ଆଫଗାନ ରାଷ୍ଟ୍ରପତି ହେବାକୁ ଯାଉଥିବା ମୁଲ୍ଲା ବରାଦାର କିଏ?

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମୁଲ୍ଲା ଅବଦୁଲ ଘନି ବରାଦାର ଦେଶର ରାଷ୍ଟ୍ରପତି ହେବାକୁ ଯାଉଛି। ସେ ତାଲିବାନର ସହ ପ୍ରତିଷ୍ଠାତା ଓ ଡେପୁଟି କମାଣ୍ଡର। ରବିବାର ତାଲିବାନ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ଚାଲି ଯାଇଛନ୍ତି। ଏବେ ଆଫଗାନ ସରକାର ଭୁଶୁଡ଼ି ଯାଇଛି। ତଥାପି ପଞ୍ଜଶିରରେ ଥିବା ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ତାଲିବାନ ସହ ଯୁଦ୍ଧ କରିବାକୁ ଘୋଷଣା କରିଛନ୍ତି। ଏସବୁ ଭିତରେ ତାଲିବାନ […]

Baradar

Baradar

Hemant Lenka
  • Published: Wednesday, 18 August 2021
  • Updated: 18 August 2021, 08:33 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମୁଲ୍ଲା ଅବଦୁଲ ଘନି ବରାଦାର ଦେଶର ରାଷ୍ଟ୍ରପତି ହେବାକୁ ଯାଉଛି। ସେ ତାଲିବାନର ସହ ପ୍ରତିଷ୍ଠାତା ଓ ଡେପୁଟି କମାଣ୍ଡର। ରବିବାର ତାଲିବାନ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ଚାଲି ଯାଇଛନ୍ତି।

ଏବେ ଆଫଗାନ ସରକାର ଭୁଶୁଡ଼ି ଯାଇଛି। ତଥାପି ପଞ୍ଜଶିରରେ ଥିବା ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ତାଲିବାନ ସହ ଯୁଦ୍ଧ କରିବାକୁ ଘୋଷଣା କରିଛନ୍ତି। ଏସବୁ ଭିତରେ ତାଲିବାନ ଆଫଗାନରେ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ମୁଲ୍ଲା ବରାଦାର ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଦୀର୍ଘ ୨୦ ବର୍ଷ ପରେ ଆଫଗାନ ଫେରିଛି। ଏବେ ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟ ଆରମ୍ଭ କରିବାକୁ ନିଜକୁ ପ୍ରସ୍ତୁତ କରୁଛି। ତେବେ ତା’ ବିଷୟରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି।

୧-ମୁଲ୍ଲା ବରାଦାର ଦୋହାରୁ ଗତକାଲି ସନ୍ଧ୍ୟାରେ ଆଫଗାନ ଆସିଛି। ସେ କାନ୍ଦାହାରରେ ଅବତରଣ କରିଥିଲା। କାରଣ ଏହା ତାଲିବାନର ଜନ୍ମସ୍ଥାନ। ସେହିପରି ୧୯୯୬ରୁ ୨୦୦୧ ଯାଏ ଯେତେବେଳେ ତାଲିବାନ କ୍ଷମତାରେ ଥିଲା ସେତେବେଳେ କାନ୍ଦାହାର ହିଁ ଆଫଗାନର ରାଜଧାନୀ ରହିଥିଲା। ତେଣୁ ବରାଦାର ସେହିଠାରେ ଅବତରଣ କରିଥିଲା।

୨- ବରାଦାର କତର୍‌ରେ ରହି ଆମେରିକା ଓ ଆଫଗାନ ଶାନ୍ତି କମିଟି ସହ ଦୀର୍ଘ ଦିନ ହେଲା ଆଲୋଚନା କରୁଥିଲା। ସେହିଠାରୁ ହିଁ ଆଫଗାନ ଦଖଲ କରିବା ପାଇଁ ସବୁ ପ୍ରକାରର ଯୋଜନା ପ୍ରସ୍ତୁତ କରୁଥିଲା।

୩-ମୁଲ୍ଲା ବରାଦାରକୁ ୨୦୧୦ରେ ପାକିସ୍ତାନ ଗିରଫ କରିଥିଲା। ସେ ସେବେଠାରୁ ଜେଲ୍‌ରେ ରହିଥିଲା। କିନ୍ତୁ ୨୦୧୮ରେ ଆମେରିକା ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧକ୍ରମେ ତା’କୁ ଜେଲରୁ ଖଲାସ କରାଯାଇଥିଲା।

ଆଫଗାନରୁ ଆମେରିକା ସେନା ପ୍ରତ୍ୟାହାର କରିବାକୁ ଚାହୁଁଥିବାରୁ ବରାଦାର ଶାନ୍ତି ବୈଠକରେ ସାମିଲ ହେବା ଜରୁରୀ ବୋଲି ଟ୍ରମ୍ପ ପ୍ରଶାସନ ଭାବିଥିଲା। ତେଣୁ ତା’କୁ ଜେଲରୁ ଖଲାସ କରି ଶାନ୍ତି ଆଲୋଚନାରେ ସାମିଲ କରାଯାଇଥିଲା।

୪- ଅନେକ ସାମରିକ କାର୍ଯ୍ୟକଳାପରେ ମୁଲ୍ଲା ବରାଦାର ସାମିଲ ଥିଲେ ହେଁ ଏକାଧିକ ଶାନ୍ତି ବୈଠକ ପାଇଁ ମଧ୍ୟ ସେ ହାତ ବଢ଼ାଇଥିଲା। ବିଶେଷ କରି ୨୦୦୪ ଓ ୨୦୦୯ରେ ହୋଇଥିବା ଶାନ୍ତି ବୈଠକ ପାଇଁ ସେ ବେଶ ଆଗ୍ରହ ଦେଖାଇଥିଲା।

୫-୨୦୧୦ରେ ସେ ପାକିସ୍ତାନ ଦ୍ୱାରା ଗିରଫ ହେବାରୁ ଶାନ୍ତି ବୈଠକ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ୨୦୧୭ରେ ଆମେରିକା ଶାନ୍ତି ଆଲୋଚନା ଆରମ୍ଭ କରିବାରୁ ୨୦୧୮ରେ ସେ ଜେଲରୁ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story