Advertisment

ପାକିସ୍ତାନରେ ପ୍ରଧାନମନ୍ତ୍ରୀ ହୋଇଥିବା ଶାହାବାଜ୍ ସରିଫ କିଏ

ଇଲାମାବାଦ: ଅନାସ୍ଥା ଭୋଟରେ ହାରି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ମଙ୍ଗ ଧରିଛନ୍ତି  ଶାହାବାଜ୍ ସରିଫ। ବିରୋଧୀ ଦଳ ନେତା ଶାହାବାଜ ସରିଫ ହୋଇଛନ୍ତି ପାକିସ୍ତାର ପରବର୍ତ୍ତି ପ୍ରଧାନମନ୍ତ୍ରୀ ।  ସେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି । ଶାହାବାଜ ସରିଫ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ । ସେ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ […]

ଅଦ୍ୟତନ ହୋଇଛି
ପାକିସ୍ତାନରେ ପ୍ରଧାନମନ୍ତ୍ରୀ ହୋଇଥିବା ଶାହାବାଜ୍ ସରିଫ କିଏ

pio

Advertisment

ଇଲାମାବାଦ: ଅନାସ୍ଥା ଭୋଟରେ ହାରି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ମଙ୍ଗ ଧରିଛନ୍ତି  ଶାହାବାଜ୍ ସରିଫ। ବିରୋଧୀ ଦଳ ନେତା ଶାହାବାଜ ସରିଫ ହୋଇଛନ୍ତି ପାକିସ୍ତାର ପରବର୍ତ୍ତି ପ୍ରଧାନମନ୍ତ୍ରୀ ।  ସେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି । ଶାହାବାଜ ସରିଫ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ । ସେ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ।  ତେବେ ୧୯୯୯ ମସିହାରେ ପାକିସ୍ତାନର ଶାସନ ଭାର ସେନା ନେବା ପରେ ଶାହାବାଜ ଓ ନଓ୍ୱାଜ ସାଉଦି ଆରବ ପଳାଇଯାଇଥିଲେ।  ଶାହାବାଜ ସରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି।

Advertisment

୨୦୦୭ ମସିହାରେ ଶାହାବାଜ ପାକିସ୍ତାନ ଫେରିଥିଲେ ।  ୨୦୧୭ରେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ ।  ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ଥିଲେ ।  ଶାହାବାଜ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।  ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶେହବାଜ୍ କହିଛନ୍ତି ଯେ, ଆଜି ପାକିସ୍ତାନକୁ ଭଗବାନ ବଞ୍ଚାଇଦେଇଛନ୍ତି । ଦେଶର ୨୨ କୋଟି ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍ ସଫଳତାର ସହିତ ପାରିତ ହୋଇଛି। ଆଗକୁ ଦେଶବାସୀ ଏହି ଦିନକୁ ଖୁସିର ସହ ପାଳନ କରିବେ ନିଶ୍ଚୟ।

ଏହା ପୂର୍ବରୁ ବିରୋଧୀ ଦଳଙ୍କ ସହ ବସିବାକୁ ମନା କରିଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। କୌଣସି ପରିସ୍ଥିତିରେ ଆମେ ଏହି ସଂସଦରେ ବସିବୁ ନାହିଁ। ମୁଁ ଏହି ଚୋରମାନଙ୍କ ସହିତ ସଂସଦରେ ବସି ଭୋଟ ଦେବି ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ ଆହୁରି କହିଥିଲେ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ୧୬ ବିଲିୟନ ଏବଂ ୮ ବିଲିୟନ ଟଙ୍କାର ଦୁର୍ନୀତି ମାମଲା ରହିଛି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଏଥିପାଇଁ ତେହେରିକ୍-ଇ-ଇନସାଫ(ପିଟିଆଇ)ର ସମସ୍ତ ସଦସ୍ୟ ଇସ୍ତଫା ଦେବା ସହ ଏହି ନିର୍ବାଚନକୁ ବର୍ଜନ କରୁଛୁ।

Advertisment

ଉଲ୍ଲେଖଯୋଗ୍ୟ, ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଛନ୍ତି। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ।।

Pakistan Shehbaz Sharif
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe