Advertisment

ଚାଇନା ଯାଇଥିବା WHO ଟିମ୍ କହିଲା କିଭଳି କରୋନା ସଂକ୍ରମିତ ହୋଇଛି

ବେଜିଂ: କୋଭିଡର ଉତ୍ପତ୍ତୀ ସ୍ଥଳ ଜାଣିବା ପାଇଁ ଚାଇନା ଯାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍। ଏହି ଭାଇରସ ବାଦୁଡିରୁ ଅନ୍ୟ ଏକ ଜନ୍ତୁ ଜରିଆରେ ମଣିଷ ଶରୀରରେ ପ୍ରବେଶ କରିଛି ବୋଲି ଡବ୍ଲ୍ୟୁଏଚଓର ଏହି ଟିମ୍ ଆଶଙ୍କା ପ୍ରକାଶ କରିଛି। ଉହାନରେ ଥିବା ଲାବରୋଟେରୀରୁ ଏହି ଭାଇରସ ବ୍ୟାପିବା ଆଶଙ୍କା କମ୍ ରହିଛି ବୋଲି ଏହି ଟିମ୍ କହିଛି। ତେବେ ଉହାନ ଭାଇରସକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଏହି ଟିମ୍ ଏପର୍ଯ୍ୟନ୍ତ ଦେଇ […]

ଚାଇନା ଯାଇଥିବା WHO ଟିମ୍ କହିଲା କିଭଳି କରୋନା ସଂକ୍ରମିତ ହୋଇଛି

who

Advertisment

ବେଜିଂ: କୋଭିଡର ଉତ୍ପତ୍ତୀ ସ୍ଥଳ ଜାଣିବା ପାଇଁ ଚାଇନା ଯାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍। ଏହି ଭାଇରସ ବାଦୁଡିରୁ ଅନ୍ୟ ଏକ ଜନ୍ତୁ ଜରିଆରେ ମଣିଷ ଶରୀରରେ ପ୍ରବେଶ କରିଛି ବୋଲି ଡବ୍ଲ୍ୟୁଏଚଓର ଏହି ଟିମ୍ ଆଶଙ୍କା ପ୍ରକାଶ କରିଛି। ଉହାନରେ ଥିବା ଲାବରୋଟେରୀରୁ ଏହି ଭାଇରସ ବ୍ୟାପିବା ଆଶଙ୍କା କମ୍ ରହିଛି ବୋଲି ଏହି ଟିମ୍ କହିଛି।

Advertisment

ତେବେ ଉହାନ ଭାଇରସକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଏହି ଟିମ୍ ଏପର୍ଯ୍ୟନ୍ତ ଦେଇ ନାହିଁ। ଲାବରୋଟେରୀରୁ ଭାଇରସ ଲିକ୍ ହେବା ବ୍ୟତୀତ ଅନ୍ୟ ସମସ୍ତ ଦିଗ ଉପରେ ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଏହି ଟିମ୍ କହିଛି।

କରୋନା ୨୦୧୯ ଡିସେମ୍ୱର ମାସ ଅନ୍ତିମ ସପ୍ତାହରେ ପ୍ରଥମେ ଉହାନରେ ଦେଖିବାକୁ ମିଳିଥିଲା। ଏହାପରେ ଚାଇନା ଜାଣିଶୁଣି ଏହି ଭାଇରସ ତିଆରି କରିଛି ବୋଲି କୁହାଯାଉଛି। ଆମେରିକା, ଅଷ୍ଟ୍ରେଲିଆ ଆଦି ଅନେକ ଦେଶ ଏହି ପ୍ରସଙ୍ଗରେ ଚାଇନା ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଦେଇଛନ୍ତି। ଆଉ କରୋନା ବ୍ୟାପିବା ପଛରେ ଚାଇନା ଦାୟୀ ବୋଲି ଅନେକ ଦେଶ କହିଛନ୍ତି। ତେବେ ପ୍ରଥମେ ତଦନ୍ତ ପାଇଁ ରାଜି ହେଉନଥିବା ଚାଇନା ବିଭିନ୍ନ ଦେଶ ସନ୍ଦେହ କରିବା ପରେ ତଦନ୍ତ ପାଇଁ ରାଜି ହୋଇଥିଲା।

Advertisment

ହେଲେ ତଦନ୍ତ ବିଳମ୍ୱ କରି ଚାଇନା ପ୍ରମାଣ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ଦିନରେ ଅନୁସନ୍ଧନକାରୀ ଟିମର ଅନେକ ରିପୋର୍ଟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମିତ ସଂଖ୍ୟା ୧୨୬୭ ମିଲିୟନରୁ ଅଧିକ ହୋଇଛି। ୨୭.୭୭ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା, ବ୍ରାଜିଲ ପରେ ଭାରତ ଏହି ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛି।

WHO Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe