଥିବା ଥିବା ଲଞ୍ଚ ପ୍ୟାଡ୍‌ ନିକଟରେ ପହଞ୍ଚି ଯାଇଥିବା ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି। ଏଥିସହ ସୀମାନ୍ତରେ ରୁଷ ସୈନ୍ୟଙ୍କ ଯୁଦ୍ଧାଭ୍ୟାସ ପୂର୍ବଭଳି ଜାରି ରହିଛି

Advertisment

ଆଜି ମାକ୍ସର ପକ୍ଷରୁ ଜାରି କରାଯାଇଥିବା ହାଇ ରିଜୋଲେସନ ସ୍ୟାଟେଲାଇଟ ଛବି ଅନୁଯାୟୀ, ୟୁକ୍ରେନ ସୀମାକୁ ଲାଗି ରହିଥିବା ବେଲଗୋରୋଡ, ସୋଲୋଟି ଓ ଭାଲୁୟକି ନିକଟରେ ରୁଷ ଯୁଦ୍ଧ ସରମଞ୍ଜାବ ବହନ କରୁଥିବା ସ୍ୱତନ୍ତ ଗାଡ଼ି ଓ ଟ୍ରୁପ୍ସକୁ ମୁତୟନ କରିଛି। ଏଥିସହ ଆକ୍ରମଣ ମୁଦ୍ରାରେ ରୁଷ ସୈନ୍ୟମାନେ ୟୁକ୍ରେନ ସୀମାନ୍ତ ଲଞ୍ଚପ୍ୟାଡ ନିକଟରେ ପହଞ୍ଚି ଯାଇଛନ୍ତି। ରାତି ସମୟରେ ମାକ୍ସର ସ୍ୟାଟେଲାଇଟ ଦ୍ୱାରା ଏହି ଛବି ଉତ୍ତୋଳନ କରିଛି।

cfg9upmg

ପୂର୍ବରୁ ୟୁକ୍ରେନ ସୀମାରେ ରୁଷ ପକ୍ଷରୁ ବିପୁଳ ସଂଖ୍ୟାରେ ଟ୍ୟାଙ୍କ, ସଶସ୍ତ୍ର ଯବାନଙ୍କୁ ନେବା ଆଣିବାକୁ ବ୍ୟବହାର ହେଉଥିବା ଗାଡ଼ି, ତୋପ, ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଖଞ୍ଜିଥିଲା। ଏବେ କିନ୍ତୁ ୟୁକ୍ରେନ ସୀମାନ୍ତର ଆହୁରି ଅଧିକ ନିକଟବର୍ତ୍ତୀ ହୋଇଛନ୍ତି ରୁଷ ଯବାନ। ସେହିପରି ସୀମାରେ ଶତାଧିକ ଯବାନ ଆକ୍ରମଣ ମୁଦ୍ରାରେ ମଧ୍ୟ ରହିଛନ୍ତି। କହିବାକୁ ଗଲେ ୟୁକ୍ରେନକୁ ୩ ପଟରୁ ରୁଷ ଯବାନମାନେ ଘେରାବନ୍ଦୀ କରିଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ହମଲା କରିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ଗୋଟିଏ ପଟେ ଯୁଦ୍ଧ ବିପଦ ଘନଉ ଥିବା ବେଳେ ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତାଙ୍କ ଆମେରିବା ପ୍ରତିପକ୍ଷ ଜୋ ବାଇଡେନ ବିବାଦ ହ୍ରାସ କରିବା ପାଇଁ ବୈଠକ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ମଧ୍ୟ ପୁଟିନଙ୍କ ବିବାଦର କୂଟନୀତି ସମାଧାନ ପାଇଁ ଆଲୋଚନା କରିଛନ୍ତି।

e22bvk9g

Russia-Ukraine War