Advertisment

ଆଫଗାନରେ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କଲା ତାଲିବାନ

କାବୁଲ: ଆଫଗାନିସ୍ତାନକକୁ ସଂପୂର୍ଣ୍ଣ ଭାବେ ଦଖଲ କରିଥିବା ପୁଣିଥରେ ଦାବି କରିଛି ତାଲିବାନ। ପୂର୍ବରୁ କେବଳ ପଞ୍ଜଶିରକୁ ଛାଡ଼ି ତାଲିବାନ ଦେଶର ସବୁ ସ୍ଥାନରେ ବିଜୟ ପତାକା ଉଡ଼ାଇଥିଲା। ହେଲେ ଆଜି ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସକୁ ପରାସ୍ତ କରି ଗତ ସୋମବାର ଠାରୁ ଚାଲିଥିବା ଯୁଦ୍ଧରେ ତାଲିବାନ ପୂର୍ଣ୍ଣଚ୍ଛେଦ ପକାଇଥିବା କହିଛି। ଏଥିସହ ବନ୍ଧୁକ ମୁନରେ ସମଗ୍ର ପଞ୍ଜଶିରକୁ ଦଖଲ କରିଇଥିବା ସଂଗଠନ ଘୋଷଣା କରିଛି। ପଞ୍ଜଶିର ଦଖଲ ପରେ ଆଫଗାନରେ ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା […]

ଆଫଗାନରେ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କଲା ତାଲିବାନ

Taliban

Advertisment

କାବୁଲ: ଆଫଗାନିସ୍ତାନକକୁ ସଂପୂର୍ଣ୍ଣ ଭାବେ ଦଖଲ କରିଥିବା ପୁଣିଥରେ ଦାବି କରିଛି ତାଲିବାନ। ପୂର୍ବରୁ କେବଳ ପଞ୍ଜଶିରକୁ ଛାଡ଼ି ତାଲିବାନ ଦେଶର ସବୁ ସ୍ଥାନରେ ବିଜୟ ପତାକା ଉଡ଼ାଇଥିଲା। ହେଲେ ଆଜି ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସକୁ ପରାସ୍ତ କରି ଗତ ସୋମବାର ଠାରୁ ଚାଲିଥିବା ଯୁଦ୍ଧରେ ତାଲିବାନ ପୂର୍ଣ୍ଣଚ୍ଛେଦ ପକାଇଥିବା କହିଛି।

Advertisment

ଏଥିସହ ବନ୍ଧୁକ ମୁନରେ ସମଗ୍ର ପଞ୍ଜଶିରକୁ ଦଖଲ କରିଇଥିବା ସଂଗଠନ ଘୋଷଣା କରିଛି। ପଞ୍ଜଶିର ଦଖଲ ପରେ ଆଫଗାନରେ ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ତାଲିବାନ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ କହିଛନ୍ତି।

ତାଲିବାନ ଯୁଦ୍ଧ ଶେଷ ହୋଇଥିବା କହୁଥିଲେ ହେଁ ଅହମଦ ମାସୁଦଙ୍କ ଜାତୀୟ ରେଜିଷ୍ଟାନ୍ସ ଫୋର୍ସ(ଏନଆରଏଫ) ଲଢ଼େଇ ଜାରି ରହିଥିବା ସୂଚନା ଦେଇଛି। ଏନଆରଏଫର ଯବାନମାନେ ପଞ୍ଜଶିରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ ହୋଇ ତାଲିବାନୀଙ୍କୁ କଡ଼ା ଜବାବ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧ ୧୦୦୦ରୁ ଅଧିକ ତାଲିବାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ଶହରୁ ଅଧିକ ବନ୍ଦୀ ହୋଇଥିବା ଏନଆରଏଫ କହିଛି। ଏଥିସହ ପଞ୍ଜଶିରରେ ଥିବା ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଲଢ଼େଇରୁ ନେତୃତ୍ୱ ନେଉଥିବା କୁହାଯାଉଛି।

Advertisment

ଆଜି ସକାଳେ ତାଲିବାନ ପଞ୍ଜଶିରର ଗଭର୍ଣ୍ଣନାର ହାଉସ ନିକଟରେ ନିଜର ପତାକା ଉଡ଼ାଇବା ସହ ବିଜୟ ଘୋଷଣା କରିଥିଲା। ଏହାପରେ ସଂଗଠନର ମୁଖପାତ୍ର ଜାବିଉଲ୍ଲା ମୁଜାହିଦ ଆଫଗାନରେ ଯୁଦ୍ଧ ଶେଷ ହୋଇଛି ଓ ତାଲିବାନ ଖୁବଶୀଘ୍ର ସରକାର ଗଠନ କରିବ ବୋଲି କହିଛନ୍ତି।

ସେ କହିଛନ୍ତି, “ଆଫଗାନରେ ଚାଲିଥିବା ଯୁଦ୍ଧ ଶେଷ ହୋଇଛି। ଆମେ ଏବେ ଏକାଠି କାମ କରି ଦେଶକୁ ପୁଣି ନୂଆ କରି ଗଠନ କରିବୁ। ଆସନ୍ତା କିଛି ଦିନ ମଧ୍ୟରେ ନୂଆ ସରକାର ସମ୍ପର୍କରେ ଘୋଷଣା କରାଯିବ।”

କାବୁଲ ଏୟାରପୋର୍ଟ ପୁଣି କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ମୁଜାହିଦ କହିଛନ୍ତି, କତାର, ତୁର୍କୀ ଓ ୟୁଏଇରୁ ବୈଷୟିକ ଟିମ୍‌ ଏକାଠି ହୋଇ କାବୁଲ ଏୟାରପୋର୍ଟରୁ ପୁଣି ଉଡ଼ାଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କାମ କରୁଛନ୍ତି। ଲୋକମାନେ ଜାଣିବା ଦରକାର ଯେ ବଳପୂର୍ବକ ପ୍ରବେଶ କରିଥିବା ରାଷ୍ଟ୍ରମାନେ କେବେ ହେଲେ ଆମ ଦେଶକୁ ଗଠନ କରିବେ ନାହିଁ।

ଆମ ଲୋକମାନେ ହିଁ ଦାୟିତ୍ୱ ନେଇ ସବୁ କିଛି କରିବା ଦରକାର। ତାଲିବାନ ବିଶ୍ୱର ସବୁ ରାଷ୍ଟ୍ର ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛି। ଚାଇନା ହେଉଛି ସବୁଠାରୁ ବଡ଼ ଧନୀ ରାଷ୍ଟ୍ର। ଆଫଗାନିସ୍ତାନ ପାଇଁ ଚାଇନା ଗୁରୁତ୍ୱପୂର୍ଣ୍ଣ। ଆଫଗାନର ବିକାଶ ପାଇଁ ଚାଇନାର ସହାୟତା ଜରୁରୀ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe