Advertisment

କାହିଁକି ୟୁକ୍ରେନକୁ ସୁରକ୍ଷିତ ସାମଗ୍ରୀ ଯୋଗାଉଛି ଆମେରିକା? ଜବାବ ରଖିଲା ହ୍ୱାଇଟ ହାଉସ

ୱାଶିଂଟନ: ୟୁକ୍ରେନ ଉପରେ ରୁଷ ହମଲା କରୁଥିଲେ ମଧ୍ୟ ଆମେରିକା ସିଧାସଳଖ ଲଢ଼େଇ କରୁନାହିଁ। କିନ୍ତୁ ୱାଶିଂଟନ ପକ୍ଷରୁ କିଭ୍‌କୁ ଜୀବନ ରକ୍ଷାକାରୀ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ସପ୍ଲାଇ କରାଯାଉଛି। ତେବେ କାହିଁକି ୟୁକ୍ରେନକୁ ଆମେରିକା ଏପରି ଜୀବନ ରକ୍ଷାକାରୀ ସାମଗ୍ରୀ ଦେଉଛି, ତା’ର ଜବାବ ଆଜି ହ୍ୱାଇଟହାଉସ ପକ୍ଷରୁ ଦିଆଯାଇଛି। ହାଇଟ ହାଉସ ପ୍ରେସ ସଚିବ ଜେନ ପସ୍କି କହିଛନ୍ତି, “ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କୌଣସି ବଡ଼ […]

କାହିଁକି ୟୁକ୍ରେନକୁ ସୁରକ୍ଷିତ ସାମଗ୍ରୀ ଯୋଗାଉଛି ଆମେରିକା? ଜବାବ ରଖିଲା ହ୍ୱାଇଟ ହାଉସ

US

Advertisment

ୱାଶିଂଟନ: ୟୁକ୍ରେନ ଉପରେ ରୁଷ ହମଲା କରୁଥିଲେ ମଧ୍ୟ ଆମେରିକା ସିଧାସଳଖ ଲଢ଼େଇ କରୁନାହିଁ। କିନ୍ତୁ ୱାଶିଂଟନ ପକ୍ଷରୁ କିଭ୍‌କୁ ଜୀବନ ରକ୍ଷାକାରୀ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ସପ୍ଲାଇ କରାଯାଉଛି। ତେବେ କାହିଁକି ୟୁକ୍ରେନକୁ ଆମେରିକା ଏପରି ଜୀବନ ରକ୍ଷାକାରୀ ସାମଗ୍ରୀ ଦେଉଛି, ତା’ର ଜବାବ ଆଜି ହ୍ୱାଇଟହାଉସ ପକ୍ଷରୁ ଦିଆଯାଇଛି।

Advertisment

ହାଇଟ ହାଉସ ପ୍ରେସ ସଚିବ ଜେନ ପସ୍କି କହିଛନ୍ତି, “ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କୌଣସି ବଡ଼ ସହରର ଦଖଲ କରିପାରି ନାହିଁ। ତେଣୁ ରୁଷ ଜୈବିକ ଓ ଘାତକ ଅସ୍ତ୍ରଶସ୍ତ୍ର ଦ୍ୱାରା ୟୁକ୍ରେନର କ୍ଷତି କରିବାକୁ ଚେଷ୍ଟା ଆରମ୍ଭ କରିଛି।

ହମଲା ପାଇଁ ରୁଷ କେମିକାଲ ଅସ୍ତ୍ରଶସ୍ତ୍ର ମୁତୟନ ମଧ୍ୟ କରିଛି। ଏପରି କେମିକାଲ ଆକ୍ରମଣ ଆଶଙ୍କାରେ ଆମେରିକା ପକ୍ଷରୁ ରୁଷକୁ ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ରୁଷକୁ ଆମେରିକା ସମେତ ଅନ୍ତର୍ଜତୀୟ ସମୂହ ୟୁକ୍ରେନ ବିରୋଧରେ କୌଣସି କେମିକାଲ ଅସ୍ତ୍ର ବ୍ୟବହାର ନ କରିବାକୁ ବାରମ୍ବାର କହି ଆସୁଛନ୍ତି।

Advertisment

ହେଲେ ମସ୍କୋ ଏବେ କେମିକାଲ ଆକ୍ରମଣ ପାଇଁ ପାଗ ଭିଡ଼ିଛି। ଲୋକଙ୍କୁ କେମିକାଲ ଆକ୍ରମଣ ରକ୍ଷା କରିବା ପାଇଁ ଆମେରିକା ପ୍ରଶାସନ ସବୁ ପ୍ରକାରର ସୁରକ୍ଷିତ ସାମଗ୍ରୀ ସପ୍ଲାଇ କରୁଛି।”

ଏହାପୂର୍ବରୁ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ ମଧ୍ୟ ରୁଷ ପକ୍ଷରୁ କେମିକାଲ ହମଲାର ଆଶଙ୍କା ଥିବା କଥା କହିଥିଲେ। ଏହାକୁ ନେଇ ନାଟୋ ମୁ‌ଖ୍ୟ ଚିନ୍ତା ପ୍ରକଟ କରିବା ସହ ରୁଷକୁ ଏଥିରୁ କ୍ଷାନ୍ତ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେହିପରି ରୁଷ କେମିକାଲ ହମଲା କଲେ ୟୁକ୍ରେନର ସୁରକ୍ଷା ପାଇଁ ଆମେରିକା ସିଧାସଳଖ ମୈଦାନକୁ ଓହ୍ଲାଇବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ଆମେରିକା ପୁଣିଥରେ ୟୁକ୍ରେନକୁ ୩୦୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦେଇଛି। ଫେବୃଆରୀ ମାସରେ ଆମେରିକା ମୋଟ ୧.୬ ବିଲିୟନ ଡଲାର ୟୁକ୍ରେନକୁ ଦେବ ବୋଲି କହିଥିଲା। ଏହି ଘୋଷଣା ଅନୁଯାୟୀ, ପର୍ଯ୍ୟାୟକ୍ରମେ ୟୁକ୍ରେନକୁ ସାମରିକ ସହାୟତା ଦିଆଯାଉଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe