Advertisment

କିଭ୍‌ ଦଖଲ କରିପାରିଲାନି ରୁଷ ସେନା, ନୂଆ 'ଆର୍ମି ଜେନେରାଲ' ଆଣିଲେ ପୁଟିନ୍‌

ମସ୍କୋ: ଦୀର୍ଘ ଦେଢ଼ ମାସ ହେଲା ଜାରି ରହିଛି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ। ତେବେ ଏତେ ଦିନ ପରେ ବି କିଭ୍‌ ଦଖଲ କରିପାରିନି ରୁଷ ସେନା। ୟୁକ୍ରେନ୍‌ର ମୁହଁତୋଡ ଜାବାବ ଆଗରେ ରୁଷ ସୈନ୍ୟଙ୍କୁ କିଭ୍‌ ଛାଡିବାକୁ ପଡିଛି। ତେବେ କିଭ୍‌ ଦଖଲ କରିବା ପାଇଁ ନୂଆ ନୀତି ଆପଣାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ସେ ବଦଳାଇ ଦେଇଛନ୍ତି ନିଜ ‘ଆର୍ମି ଜେନେରାଲ’। ସେ ଜଣେ ନୂଆ କମାଣ୍ଡରକୁ ଦେଇଛନ୍ତି ନିଯୁକ୍ତି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
କିଭ୍‌ ଦଖଲ କରିପାରିଲାନି ରୁଷ ସେନା, ନୂଆ 'ଆର୍ମି ଜେନେରାଲ' ଆଣିଲେ ପୁଟିନ୍‌

alexander-dvornikov

ମସ୍କୋ: ଦୀର୍ଘ ଦେଢ଼ ମାସ ହେଲା ଜାରି ରହିଛି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ। ତେବେ ଏତେ ଦିନ ପରେ ବି କିଭ୍‌ ଦଖଲ କରିପାରିନି ରୁଷ ସେନା। ୟୁକ୍ରେନ୍‌ର ମୁହଁତୋଡ ଜାବାବ ଆଗରେ ରୁଷ ସୈନ୍ୟଙ୍କୁ କିଭ୍‌ ଛାଡିବାକୁ ପଡିଛି। ତେବେ କିଭ୍‌ ଦଖଲ କରିବା ପାଇଁ ନୂଆ ନୀତି ଆପଣାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ସେ ବଦଳାଇ ଦେଇଛନ୍ତି ନିଜ 'ଆର୍ମି ଜେନେରାଲ'। ସେ ଜଣେ ନୂଆ କମାଣ୍ଡରକୁ ଦେଇଛନ୍ତି ନିଯୁକ୍ତି।

Advertisment

ମସ୍କୋ ସେନା କିଭ୍‌ ଅଧିକାର କରିବାରେ ବିଫଳ ହେବାରୁ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧରେ ନେତୃତ୍ୱ ନେବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍‌ ରୁଷ ଦକ୍ଷିଣାଞ୍ଚଳ ସାମରିକ ଜିଲ୍ଲାର କମାଣ୍ଡର୍‌ ଅଲେକ୍‌ଜେଣ୍ଡାର୍‌ ଡିଭୋର୍ଣ୍ଣିକୋଭ୍‌ଙ୍କୁ ନୂତନ ‘ଆର୍ମି ଜେନେରାଲ୍‌’ ଭାବେ ନିଯୁକ୍ତ କରିଛନ୍ତି।

Amid failure to capture Kyiv, Putin appoints new commander for Ukraine

‘ସିଏନ୍ଏ୍‌ନ୍‌’ ରିପୋର୍ଟ ଅନୁସାରେ, ୟୁକ୍ରେନରେ ଚାଲିଥିବା ରୁଷର ସାମରିକ ଅଭିଯାନର ‘ଥିଏଟର୍‌ କମାଣ୍ଡର୍‌’ ଭାବେ ଅଲେକ୍‌ଜେଣ୍ଡାର୍‌ଙ୍କୁ ଦାୟିତ୍ୱ ମିଳିଛି। ତେବେ ମେ' ୯ ତାରିଖରେ ପାଳନ କରାଯିବାକୁ ଥିବା ‘ବିଜୟ ଦିବସ’ ପୂର୍ବରୁ ଯୁଦ୍ଧକ୍ଷେତ୍ରରେ କିଛି ଅଗ୍ରଗତି କରି ପୁଟିନ୍‌ଙ୍କୁ ଦେଖାଇବା ଡିନୋର୍ଣ୍ଣିକୋଭ୍‌ଙ୍କ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି।

Advertisment

ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନି ଉପରେ ସୋଭିଏତ୍‌ ଦେଶର ବିଜୟ ବାର୍ଷିକୀ ଅବସରରେ ମେ' ୯ ତାରିଖକୁ ରୁଷରେ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ।

ରକ୍ଷାମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରୁଷ ନିଜର କିଛି ସୈନିକଙ୍କୁ ଯୁଦ୍ଧ ପାଇଁ ୟୁକ୍ରେନ୍‌ର ଡୋନବାସ ଅଞ୍ଚଳକୁ ପଠାଇଛି। ୟୁକ୍ରେନର ଉତ୍ତରାଞ୍ଚଳରୁ ରୁଷ ସେନାଙ୍କୁ ପୂରାପୁରି ହଟାଇ ବେଲାରୁଷ ପଠାଇ ଦିଆଯାଇଛି। ସେଥିମଧ୍ୟରୁ କିଛି ସୈନ୍ୟଙ୍କୁ ଡୋନବାସ ପଠା ଯାଇଥିବା କୁହାଯାଉଛି।

ସେପଟେ, ୟୁକ୍ରେନ୍‌ ବାୟୁସେନା ସୂଚନା ଦେଇଛି ଯେ, ଶନିବାର ଦିନ ରୁଷର ୧୩ଟି ବିମାନ ଉପରେ ଗୁଳିବର୍ଷା କରାଯାଇ ଧ୍ୱଂସ କରାଯାଇଛି। ଏଥିରେ ରୁଷର ୫ଟି ‘ୟୁ‌ଏଭି’, ୪ଟି କ୍ଷେପଣାସ୍ତ୍ର, ୩ଟି ବିମାନ ଏବଂ ଗୋଟିଏ ହେଲିକପ୍ଟର୍‌ ଧ୍ୱଂସ ହୋଇଛି।

ଏହାଛଡ଼ା, ଶନିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଚାନକ କିଭ୍‌ ଗସ୍ତରେ ଯାଇ ୟୁକ୍ରେନୀୟ ରା‌ଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଉଭୟ ନେତା କଡ଼ା ନିରାପତ୍ତା ମଧ୍ୟରେ ଜନଶୂନ୍ୟ କିଭ ନଗରୀର ରାସ୍ତାରେ କିଛି ବାଟ ଚାଲି ଚାଲି ଯାଇଥିଲେ। ୟୁକ୍ରେନ୍‌କୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜନ୍‌ସନ୍‌ ପ୍ରତିଶ୍ରୁତି ଦେଇଛନ୍ତି।

Russia-Ukraine War