Advertisment

ପେଣ୍ଟାଗନ ମୁଖ୍ୟଙ୍କ ବୟାନ: ଯୁଦ୍ଧରେ ୟୁକ୍ରେନ ଜିତିବ, ଯଦି..

ୱାରଶ: ଦୀର୍ଘ ୬୦ରୁ ଅଧିକ ଦିନ ହେଲା ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ଆମେରିକା ସମେତ ଅନେକ ଦେଶ ମସ୍କୋ ଉପରେ କଟକଣା ବି ଲଗାଇଛନ୍ତି। ତଥାପି ଯୁଦ୍ଧ ଥମୁନାହିଁ। ଏସବୁ ଭିତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ତଥା ପେଣ୍ଟାଗନ ମୁଖ୍ୟ ଲୟଡ ଅଷ୍ଟିନ ବଡ଼ ବୟାନ ଦେଇଛନ୍ତି। ୟୁକ୍ରେନର ରାଜଧାନୀ କିଭ୍‌ରୁ ଫେରିଥିବା ଅଷ୍ଟିନ କହିଛନ୍ତି ଯେ ରୁଷ ଦୁର୍ବଳ ହେଉଯାଉ ବୋଲି ଆମେରିକା ଚାହୁଁଛି। […]

ପେଣ୍ଟାଗନ ମୁଖ୍ୟଙ୍କ ବୟାନ: ଯୁଦ୍ଧରେ ୟୁକ୍ରେନ ଜିତିବ, ଯଦି..

US

Advertisment

ୱାରଶ: ଦୀର୍ଘ ୬୦ରୁ ଅଧିକ ଦିନ ହେଲା ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ଆମେରିକା ସମେତ ଅନେକ ଦେଶ ମସ୍କୋ ଉପରେ କଟକଣା ବି ଲଗାଇଛନ୍ତି। ତଥାପି ଯୁଦ୍ଧ ଥମୁନାହିଁ। ଏସବୁ ଭିତରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ତଥା ପେଣ୍ଟାଗନ ମୁଖ୍ୟ ଲୟଡ ଅଷ୍ଟିନ ବଡ଼ ବୟାନ ଦେଇଛନ୍ତି।

Advertisment

ୟୁକ୍ରେନର ରାଜଧାନୀ କିଭ୍‌ରୁ ଫେରିଥିବା ଅଷ୍ଟିନ କହିଛନ୍ତି ଯେ ରୁଷ ଦୁର୍ବଳ ହେଉଯାଉ ବୋଲି ଆମେରିକା ଚାହୁଁଛି। ଏହାଦ୍ୱାରା ରୁଷ ଆଉ ଆକ୍ରମଣ କରିବାକୁ ସାହାସ କରିବନି। ସେହିପରି ଯୁଦ୍ଧରେ ୟୁକ୍ରେନ ଜିତିବ ବୋଲି ଆମର ବିଶ୍ୱାସ। ଯଦି ୟୁକ୍ରେନକୁ ଉପଯୁକ୍ତ ଇକ୍ୟୁପମେଣ୍ଟ ମିଳିବ, ତା’ହେଲେ ଯୁଦ୍ଧରେ କିଭ୍‌ ହିଁ ଜିତିବ।

ବିଜୟୀ ହେବାର ପ୍ରଥମ ପାହାଚ ହେଲା, ଜିତିବାର ବିଶ୍ୱାସ ରଖିବା। ୟୁକ୍ରେନବାସୀଙ୍କ ବିଶ୍ୱାସ ଯେ ସେମାନେ ନିଶ୍ଚିତ ଜିତିବେ। ଏହି ବିଶ୍ୱାସରେ ହିଁ ସେମାନେ ଲଢ଼େଇ କରୁଥିବା ଅଷ୍ଟିନ କହିଛନ୍ତି।

Advertisment

ଅଷ୍ଟିନଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିନକେନ ମଧ୍ୟ କିଭ୍‌ ଗସ୍ତରେ ଯାଇଥିଲେ। ସେଠାରେ ସେମାନେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କୁ ସହ ବୈଠକ କରିଥିଲେ। ରୁଷ ଆକ୍ରମଣ ପରେ ପ୍ରଥମଥର ପାଇଁ ୟୁକ୍ରେନ ସହ ଆମେରିକାର ଏପରି ଉଚ୍ଚସ୍ତରୀୟ ବୈଠକ ହୋଇଛି।

ସେଠାରୁ ଫେରି ଅଷ୍ଟିନ କହିଛନ୍ତି, “ଆମେ ବିଶ୍ୱାସ ରଖିଛୁ ଯେ ଆମେ ଜିତିବୁ। ଯଦି ସେମାନଙ୍କୁ ଉପଯୁକ୍ତ ଇକ୍ୟୁପମେଣ୍ଟ ଓ ଉପଯୁକ୍ତ ସମର୍ଥନ ମିଳିବ, ତା’ହେଲେ ସେମାନେ ମଧ୍ୟ ଜିତିପାରିବେ। ଆମେରିକା କୂଟନୀତିଜ୍ଞମାନେ ଚଳିତ ମାସରୁ ନିୟମିତ ଭାବେ ୟୁକ୍ରେନ ଯିବେ। ସେହିପରି ୟୁକ୍ରେନ ପାଇଁ ଆମେରିକାର ସରକାର ୭୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଛନ୍ତି।

ଆମେ ଚାହୁଁଛୁ ରୁଷ ଅତ୍ୟନ୍ତ ଦୁର୍ବଳ ସ୍ତରକୁ ଚାଲି ଯାଉ। ଏହାଦ୍ୱାରା ରୁଷ ଆଉ ୟୁକ୍ରେନ ଉପରେ ଯେଉଁଭଳି ଆକ୍ରମଣ କଲା, ଆଉ ସେଭଳି କେବେ ବି କରିବ ନାହିଁ। ବର୍ତ୍ତମାନ ସୁଦ୍ଧା ରୁଷ ଅନେକ ପ୍ରକାରର ସାମରିକ ଅସ୍ତ୍ରଶସ୍ତ୍ର ଓ ଯବାନଙ୍କୁ ହରାଇ ସାରିଲାଣି।”

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe