Advertisment

ଆଇସୋଲେସନରେ ଋଷ ରାଷ୍ଟ୍ରପତି

ମସ୍କୋ: ରାଷ୍ଟ୍ରପତି ଭବନରେ ପଶିଲା କରୋନା। ଆସୋଲେସନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ନିଜକୁ ଏବେ ଆଇସୋଲେସନ କରିଛନ୍ତି। କାମ ଦେଲାନି ସ୍ପୁଟନିକ୍‌-ଭି। ରାଷ୍ଟ୍ରପତି ପୁଟିନଙ୍କ ଜଣେ ପରିଚିତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ପୁଟିନ୍‌ ନିଜକୁ ସେଲ୍ଫ ଆଇସୋଲେସନ କରିଛନ୍ତି। ରିପୋର୍ଟ ଅନୁଯାୟୀ,  ସୋମବାର ଭ୍ଲାଦିମିର ପୁଟିନ କହିଛନ୍ତି, ‘ଦେଶରେ କରୋନାରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରେ ସେହି ଲୋକମାନେ ଅଛନ୍ତି ଯେଉଁମାନଙ୍କ […]

author-image
Madhupriya Mistry
ଆଇସୋଲେସନରେ ଋଷ ରାଷ୍ଟ୍ରପତି

Putin

ମସ୍କୋ: ରାଷ୍ଟ୍ରପତି ଭବନରେ ପଶିଲା କରୋନା। ଆସୋଲେସନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ନିଜକୁ ଏବେ ଆଇସୋଲେସନ କରିଛନ୍ତି। କାମ ଦେଲାନି ସ୍ପୁଟନିକ୍‌-ଭି। ରାଷ୍ଟ୍ରପତି ପୁଟିନଙ୍କ ଜଣେ ପରିଚିତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ପୁଟିନ୍‌ ନିଜକୁ ସେଲ୍ଫ ଆଇସୋଲେସନ କରିଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ,  ସୋମବାର ଭ୍ଲାଦିମିର ପୁଟିନ କହିଛନ୍ତି, 'ଦେଶରେ କରୋନାରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରେ ସେହି ଲୋକମାନେ ଅଛନ୍ତି ଯେଉଁମାନଙ୍କ ସହ ନିକଟରେ ମୁଁ ସଂସ୍ପର୍ଶରେ ଆସିଛି। ଏଭଳି ପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ନିଜକୁ ସେଲ୍ଫ-ଆଇସୋଲେଟ୍‌ କରିବା ଆବଶ୍ୟକ।'

ମଙ୍ଗଳବାର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ପୁଟିନଙ୍କ ପରିଚିତମାନଙ୍କ ମଧ୍ୟରେ ଅନେକ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜକୁ ଆଇସୋଲେଟ କରିବାକୁ ଯୋଜନା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି।

Advertisment

କ୍ରେମଲିନ୍ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, 'ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଜିକିସ୍ତାନର ରାଷ୍ଟ୍ରପତି ଇମୋମାଲି ରହମାନଙ୍କ ସହ ଫୋନରେ କଥା ହୋଇଥିଲେ। ଭ୍ଲାଦିମିର ପୁଟିନ କହିଥିଲେ, ତାଙ୍କ ଟିମ୍‌ରେ ଜଣେ କରୋନାରେ ସଂକ୍ରମିତ ହେବା ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଆଇସୋଲେସନରେ ଯିବା ଉଚିତ୍।'

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲରେ ଋଷ ନେତାଙ୍କୁ ସ୍ୱଦେଶୀ ଟିକା ସ୍ପୁଟନିକ୍‌-ଭି ଦିଆଯାଇଥିଲ। ଯେତେବେଳେ କରୋନାକୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ତଥ ହୁ' ମହାମାରୀ ଘୋଷିତ କରିଥିଲା ସେହି ସମୟରେ ଋଷ ଟିକା ତିଆରି ଉପରେ କାମ କରିବା ଆରମ୍ଭ କରିଥିଲା। ସ୍ପୁଟ୍‌ନିକ୍‌-ଭିକୁ ମସ୍କୋ ଗାମେଲ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଲୋଜି ଏବଂ ମାଇକ୍ରୋବାୟୋଲଜ ପ୍ରସ୍ତୁତ କରିଛି। ସ୍ପୁଟ୍‌ନିକ-ଭି ଟିକାକୁ ୫୦ରୁ ଅଧିକ ଦେଶରେ ମଞ୍ଜୁରୀ ମଧ୍ୟ ମିଳିଛି।

ତଥ୍ୟ ଅନୁସାରେ ମଙ୍ଗଳବାର ଋସରୁ ଦିନକରେ କରୋନାର ୧୭,୮୩୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତମାନ ଯାଏଁ ଋଷରେ ମୋଟ ୭୧,୭୬,୦୮୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି। ଏହାବ୍ୟତୀତ ଏହି ମହାମାରୀ ଯୋଗୁଁ ମୋଟ ୧.୯ ଲକ୍ଷ ଲୋକ ପ୍ରାଣ ହରାଇ ସାରିଲେଣି। କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ଋଷ ୫ମ ସ୍ଥାନରେ ରହିଛି।