Advertisment

କାଙ୍ଗାଳ ପାକିସ୍ତାନରେ ଅଟା ଓ ମଇଦା ପାଇଁ ଭୟଙ୍କର ସଂଘର୍ଷ, ଭିଡିଓ ଭାଇରାଲ

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏକପ୍ରକାର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନରେ ଏବେ ଅଟା ଓ ମଇଦା ପାଇଁ ଲୋକମାନେ ପରସ୍ପର ସହ ସଂଘର୍ଷ କରୁଛନ୍ତି। ପ୍ରଥମେ ଅଟା ପାଇଁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଏବେ ମିଇଦା ପାଇଁ ମାରପିଟ ଘଟଣା ସାମ୍ନାକୁ ଆସିଛି। ସ୍ଥିତି ଏପରି ହୋଇଛି ଯେ ଲୋକମାନେ ପରସ୍ପର ଠାରୁ ମିଇଦା ଓ ଅଟା ବସ୍ତା ବଳପୂର୍ବକ ଛଡ଼ାଇ […]

କାଙ୍ଗାଳ ପାକିସ୍ତାନରେ ଅଟା ଓ ମଇଦା ପାଇଁ ଭୟଙ୍କର ସଂଘର୍ଷ, ଭିଡିଓ ଭାଇରାଲ

Pakistan

Advertisment

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏକପ୍ରକାର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନରେ ଏବେ ଅଟା ଓ ମଇଦା ପାଇଁ ଲୋକମାନେ ପରସ୍ପର ସହ ସଂଘର୍ଷ କରୁଛନ୍ତି। ପ୍ରଥମେ ଅଟା ପାଇଁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଏବେ ମିଇଦା ପାଇଁ ମାରପିଟ ଘଟଣା ସାମ୍ନାକୁ ଆସିଛି।

Advertisment

ସ୍ଥିତି ଏପରି ହୋଇଛି ଯେ ଲୋକମାନେ ପରସ୍ପର ଠାରୁ ମିଇଦା ଓ ଅଟା ବସ୍ତା ବଳପୂର୍ବକ ଛଡ଼ାଇ ନେବାକୁ ମଧ୍ୟ ପଛାଉ ନାହାନ୍ତି। କେବଳ ଅଟା କିମ୍ବା ମଇଦା ନୁହେଁ, ସବୁ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ମଧ୍ୟ ପାକିସ୍ତାନରେ ଦେଖିବାକୁ ମିଳିଛି।

ଲୋକଙ୍କୁ ଆବଶ୍ୟକ ଜିନିଷ ମିଳୁ ନଥିବାରୁ ମାର୍କେଟରେ ପ୍ରବଳ ଭିଡ଼ ସହ ମାରପିଟ ଓ ଦଳଚକଟା ଘଟଣା ଘଟୁଛି। ବିଶେଷ କରି ଖାୟବର ପାଖତୁନଖ୍ୱା, ସିନ୍ଧ ଓ ବାଲୋଚିସ୍ତାନ ପ୍ରଦେଶରେ ଅଟା ଓ ମଇଦାର ଘୋର ସଙ୍କଟ ଦେଖିବାକୁ ମିଳିଛି। ଏହାର ଦାମ ମଧ୍ୟ ବଢ଼ୁଛି।

Advertisment

ଏକ୍ସପ୍ରେସ ଟ୍ରିବ୍ୟୁନାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍କେଟରେ ମିଇଦାର ସପ୍ଲାଏ ହ୍ରାସ ପାଇଛି। ତଥାପି ହଜାର ହଜାର ଲୋକ ସବସିଡିରେ ମିଇଦା ବ୍ୟାଗ ପାଇବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନରେ ଅଟା ଓ ମଇଦା ଦାମ ଆକାଶ ଛୁଆଁ ହୋଇଛି।

କରାଚିରେ ମଇଦା କେଜି ପିଛା ୧୬୦ ଟଙ୍କାରେ ବିକ୍ରି ହେଉଛି। ତେବେ ଇସଲାମାବାଦ ଓ ପେଶୱାରାରେ ୧୦ କେଜିଆ ବ୍ୟାଗର ମଇଦା ଦାମ ୧୫ଶହ ଟଙ୍କା ରହିଛି। ୧୫ କେଜି ମଇଦାକୁ ୨୦୫୦ ଟଙ୍କାରେ ଲୋକମାନେ କିଣିବାକୁ ବାଧ୍ୟ ହେଉଛନ୍ତି। ମାତ୍ର ୨ ସପ୍ତାହ ମଧ୍ୟରେ ୧୫ କେଜିଆ ଅଟା ବସ୍ତାର ଦାମ ୩୦୦ ଟଙ୍କା ବଢ଼ିଲାଣି। କିନ୍ତୁ ଖୋଲା ବଜାରରେ ଦାମ ଅପରିବର୍ତ୍ତିତ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ବାଲୋଚିସ୍ତାନର ଖାଦ୍ୟ ମନ୍ତ୍ରୀ ଜମାରକ ଅଚକଜାଇ ସଙ୍କେତ ଦେଇଛନ୍ତି ଆଗକୁ ଅଟା ଓ ମଇଦା ସଙ୍କଟ ଅଧିକ ଘନୀଭୂତ ହେବ। କାରଣ ଅନେକ ଅଞ୍ଚଳରେ ଏବେ ଅଟୋର ଷ୍ଟକ ଶେଷ ହେବାକୁ ବସିଲାଣି।

ମଇଦା ଓ ଅଟାର ସଙ୍କଟ ଭିତରେ ପାକିସ୍ତାନ ସରକାର ରୁଷର ଶରଣ ପଶିଛନ୍ତି। ପାକିସ୍ତାନ ସଙ୍କଟକୁ ଦେଖି ରୁଷ ସରକାର ମଧ୍ୟ ବିପୁଳ ପରିମାଣର ଅଟା ପଠାଇଛନ୍ତି। ଏହି ଅଟା ବୋଝେଇ ୨ଟି ଜାହାଜ ଆଜି କରାଚି ବନ୍ଦରରେ ପହଞ୍ଚିଛି। ଆଗାମୀ ଦିନରେ ଆଉ ୪,୫୦,୦୦୦ ଟନ ଅଟା ରୁଷରୁ ଗୱାଦର ପୋର୍ଟ ଦେଇ ପାକିସ୍ତାନରେ ପହଞ୍ଚିବ।

ଲୋକଙ୍କ ଅଟା ଚାହିଦା ମେଣ୍ଟାଇବା ପାଇଁ ସରକାର ୭୫ ଲକ୍ଷ ଟନ ଅଟା ଆମଦାନୀ କରୁଛନ୍ତି। ଏତେ ପରିମାଣର ଅଟା ରୁଷ ମାର୍ଚ୍ଚ ୩୦ ସୁଦ୍ଧା ପାକିସ୍ତାନକୁ ଦେବ। ରୁଷ ବ୍ୟତୀତ ଆଉ କିଛି ଦେଶ ମଧ୍ୟ ପାକିସ୍ତାନକୁ ଅଟା ପଠାଇବା ଆରମ୍ଭ କରିଛନ୍ତି। ଏଯାଏ ମୋଟ ୩,୫୦,୦୦୦ ଟନ ଅଟା କରାଚିରେ ପହଞ୍ଚି ସାରିଛି।


ଅନ୍ୟପକ୍ଷରେ ଆଜି ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ମଇଦା ବସ୍ତା ପାଇଁ କିଛି ଲୋକ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। ଭିଡ଼ ଭିତରେ ଜଣେ ବ୍ୟକ୍ତି ମଇଦା ବସ୍ତା ଧରି ଥିବା ବେଳେ ତାଙ୍କ ଠାରୁ ଏହାକୁ କିଛି ଲୋକ ଏହାକୁ ଛଡ଼ାଉଛନ୍ତି। ସେ ତଳେ ପଡ଼ି ବସ୍ତାକୁ ଛାଡ଼ୁ ନଥିଲେ ମଧ୍ୟ ତାଙ୍କ ଠାରୁ ଅନ୍ୟମାନେ ଏହାକୁ ନେବା ପାଇଁ ଉଦ୍ୟମ କରୁଛନ୍ତି। ଖାଦ୍ୟ ପାଇଁ ଏପରି ବିକଳ ସ୍ଥିତି ପୂର୍ବରୁ କେବେ ଦେଖିବାକୁ ମିଳି ନଥିବା ଭିଡିଓକୁ ଦେଖି ଅନେକ ମତ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe