ମନ୍ଦିର ଭାଙ୍ଗୁଥିବା ଲୋକଙ୍କୁ କେବେ ହେଲେ ଛଡ଼ାଯିବନି: ବାଂଲାଦେଶ ପିଏମ

ଢାକା: ମନ୍ଦିର ଭାଙ୍ଗିବା ଓ ଦୁର୍ଗାପୂଜା ଉତ୍ସବରେ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ କେବେ ହେଲେ ଛଡ଼ା ଯିବନି। ସେମାନଙ୍କୁ ଖୋଜି ବାହାର କରାଯିବ ଓ କଠୋର ଦଣ୍ଡ ଦିଆଯିବ ବୋଲି ଆଜି ବାଂଲାଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ନିଜେ ବାଂଲାଦେଣ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୂଚନା ଦେଇଛନ୍ତି। ଦୁର୍ଗାପୂଜା ଉତ୍ସବ ବେଳେ କିଛି ହିନ୍ଦୁ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ […]

PM

Hemant Lenka
  • Published: Friday, 15 October 2021
  • , Updated: 15 October 2021, 03:05 PM IST

ଢାକା: ମନ୍ଦିର ଭାଙ୍ଗିବା ଓ ଦୁର୍ଗାପୂଜା ଉତ୍ସବରେ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ କେବେ ହେଲେ ଛଡ଼ା ଯିବନି। ସେମାନଙ୍କୁ ଖୋଜି ବାହାର କରାଯିବ ଓ କଠୋର ଦଣ୍ଡ ଦିଆଯିବ ବୋଲି ଆଜି ବାଂଲାଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ନିଜେ ବାଂଲାଦେଣ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୂଚନା ଦେଇଛନ୍ତି।

ଦୁର୍ଗାପୂଜା ଉତ୍ସବ ବେଳେ କିଛି ହିନ୍ଦୁ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ ଉତ୍ତେଜନା ଦେଖା ଯାଇଛି। ଏଥିପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ହାସିନ ୨୨ଟି ଜିଲ୍ଲାରେ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ କରିଛନ୍ତି। ଭାରତରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଆଜି ଢାକାରେ ଥିବା ଢାକେଶ୍ୱରୀ ଜାତୀୟ ମନ୍ଦିରର ଗୋଟିଏ କାର୍ଯ୍ୟକ୍ରମରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ସହ କଥା ହେବା ବେଳେ ହାସିନା କହିଛନ୍ତି, “କୋମିଲ୍ଲାରେ ଘଟିଥିବା ଘଟଣା ବିସ୍ତୃତ ଭାବେ ତଦନ୍ତ କରାଯିବ। କାହାକୁ ବି ଛାଡ଼ା ଯିବନି। ସେମାନେ ଯେଉଁ ଧର୍ମର ଲୋକ ହୋଇଥିଲେ ମଧ୍ୟ କିଛି ବି ଫରକ ପଡ଼ିବନି। ସେମାନଙ୍କୁ ଖୋଜି ବାହାର କରାଯିବ ଓ ଦଣ୍ଡ ଦିଆଯିବ। ଆମେ ଅନେକ ତଥ୍ୟ ହାସଲ କରିଛୁ। ଏହା ହେଉଛି ବୈଷୟିକ ଜ୍ଞାନକୌଶଳର ଯୁଗ। ଏବେ ବୈଷୟିକ ଜ୍ଞାନକୌଶଳ ଜରିଆରେ ସେମାନଙ୍କୁ ଠାବ କରି ଦଣ୍ଡ ଦିଆଯିବ ବୋଲି ହାସିନା କହିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଗାପୂଜା ପାଇଁ ଲାଗିଥିବା ବିଭିନ୍ନ ସାମଗ୍ରୀକୁ କିଛି ଲୋକ ଭଙ୍ଗା ରୁଜା କରିବା ସହ ମା’ଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ। ସେହିପରି ହିନ୍ଦୁ ମନ୍ଦିରକୁ ଟେକା ପଥର ମାଡ଼ କରୁଥିବା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ଭାରତ ସରକାର ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବାକୁ ବାଂଲାଦେଶ ସରକାରଙ୍କୁ କହିଥିଲେ।

Related story