Advertisment

ମୋତେ ଭୟ ଲାଗୁଛି; ମୃତ୍ୟୁ ପୂର୍ବରୁ ମା'ଙ୍କୁ ରୁଷ ସୈନିକଙ୍କ ଶେଷ ବାର୍ତ୍ତା

କିଭ୍‌: ‘ମା’, ମୁଁ ୟୁକ୍ରେନରେ ଅଛି। ଏଠାରେ ବାସ୍ତବ ଯୁଦ୍ଧ ଚାଲିଛି। ମୋତେ ଭାରି ଭୟ ଲାଗୁଛି। ଆମେ ଏକାସହ ସବୁ ସହର ଉପରେ ବୋମାମାଡ କରୁଛୁ। ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଉଛି।’ ୟୁକ୍ରେନରେ ଥିବା ରୁଷର ଜଣେ ସୈନିକ ଯୁଦ୍ଧରେ ପ୍ରାଣ ହରାଇବା ପୂର୍ବରୁ ନିଜ ମା’ଙ୍କୁ କିଛି ଏଭଳି ଚିଠି ଲେଖି ନିଜ ଯନ୍ତ୍ରଣା ବଖାଣିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁକ୍ରେନ୍-ରୁଷ୍ ଯୁଦ୍ଧ ଉପରେ ଜାତିସଂଘ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମୋତେ ଭୟ ଲାଗୁଛି; ମୃତ୍ୟୁ ପୂର୍ବରୁ ମା'ଙ୍କୁ ରୁଷ ସୈନିକଙ୍କ ଶେଷ ବାର୍ତ୍ତା

Russian soldier

କିଭ୍‌: 'ମା', ମୁଁ ୟୁକ୍ରେନରେ ଅଛି। ଏଠାରେ ବାସ୍ତବ ଯୁଦ୍ଧ ଚାଲିଛି। ମୋତେ ଭାରି ଭୟ ଲାଗୁଛି। ଆମେ ଏକାସହ ସବୁ ସହର ଉପରେ ବୋମାମାଡ କରୁଛୁ। ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଉଛି।' ୟୁକ୍ରେନରେ ଥିବା ରୁଷର ଜଣେ ସୈନିକ ଯୁଦ୍ଧରେ ପ୍ରାଣ ହରାଇବା ପୂର୍ବରୁ ନିଜ ମା'ଙ୍କୁ କିଛି ଏଭଳି ଚିଠି ଲେଖି ନିଜ ଯନ୍ତ୍ରଣା ବଖାଣିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ୟୁକ୍ରେନ୍-ରୁଷ୍ ଯୁଦ୍ଧ ଉପରେ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ଅଧିବେଶନରେ ୟୁକ୍ରେନ୍ର ରାଷ୍ଟ୍ରଦୂତ ୟୁକ୍ରେନ୍‌ରେ ଥିବା ଜଣେ ରୁଷ୍ ସୈନିକଙ୍କ ଦ୍ୱାରା ତାଙ୍କ ମା'ଙ୍କୁ ପଠାଯାଇଥିବା ଏହି ଶେଷ ବାର୍ତ୍ତାଗୁଡିକୁ ପଢ଼ି ଶୁଣାଇଥିଲେ।

ମେସେଜ୍ ଆଦାନ ପ୍ରଦାନ ବେଳେ ରୁଷ ସୈନିକଙ୍କ ମା' ତାଙ୍କ ପୁଅକୁ ପଚାରନ୍ତି ଯେ, ଶେଷଥର ପ୍ରତିକ୍ରିୟା ଦେବାରେ ଏତେ ବିଳମ୍ବ କାହିଁକି ହେଲା ଏବଂ ସେ ତାଙ୍କୁ ଏକ ପାର୍ସଲ ପଠାଇପାରିବେ କି? ମା'ଙ୍କର ଏଭଳି ପ୍ରଶ୍ନର ଉତ୍ତରରେ ରୁଷ ସୈନିକ କହିଛନ୍ତି, ସେ ୟୁକ୍ରେନରେ ଅଛି ଏବଂ ନିଜକୁ ଫାଶୀରେ ଝୁଲାଇ ଦେବାକୁ ଚାହୁଁଛି।

