Advertisment

ତାଲିବାନ ଶାସନର କୁତ୍ସିତ ଚେହେରା: ସାଥୀରେ ପୁରୁଷ ଅଭିଭାବକ ନଥିବାରୁ ମହିଳାଙ୍କୁ ନିର୍ଦ୍ଧୁମ ପିଟିଲେ

କାବୁଲ: ପୁଣି ଲଜ୍ଜା। ଆଫଗାନିସ୍ତାନର ତାଲିବାନ ଶାସନର ମହିଳା ବିରୋଧୀ କୁତ୍ସିତ ଚେହେରା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପୁରୁଷ ଅଭିଭାବକ ବିନା ବାହାରକୁ ଯାଇଥିବାରୁ ତାଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ସମ୍ପୃକ୍ତ ମହିଳାଙ୍କୁ ଦୁଇ ଜଣ ତାଲିବାନୀ ବାଡ଼ିରେ ନିର୍ଦ୍ଧୁମ ପିଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଛି। ସବ୍‌ନମ ନସମି ନାମକ ଜଣେ ମହିଳା ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଟଖର ପ୍ରୋଭିଡେନ୍ସରେ ଏହି […]

ଅଦ୍ୟତନ ହୋଇଛି
ତାଲିବାନ ଶାସନର କୁତ୍ସିତ ଚେହେରା: ସାଥୀରେ ପୁରୁଷ ଅଭିଭାବକ ନଥିବାରୁ ମହିଳାଙ୍କୁ ନିର୍ଦ୍ଧୁମ ପିଟିଲେ

789

Advertisment

କାବୁଲ: ପୁଣି ଲଜ୍ଜା। ଆଫଗାନିସ୍ତାନର ତାଲିବାନ ଶାସନର ମହିଳା ବିରୋଧୀ କୁତ୍ସିତ ଚେହେରା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପୁରୁଷ ଅଭିଭାବକ ବିନା ବାହାରକୁ ଯାଇଥିବାରୁ ତାଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ସମ୍ପୃକ୍ତ ମହିଳାଙ୍କୁ ଦୁଇ ଜଣ ତାଲିବାନୀ ବାଡ଼ିରେ ନିର୍ଦ୍ଧୁମ ପିଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଛି। ସବ୍‌ନମ ନସମି ନାମକ ଜଣେ ମହିଳା ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଟଖର ପ୍ରୋଭିଡେନ୍ସରେ ଏହି ଘଟଣା ଘଟିଥିବା ସେ ଦର୍ଶାଇଥିବା ବେଳେ ତାଲିବାନୀ ଶାସକଙ୍କ ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି। ସାରା ବିଶ୍ୱରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ନର୍କ ପାଲଟିଥିବା ସେ ଲେଖିଛନ୍ତି।

Advertisment

ଚୋରି ଏବଂ ନୈତିକ ଅପରାଧ ରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ବୁଧବାର ଆଫଗାନିସ୍ତାନ କୋର୍ଟଙ୍କ ନିର୍ଦ୍ଦେଶରେ ୩ଜଣ ମହିଳା ଏବଂ ୧୧ ଜଣଙ୍କୁ ମାଡ ମରାଯାଇଥିଲା। ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଇସଲାମିକ୍ ଆଇନର କେତେକ ଦିଗକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ସର୍ବସାଧାରଣରେ ଫାଶି, ପଥର ଫିଙ୍ଗିବା ଏବଂ ଚୋରମାନଙ୍କ ପାଇଁ ଅଙ୍ଗ କାଟିବା ଅନ୍ତର୍ଭୁକ୍ତ ରହିଛି।  ଏଠାରୁ ବିଭିନ୍ନ ଅପରାଧରେ ଅଭିଯୁକ୍ତଙ୍କ ସହ ହେଉଥିବା ଭୟଙ୍କର ଦଣ୍ଡିବିଧାନର ଚିତ୍ର ସୋଶାଲ ମିଡିଆରେ ଆସୁଛି। ।
https://twitter.com/NasimiShabnam/status/1598324324225662978?s=20&t=lhu1Wo5w4xwYUSyA3xJ2Yg

ତାଲିବାନ ନିୟମିତ ଭାବରେ ସର୍ବସାଧାରଣରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ପାଳି ଆସୁଥିଲା।  ​​ଯାହା ୨୦୦୧ରେ ଶେଷ ହୋଇଥିଲା। ଏବେ ବର୍ଷେ ହେବ ତାଲିବାନ ପୁଣି ଥରେ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ପୁଣି ଥରେ ପୁରୁଣା କଠୋର ଦଣ୍ଡବିଧାନ ନିୟମ ପାଳନ କରିବାକୁ ଯୋଜନା କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe