Advertisment

ରୁଷର ଯୁଦ୍ଧ ଘୋଷଣା ପରେ ଦମ୍ଭ ଦେଖାଇଲା ୟୁକ୍ରେନ, ବିଭିନ୍ନ ସ୍ଥାନରେ ହମଲା ଜାରି

କିଭ୍‌: ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା ପରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଯାଇଛି। ୟୁକ୍ରେନର ରାଜଧାନୀ କିଭ୍‌ ଠାରୁ ଆରମ୍ଭ କରି ରୁଷର ମସ୍କୋ ଯାଏ ବିସ୍ଫୋରଣରେ ଥରି ଉଠିଛି। ରୁଷ ସେନା ୟୁକ୍ରେନରେ ପଶି ରାଜଧାନୀ କିଭ୍‌ ଏୟାରପୋର୍ଟକୁ ଦଖଲ ମଧ୍ୟ କରି ନେଇଥିବା ସୂଚନା ମିଳିଛି। ୟୁକ୍ରେନ ଆକାଶରେ ରୁଷ ଯୁଦ୍ଧ ବିମାନ ଘନଘନ ପଇଁତରା ମାରୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଭୟ ବଢ଼ିଛି। ଏସବୁ ଭିତରେ ୟୁକ୍ରେନ […]

author-image
Hemant Lenka
ଅଦ୍ୟତନ ହୋଇଛି
ରୁଷର ଯୁଦ୍ଧ ଘୋଷଣା ପରେ ଦମ୍ଭ ଦେଖାଇଲା ୟୁକ୍ରେନ, ବିଭିନ୍ନ ସ୍ଥାନରେ ହମଲା ଜାରି

Army

କିଭ୍‌: ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା ପରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଯାଇଛି। ୟୁକ୍ରେନର ରାଜଧାନୀ କିଭ୍‌ ଠାରୁ ଆରମ୍ଭ କରି ରୁଷର ମସ୍କୋ ଯାଏ ବିସ୍ଫୋରଣରେ ଥରି ଉଠିଛି। ରୁଷ ସେନା ୟୁକ୍ରେନରେ ପଶି ରାଜଧାନୀ କିଭ୍‌ ଏୟାରପୋର୍ଟକୁ ଦଖଲ ମଧ୍ୟ କରି ନେଇଥିବା ସୂଚନା ମିଳିଛି। ୟୁକ୍ରେନ ଆକାଶରେ ରୁଷ ଯୁଦ୍ଧ ବିମାନ ଘନଘନ ପଇଁତରା ମାରୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଭୟ ବଢ଼ିଛି।

Advertisment

ଏସବୁ ଭିତରେ ୟୁକ୍ରେନ ନିଜର ଦମ୍ଭ ଦେଖାଇଛି। ରୁଷ ଯୁଦ୍ଧ ଘୋଷଣା କରିଥିଲେ ମଧ୍ୟ ୟୁକ୍ରେନ ନିଜର ସୁରକ୍ଷା କରିବାକୁ ସକ୍ଷମ। ଏଥିସହ ୟୁକ୍ରେନ ଏହି ଲଢ଼େଇରେ ଜିତିବ ବୋଲି ଦେଶର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା ଦମ୍ଭୋକ୍ତି କରିଛନ୍ତି।

ଏହାର କିଛି ସମୟ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହି ଘୋଷଣା ପରେ ୟୁକ୍ରେନ ଭିତରକୁ ରୁଷ ସେନା ପ୍ରବେଶ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। କିଭ୍‌ ଓ ଖେରକିଭ୍‌ରେ ଘନଘନ ରେକଟ ମାଡ଼ ଚାଲିଛି। ସ୍ଥିତିକୁ ଦେଖି ୟୁକ୍ରେନ ସରକାର କିଭ୍‌ ଏୟାରପୋର୍ଟରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବା ଆରମ୍ଭ କରିଛନ୍ତି। ବେସାମାରିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ରୁଷ ମଧ୍ୟ ସୀମାନ୍ତ ଅଞ୍ଚଳରେ କୌଣସି ପ୍ରକାରର ବିମାନ ଉଡ଼ି ପାରିବ ନାହିଁ ବୋଲି କହିଛି।

Advertisment

ରୁଷର ଯୁଦ୍ଧ ଘୋଷଣା କରିବା ପରେ କୁଲେବା ଟ୍ୱିଟ କରି କହିଛନ୍ତି, “ପୁଟିନ ଏବେ ୟୁକ୍ରେନରେ ପୂର୍ଣ୍ଣକାଳୀନ ଅନୁପ୍ରବେଶ ଆରମ୍ଭ କରିଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ରହୁଥିବା ୟୁକ୍ରେନ ସହର ଗୁଡ଼ିକରେ ଘନଘନ ଆକ୍ରମଣ କରାଯାଉଛି। ଏହା ଏଗ୍ରେସନର ଯୁଦ୍ଧ। ତେବେ ୟୁକ୍ରେନ ନିଜର ରକ୍ଷା କରିବ ଓ ଜିତିବ। ବିଶ୍ୱ ଯେମିତି ହେଲେ ପୁଟିନକୁ ଅଟକାଇବା ଦରକାର।”

କିଭ୍‌ରେ ରୁଷ ସେନା ମିସାଇଲ ଓ କ୍ରୁଜ ଦ୍ୱାରା ହମଲା ଆରମ୍ଭ କରି ଦେଇଥିବା ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ରୁଷର ଯୁଦ୍ଧ ଘୋଷଣା ପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଜରୁରୀ ବୈଠକ କରିଛି। ଏଥିରେ ବିଭିନ୍ନ ରାଷ୍ଟ୍ର ନିଜ ନିଜର ପକ୍ଷ ରଖିଛନ୍ତି। ୟୁକ୍ରେନର ସ୍ଥାୟୀ ସଦସ୍ୟ ମଧ୍ୟ ଯୁଦ୍ଧ ଟାଳିବାକୁ ଜାତିସଂଘରେ ସବୁ ରାଷ୍ଟ୍ରକୁ ଅନୁରୋଧ କରିଛନ୍ତି।

Russia-Ukraine War