Advertisment

Mama, I'm in Ukraine.There is a war raging. We are bombing the cities, even targeting civilians' | Daily Mail Online

'ଆମକୁ କୁହାଯାଇଥିଲା ଯେ ସେମାନେ (ୟୁକ୍ରେନିଆନ୍) ଆମକୁ ସ୍ୱାଗତ କରିବେ କିନ୍ତୁ ସେମାନେ ଆମର ଯୁଦ୍ଧ ବାହାନ ତଳେ ଆସି ପଡୁଛନ୍ତି, ନିଜକୁ ଯୁଦ୍ଧ ଟ୍ୟାଙ୍କରର ଚକ ତଳେ ଫିଙ୍ଗି ଦେଉଛନ୍ତି ଏବଂ ଆମକୁ ଆଗକୁ ବଢ଼ିବାକୁ ଦେଉନାହାନ୍ତି। ସେମାନେ ଆମକୁ ଫାଶୀବାଦୀ କହୁଛନ୍ତି। ମା', ଏହା ବହୁତ କଷ୍ଟସାଧ୍ୟ।' ଯୁଦ୍ଧ ପୂର୍ବରୁ କ୍ରିମିଆରେ ଥିବା ରୁଷ ସୈନିକ ଜଣକ ଘରକୁ ଫେରିବା ଚାହୁଁଥିବା ନେଇ ଚିଠିରେ ତାଙ୍କ ମା'ଙ୍କୁ ଲେଖିଥିଲେ।

ରୁଷ ସୈନିକଙ୍କ ଏହି ଶେଷ ମେସେଜ୍‌କୁ ପଢ଼ିବା ପରେ ଜାତିସଂଘରେ ୟୁକ୍ରେନର ରାଷ୍ଟ୍ରଦୂତ ଫେବୃଆରୀ ୨୪ରେ ରୁଷ ଆକ୍ରମଣ କରିବା ପରେ ୟୁକ୍ରେନରେ ଦେଖାଦେଇଥିବା ଭୟାବହତାକୁ ଦେଖିବା ପାଇଁ ବିଧାନସଭାକୁ କହିଥିଲେ। ସେ କହିଥିଲେ 'କଳ୍ପନା କରନ୍ତୁ ଆପଣଙ୍କ ପାଖେ, ଏହି ସାଧାରଣ ସଭାରେ ପ୍ରତ୍ୟେକ ଦେଶର ନାମଫଳକ ପାଖରେ, ୩୦ରୁ ଅଧିକ ମୃତ ରୁଷୀୟ ସୈନିକଙ୍କ ଆତ୍ମା ରହିଛି।' ପ୍ରତ୍ୟେକ ଦେଶର ପ୍ରତ୍ୟେକ ନାମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରିନି। ଏହାରି ଭିତରେ ରୁଷ ସେନା କିଭ୍‌କୁ କବ୍‌ଜା କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ଲଗାତର ରୁଷ ସୈନିକଙ୍କୁ ନିଜ ଜୀବନ ବଞ୍ଚାଇ ପଛକୁ ଫେରିଯିବା ପାଇଁ ବାରମ୍ବାର କହୁଛନ୍ତି। ରୁଷ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିଛି। ଏହି ଯୁଦ୍ଧରେ ବର୍ତ୍ତମାନ ଯାଏଁ ରୁଷ ୪,୫୦୦ ସୈନିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍‌ ଦାବି କରୁଛି।

https://twitter.com/VeraMBergen/status/1498329378907992068?s=20&t=UohvwntvQwvz_tLeTW5zAA