Advertisment

ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷରେ ସାମିଲ କଲେ ପୁଟିନ୍

ମସ୍କୋ: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷରେ ମିଶାଇଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏନେଇ ପୁଟିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ହେଲା ଡୋଣ୍ଟେସ୍କ, ଲୁହାନସ୍କ, ଖେରସନ ଏବଂ ଝାପୋରିଜ୍‌ଝିଆ। ଗତ ସପ୍ତାହରେ ଏହି ୪ଟି ଅଞ୍ଚଳକୁ  ରୁଷରେ ମିଶାଇବା ନେଇ ଗଣଭୋଟ କରାଯାଥିଲା। ଯେକୌଣସିମତେ ଆମେ ଆମ ଭୂମିକୁ ସୁରକ୍ଷା କରିବା ଆମର ଦାୟିତ୍ୱ। ରୁଷ ଲୋକଙ୍କର ଏହା ହେଉଛି ମୁକ୍ତି ମିଶନ ବୋଲି ପୁଟିନ କହିଛନ୍ତି। ଗତ କିଛି ଦିନ ତଳେ ୟୁକ୍ରେନ୍‌ ବିରୋଧରେ […]

author-image
Tapas Behera
ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ନାଗରିକଙ୍କୁ ପାସପୋର୍ଟ ଦେଉଛି ରୁଷ

Putin

ମସ୍କୋ: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷରେ ମିଶାଇଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏନେଇ ପୁଟିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ହେଲା ଡୋଣ୍ଟେସ୍କ, ଲୁହାନସ୍କ, ଖେରସନ ଏବଂ ଝାପୋରିଜ୍‌ଝିଆ। ଗତ ସପ୍ତାହରେ ଏହି ୪ଟି ଅଞ୍ଚଳକୁ  ରୁଷରେ ମିଶାଇବା ନେଇ ଗଣଭୋଟ କରାଯାଥିଲା। ଯେକୌଣସିମତେ ଆମେ ଆମ ଭୂମିକୁ ସୁରକ୍ଷା କରିବା ଆମର ଦାୟିତ୍ୱ। ରୁଷ ଲୋକଙ୍କର ଏହା ହେଉଛି ମୁକ୍ତି ମିଶନ ବୋଲି ପୁଟିନ କହିଛନ୍ତି। ଗତ କିଛି ଦିନ ତଳେ ୟୁକ୍ରେନ୍‌ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଘୋଷଣା କରି ଆଣବିକ ଆକ୍ରମଣଣ ଧମକ ଦେଇଥିଲେ ପୁଟିନ୍‌। ଏହି ଅବସରରେ ପୁଟିନ୍ କହିଛନ୍ତି ଯେ ଡୋଣ୍ଟେସ୍କ, ଲୁହାନସ୍କ, ଖେରସନ ଏବଂ ଝାପୋରିଜ୍‌ଝିଆର ଲୋକେ ଏବେ ଋଷୀୟ ନାଗରିକ।

Advertisment

ଯଦି ସେମାନଙ୍କ ଉପରେ ଆକ୍ରମଣ ହେଲା ଏବେ ରୁଷ ଉପରେ ଆକ୍ରମଣ ବୁଝାଯିବ। ଏହି ଚାରିଟି ଅଞ୍ଚଳକୁ  ରୁଷରେ ସମ୍ମିଶ୍ରଣ ପାଇଁ ଏଠିକାର ନେତାମାନେ ପୁଟିନଙ୍କୁ ନିବେଦନ କରଥିଲେ। ଏଥିପାଇଁ କ୍ରେମଲିନ୍‌ରେ ସମସ୍ତେ ଏକାଠି ହୋଇଥିଲେ। ପୁଟିନ କହିଛନ୍ତି ଯେ, ରୁଷ ନିଜର ସାର୍ବଭୌମତା ଓ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଏହି ଅବସରରେ ପୁଟିନ ୟୁକ୍ରେନ ଆକ୍ରମଣ ଯୋଗୁ ନଷ୍ଟ ହୋଇଥିବା ହସ୍ପିଟାଲ, ସ୍କୁଲ ଓ ଅନ୍ୟ ସାର୍ବଜନିକ ସ୍ଥଳର ପୁନନିର୍ମାଣ ହେବ ବୋଲି କହିଛନ୍ତି। ସେହିପରି ଯୁଦ୍ଧରେ ନିହତ ରୁଷୀୟ ସୈନ୍ୟ ଅଧିକାରୀ ଓ ଡୋନବାସର ନାଗରିକଙ୍କୁ ପୁଟିନ ସହିଦଙ୍କ ମାନ୍ୟତା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ କହିଥିଲେ ଯେ, ୟୁକ୍ରେନର ଡୋଣ୍ଟେସ୍କ, ଲୁହାନସ୍କକୁ ସ୍ୱାଧୀନ ଅଞ୍ଚଳ ଭାବରେ ମାନ୍ୟତା ଦିଆଯିବ। ପୂର୍ବ ୟୁକ୍ରେନରେ ରୁଷର ସୀମାବର୍ତ୍ତୀ ଡୋଣ୍ଟେସ୍କକୁ ଏକଦା ୟୁକ୍ରେନର ବୃହତ୍ତମ ଶିଳ୍ପାଞ୍ଚଳ ଭାବରେ ଗଣାଯାଉଥିଲା।

Advertisment

ଏହା ଡୋନାବାସ ରାଜ୍ୟର ମୁଖ୍ୟ ସହର, ଯେଉଁଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖଣି ଅଛି।  ଏହି ସହର ହେଉଛି ୟୁକ୍ରେନର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର। ଏଠାରେ ଜନସଂଖ୍ୟା ପ୍ରାୟ ୨୦ ଲକ୍ଷ । ଏଥି ସହିତ ଲୁହାନସ୍କ ୟୁକ୍ରେନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୋଇଲା ଭଣ୍ଡାର।ଏହି ସହର ମଧ୍ୟ ଡୋନାବାସ ଅଞ୍ଚଳର ଏକ ଅଂଶ ଏବଂ ରୁଷ ସୀମାକୁ ଲାଗିଛି। ଏହି ସହରର ଉତ୍ତର ଭାଗ କୃଷ୍ଣ ସାଗରକୁ ଲାଗିଛି।