Advertisment

ରୁଷ ରାଷ୍ଟ୍ରପତିଙ୍କୁ କ୍ୟାନ୍‌ସର!

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କ୍ୟାନ୍‌ସର। ସେ କର୍କଟର ରୋଗରେ ପୀଡିତ। ତାଙ୍କର ହେବ ସର୍ଜରୀ। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାଟ୍ରୁଶେଭଙ୍କୁ କ୍ଷମତା ହସ୍ତାନ୍ତର କରିପାରିନ୍ତି। ଆମେରିକାର ନ୍ୟୁୟର୍କ ପୋଷ୍ଟରରେ ପ୍ରକାଶିତ ଏକ ଖବରରେ ଏଭଳି କିଛି ଦାବି କରାଯାଇଛି। ସମାଚାର ଏଜେନ୍ସି ଏଏନ୍‌ଆଇ ମୁତାବକ, ଡାକ୍ତରଙ୍କ ଅନୁଯାୟୀ କଥିତ ରୂପେ ପୁଟିନଙ୍କ ସର୍ଜରୀ ହିଁ କରିବାକୁ ପଡିବ। ସର୍ଜରୀ ପରେ ସୁସ୍ଥ ହେବା ପାଇଁ ତାଙ୍କୁ […]

ରୁଷ ରାଷ୍ଟ୍ରପତିଙ୍କୁ କ୍ୟାନ୍‌ସର!

Putin

Advertisment

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କ୍ୟାନ୍‌ସର। ସେ କର୍କଟର ରୋଗରେ ପୀଡିତ। ତାଙ୍କର ହେବ ସର୍ଜରୀ। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାଟ୍ରୁଶେଭଙ୍କୁ କ୍ଷମତା ହସ୍ତାନ୍ତର କରିପାରିନ୍ତି। ଆମେରିକାର ନ୍ୟୁୟର୍କ ପୋଷ୍ଟରରେ ପ୍ରକାଶିତ ଏକ ଖବରରେ ଏଭଳି କିଛି ଦାବି କରାଯାଇଛି।

Advertisment

ସମାଚାର ଏଜେନ୍ସି ଏଏନ୍‌ଆଇ ମୁତାବକ, ଡାକ୍ତରଙ୍କ ଅନୁଯାୟୀ କଥିତ ରୂପେ ପୁଟିନଙ୍କ ସର୍ଜରୀ ହିଁ କରିବାକୁ ପଡିବ। ସର୍ଜରୀ ପରେ ସୁସ୍ଥ ହେବା ପାଇଁ ତାଙ୍କୁ କିଛି ସମୟ ଲାଗି କ୍ଷମତାରୁ ହଟିବାକୁ ପଡିବ।

ନିକଟରେ ପୁଟିନ୍‌ଙ୍କ ଅଜବ ବ୍ୟବହାର ଓ ତାଙ୍କ ରୋଗକୁ ଦେଖି ନ୍ୟୁୟର୍କ ପୋଷ୍ଟ କହିଛି, ରୁଷ ରାଷ୍ଟ୍ରପତିଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏଥିସହ ତାଙ୍କଠାରେ ଆହୁରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଛି। ଏଥିରେ ପାର୍କିଂସନ୍‌ ରୋଗ ମଧ୍ୟ ସାମିଲ ଅଛି। ତେବେ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖପାତ୍ର ଜନ୍ କିର୍ବି ସୋମବାର କହିଛନ୍ତି, 'ମୁଁ ଏପରି କିଛି ଦେଖି ନାହିଁ ଯାହାକୁ ଦେଖି ପୁଟିନ ଅସୁସ୍ଥ ଅଛନ୍ତି ବୋଲି କୁହାଯାଇପାରେ।'

Advertisment

ଗତ କିଛି ଦିନ ତଳେ ପୁଟିନ୍‌ କଥିତ ରୂପେ ଦୀର୍ଘ ଦୁଇ ଘଣ୍ଟା କାଳ ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାଟ୍ରୁଶେଭଙ୍କ ସହ ଆଲୋଚନା କରିଥିଲେ। ପାଟ୍ରୁଶେଭଙ୍କୁ ସେ ଏକ ମାତ୍ର ନିଜର ବିଶ୍ୱସନୀୟ ବୋଲି ମାନନ୍ତି। ସେ ତାଙ୍କୁ ନିଜ ବନ୍ଧୁ ବୋଲି ଭାବନ୍ତି। ଯଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ ତେବେ ଦେଶର କ୍ଷମତା ଭାର ଅସ୍ଥାୟୀ ରୂପେ ପେଟ୍ରୁଶେଭଙ୍କ ହାତରେ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନ୍ୟୁୟର୍କ ପୋଷ୍ଟ କହିଛି।

ସେପଟେ ପୁଟିନ୍‌ଙ୍କ କ୍ୟାନ୍‌ସର ସର୍ଜରୀକୁ ନେଇ ଦାବି କରିଥିବା ଚ୍ୟାନେଲର ମାଲିକ କହିଛନ୍ତି, ପେଟ୍ରୁଶେଭ୍‌ ଜଣେ ସମ୍ପୂର୍ଣ୍ଣ ଭାବେ ଖରାପ ବ୍ୟକ୍ତି। ସେ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଭଳି ଭଲ ନୁହନ୍ତି। ସେ ଜଣେ କପଟି ମଣିଷ। ଯଦି ସେ କ୍ଷମତା ଭାର ସମ୍ଭାଳନ୍ତି ତେବେ ରୁଷର ସମସ୍ୟା ଦ୍ୱିଗୁଣିତ ହୋଇଯିବ।

ତେବେ ପ୍ରକୃତରେ ରୁଷ ରାଷ୍ଟ୍ରପତି ପୁଟିନ୍‌ କ୍ୟାନ୍‌ସରରେ ପୀଡିତ ଅଛନ୍ତି ନା ନାହିଁ, ଏନେଇ ତାଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କ ଦେହ କେବଳ ଅସୁସ୍ଥ ଥିବା ନେଇ ଏବେ ଚାରିଆଡେ ଗୁଜବ ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe