Advertisment

ବିଶ୍ୱରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ବଡ଼ ବିପଦର ଆଶଙ୍କା କଲା ହୁ’

ଜେନେଭା: ବିଭିନ୍ନ ଦେଶରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ଆରମ୍ଭ ହୋଇଛି। ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଦେଶ କରୋନା ପାଇଁ ଲାଗିଥିବା କଟକଣା ହଟାଇବାରେ ଲାଗିଛନ୍ତି। ସେହିପରି ଟେଷ୍ଟ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ହ୍ରାସ କରି ଦେଇଛନ୍ତି। ଏପରି ସ୍ଥିତି ଲାଗି ରହିଲେ, ଆଗକୁ ସ୍ଥିତି ଅତ୍ୟନ୍ତ ବିପଦଜନକ ହୋଇପାରେ। ତେଣୁ ରାଷ୍ଟ୍ରଗୁଡ଼ିକ କରୋନା ଭାଇରସ ପ୍ରତି ସତର୍କ ରହିବା ଦରକାର ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ ପକ୍ଷରୁ […]

author-image
Hemant Lenka
ବିଶ୍ୱରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ବଡ଼ ବିପଦର ଆଶଙ୍କା କଲା ହୁ’

WHO

ଜେନେଭା: ବିଭିନ୍ନ ଦେଶରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ଆରମ୍ଭ ହୋଇଛି। ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଦେଶ କରୋନା ପାଇଁ ଲାଗିଥିବା କଟକଣା ହଟାଇବାରେ ଲାଗିଛନ୍ତି। ସେହିପରି ଟେଷ୍ଟ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ହ୍ରାସ କରି ଦେଇଛନ୍ତି।

Advertisment

ଏପରି ସ୍ଥିତି ଲାଗି ରହିଲେ, ଆଗକୁ ସ୍ଥିତି ଅତ୍ୟନ୍ତ ବିପଦଜନକ ହୋଇପାରେ। ତେଣୁ ରାଷ୍ଟ୍ରଗୁଡ଼ିକ କରୋନା ଭାଇରସ ପ୍ରତି ସତର୍କ ରହିବା ଦରକାର ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’ ପକ୍ଷରୁ କୁହାଯାଇଛି।

ଦୀର୍ଘ ଦେଢ଼ ମାସ ପରେ ଗତ ସପ୍ତାହରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ସ୍ଥିତିକୁ ଦେଖି ଚାଇନା ଲକଡାଉନ ମଧ୍ୟ ଜାରି କରିଛି। ଏସବୁ ଭିତରେ ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ସଂକ୍ରମଣ ବୃଦ୍ଧି ପାଇଁ ଏକାଧିକ କାରଣ ରହିଛି।

Advertisment

ଓମିକ୍ରନ ଓ ଏହାର ସବ ଭାରିଏଣ୍ଟ ବିଏ.୨ ଏବେ ବିଭିନ୍ନ ଦେଶରେ କାୟା ବିସ୍ତାର କରିଛି। ସେହିପରି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଓ ସାମାଜିକ କଟକଣା ମଧ୍ୟ ହଟାଇ ଦିଆଯାଇଛି। ଏଥିଯୋଗୁ ଅନେକ ଦେଶରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଅନେକ ଦେଶରେ ଟେଷ୍ଟିଂ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଏହାର ଅର୍ଥ ଆମେ ଏବେ ଯାହା ଦେଖୁଛେ, ତା’ହା ବଡ଼ ବିପଦର ଗୋଟିଏ ଛୋଟିଆ ନମୁନା। ଏହବାଦ ଭୁଲ ତଥ୍ୟର ପ୍ରଚାର ପାଇଁ ଅନେକ ଦେଶରେ ଟିକାକରଣ ହାର ଯଥେଷ୍ଟ କମ ରହିଛି। ଏହା ମଧ୍ୟ ସଂକ୍ରମଣ ବଢ଼ିବାର ଅନ୍ୟତମ କାରଣ। ତେଣୁ ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ହୁ’ର ତଥ୍ୟ ଅନୁସାରେ, ଗତ ସପ୍ତାହ ତୁଳନାରେ ଏବେ ବିଶ୍ୱରେ ସଂକ୍ରମଣ ପ୍ରାୟ ୮% ବଢ଼ିଛି। ମାର୍ଚ୍ଚ ୭ରୁ ୧୩ ମଧ୍ୟରେ ୧୧ ମିଲିୟନ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୩,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ମାସ ଶେଷ ହେବା ପରେ ପ୍ରଥମଥର ପାଇଁ ଏପରି ସ୍ଥିତି ଦେଖିବାକୁ ମିଳିଛି। ବିଶେଷ କରି ୱେଷ୍ଟର୍ଣ୍ଣ ଫ୍ୟାସିକରେ କରୋନା ତା’ର କାୟା ଅଧିକ ମାତ୍ରାରେ ବିସ୍ତାର କରିଛି। ଏହି ରିଜନରେ ଚାଇନା ଓ ଦକ୍ଷିଣ କୋରିଆ ରହିଛନ୍ତି।

ଏଠାରେ ସଂକ୍ରମଣ ୨୫% ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭% ବୃଦ୍ଧି ପାଇଛି। ଆଫ୍ରିକାରେ ସଂକ୍ରମଣ ୧୨% ଓ ମୃତ୍ୟୁ ୧୪% ଓ ୟୁରୋପରେ ସଂକ୍ରମଣ ୨% ବଢ଼ିଛି। କିନ୍ତୁ ୟୁରୋପରେ ମୃତ୍ୟୁହାର କୌଣସି ପ୍ରକାରର ବଢ଼ିନାହିଁ।

ବିଶେଷଜ୍ଞଙ୍କ ମତରେ ୟୁରୋପ ପୁଣିଥରେ କରୋନାର ଆଉ ଗୋଟିଏ ୱେଭକୁ ସମ୍ମୁଖୀନ କରିପାରେ। କାରଣ ଅଷ୍ଟ୍ରିଆ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ ଓ ବ୍ରିଟେନରେ ଦୈନିକ ସଂକ୍ରମଣ ମାର୍ଚ୍ଚ ମାସରୁ ବୃଦ୍ଧି ପାଉଛି।

Coronavirus