Advertisment

ବଡ଼ଦିନ ପରେଡ୍‌ ବେଳେ ମାଡିଗଲା ଏସ୍‌ୟୁଭି, ଅନେକ ମୃତ

ୱାଶିଂଟନ୍‌: ବଡଦିନ ପରେଡ୍‌ ବେଳେ ଅଘଟଣ। ଲୋକଙ୍କ ଉପରେ ମାଡିଗଲା ଏସ୍‌ୟୁଭି କାର୍‌। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରବିବାର ଆମେରିକାର ୱିଜ୍‌କନ୍‌ସିନ୍‌ରେ ଘଟିଛି ଏଭଳି ଦୁର୍ଘଟଣା। ରବିବାର ଅପରାହ୍ଣ ୪.୩୦ରେ ଭୋକେଶାର ମିଲ୍ୱୌକିରେ ଏହି ଦୁର୍ଘଟଣା ଘଟିଛି। ଏହି ବାର୍ଷିକ ସମାରୋହ ଦେଖିବା ପଶଇଁ ବଡ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଏହି ବଡଦିନ ପରେଡ୍‌ ଚାଲିଥିବା ବେଳେ ମୁଖ୍ୟ ସଡକର ପଶ୍ଚିମ ଦିଗରୁ ଏକ […]

ବଡ଼ଦିନ ପରେଡ୍‌ ବେଳେ ମାଡିଗଲା ଏସ୍‌ୟୁଭି, ଅନେକ ମୃତ

Christmass parade

Advertisment

ୱାଶିଂଟନ୍‌: ବଡଦିନ ପରେଡ୍‌ ବେଳେ ଅଘଟଣ। ଲୋକଙ୍କ ଉପରେ ମାଡିଗଲା ଏସ୍‌ୟୁଭି କାର୍‌। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରବିବାର ଆମେରିକାର ୱିଜ୍‌କନ୍‌ସିନ୍‌ରେ ଘଟିଛି ଏଭଳି ଦୁର୍ଘଟଣା।

Advertisment

ରବିବାର ଅପରାହ୍ଣ ୪.୩୦ରେ ଭୋକେଶାର ମିଲ୍ୱୌକିରେ ଏହି ଦୁର୍ଘଟଣା ଘଟିଛି। ଏହି ବାର୍ଷିକ ସମାରୋହ ଦେଖିବା ପଶଇଁ ବଡ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଏହି ବଡଦିନ ପରେଡ୍‌ ଚାଲିଥିବା ବେଳେ ମୁଖ୍ୟ ସଡକର ପଶ୍ଚିମ ଦିଗରୁ ଏକ ଲାଲ ରଙ୍ଗର ଏସ୍‌ୟୁଭି କାର୍‌ ଦ୍ରୁତ ଗତିରେ ବ୍ୟାରିକେଡ୍‌ ଭାଙ୍ଗି ମାଡି ଆସିଥିଲା। ଉକ୍ତ ଗାଡିଟି ଭିଡ ଭିତରେ କିଛି ଲୋକଙ୍କୁ ଦଳି ଦେଇଥିବା ବେଳେ ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ଧକ୍କା ଦେଇଥିବା ପୁଲିସ ସୂଚନା ଦେଇଛି।

ଫଳରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଜଣେ ବ୍ୟଙ୍କିଙ୍କ ପୁଲିସ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ଏସ୍‌ୟୁଭି ଗାଡିକୁ ଜବତ କରିଛି।

Advertisment

ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଦ୍ରୁତଗତିରେ ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା। କିନ୍ତୁ ତାହା ଅଟକି ନଥିଲା। ଏବଂ ଲୋକଙ୍କ ଉପରକୁ ମାଡିଯାଇଥିଲା। ସେପଟେ ମୃତବ୍ୟକ୍ତମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆ ନ ଯିବା ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ପ୍ରକାଶ କରାଯିବ ନାହିଁ ବୋଲି ସେ କହିଛନ୍ତି।

ଅଗ୍ନିଶମ ମୁଖ୍ୟ ଷ୍ଟଭେନ୍‌ ହାୱାର୍ଡ ମୁତାବକ, ସମୁଦାୟ ୧୧ଜଣ ପ୍ରାପ୍ତ ବୟସ୍କ ଏବଂ ୧୨ଜଣ ପିଲାଙ୍କୁ ୬ଟି ‘ଏରିୟା ହସ୍ପିଟାଲ୍‌’କୁ  ନିଆଯାଇଛି। ତଦନ୍ତ ଚାଲିଥିବାରୁ ଆଜି ଉପନଗରୀର ସ୍କୁଲ୍‌ ସବୁ ବନ୍ଦ ରହିଛି। ରାସ୍ତାଘାଟ ମଧ୍ୟ ବନ୍ଦ ରହିବ ବୋଲି ପୁଲିସ ମୁଖ୍ୟ କହିଛନ୍ତି।

https://twitter.com/MrAndyNgo/status/1462595393804541957?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe