Advertisment

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଦଳାଚକଟା, ୧୭୪ ମୃତ

ନୂଆଦିଲ୍ଲୀ: ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା। ପ୍ରାଣ ହରାଇଲେ ୧୭୪ଜଣ। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ ହେଉଥିଲା।  କିନ୍ତୁ ମ୍ୟାଚ ପରେ ପରାଜିତ ଦଳର ସମର୍ଥକମାନେ ପଡିଆ ଭିତରକୁ ପଶିଥିଲେ।  ସେମାନେ କିଛି ଲୋକଙ୍କୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଦଳାଚକଟା, ୧୭୪ ମୃତ

violence-in-football-match

ନୂଆଦିଲ୍ଲୀ: ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା। ପ୍ରାଣ ହରାଇଲେ ୧୭୪ଜଣ। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ ହେଉଥିଲା।  କିନ୍ତୁ ମ୍ୟାଚ ପରେ ପରାଜିତ ଦଳର ସମର୍ଥକମାନେ ପଡିଆ ଭିତରକୁ ପଶିଥିଲେ।  ସେମାନେ କିଛି ଲୋକଙ୍କୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ।

Advertisment

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏଥିସହ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଏହାପରେ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ପୁଲିସକର୍ମୀ ମଧ୍ୟ ଥିବା ଜଣାପଡିଛି।

ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ମୃତଦେହ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି।  ଷ୍ଟାଡିୟମରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହକ ପାଇଁ ଫୁଟବଲ୍ ଲିଗକୁ ବାତିଲ କରି ଦିଆଯାଇଛି।

Advertisment

https://twitter.com/disclosetv/status/1576359795292262400?s=20&t=NCzWUqtUWBUzIqx00jqCkg